Protest: ଦିଲ୍ଲୀରେ ଆନ୍ଦୋଳନ ଜାରି; ୫୭ ମେଟ୍ରୋ‌ ଷ୍ଟେସନ୍‌ ବନ୍ଦ, ୭୫ ଟ୍ରେନ୍‌ ବାତିଲ

2 weeks ago 7
ARTICLE AD BOX

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ କକ୍ରୋଚ୍‌  ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ଜାରି ରହିଛି। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ଏସ୍‌ଆଇଆର ବିରୋଧରେ ସିଜପେିର ପ୍ରଦର୍ଶନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ଏହାରି ମଧ୍ୟରେ ୫୭ଟି ମେଟ୍ରୋ‌ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ବନ୍ଦ କରିଦିଆଯାଇଛି। 

ସେହିପରି ୭୫ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ଅନେକ ରାସ୍ତାରେ ବେରିକେଡ ବ୍ୟବସ୍ଥା ଥିବା ବେଳେ ଯାତାୟତର ସୁପରିଚାଳନା ପାଇଁ ବ୍ୟାପକ ଟ୍ରାଫିକ ପୁଲିସ ମୁତୟନ କରାଯାଇଛି। ପୁଲିସ ସମ୍ବେଦନଶୀଳ ଅଞ୍ଚଳରେ ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜିଛି। ୨୦ଟି ଜୋନ୍‌ ଉପରେ ସ୍ବତନ୍ତ୍ର ନଜର ରଖିଛି। ଅନେକ ସ୍କୁଲରେ ଅନ୍‌ଲାଇନ୍‌ ପାଠପଢ଼ା ହୋଇଛି। କିଛି ସ୍କୁଲର ପରୀକ୍ଷା ମଧ୍ୟ ବାତିଲ କରିଦିଆଯାଇଛି। ପ୍ରଦର୍ଶନ ସମୟରେ ଯେପରି କୌଣସି ଅଭାବନୀୟ ଘଟଣା ନଘଟିବ, ସେଥି ପ୍ରତି ପୁଲିସ ସତର୍କତା ଅବଲମ୍ବନ କରିଛି। 

Supreme Court: ସିଜେପି ଆନ୍ଦୋଳନ ପାଇଁ ଦିଲ୍ଲୀ ମେଟ୍ରୋ ସମ୍ପୂର୍ଣ୍ଣ ବନ୍ଦକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.