ARTICLE AD BOX
ହୋସିଆରପୁର: ପଞ୍ଜାବରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ବୈଠକ ପାଇଁ ସରକାରଙ୍କ ପକ୍ଷରୁ ସର୍ତ୍ତ ରଖାଯିବା ଏବଂ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କର୍ମଚାରୀ ପ୍ରତିନିଧିଙ୍କୁ ଭେଟିବାକୁ ମନା କରିଥିବା ଅଭିଯୋଗରେ ଶୁକ୍ରବାର ହୋସିଆରପୁରରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦାସୀନ ମନୋଭାବକୁ ବିରୋଧ କରି କର୍ମଚାରୀମାନେ ତାଙ୍କ ବିରୋଧରେ ନାରାବାଜି ମଧ୍ୟ କରିଥିଲେ।
ହୋସିଆରପୁରର ସିଭିଲ ସର୍ଜନଙ୍କ କାର୍ଯ୍ୟାଳୟ ବାହାରେ ଜଏଣ୍ଟ କୋଅର୍ଡିନେସନ କମିଟି ପକ୍ଷରୁ ଏହି ପ୍ରତିବାଦ ଆୟୋଜନ କରାଯାଇଥିଲା। ପଞ୍ଜାବ ଏମ୍ପ୍ଲଇଜ୍ ଆଣ୍ଡ ପେନ୍ସନର୍ସ ଜଏଣ୍ଟ ଫ୍ରଣ୍ଟ ଏବଂ ସାଞ୍ଝା ମୁଲାଜିମ ମଞ୍ଚ, ପଞ୍ଜାବକୁ ନେଇ ଏହି କମିଟି ଗଠିତ ହୋଇଛି। ପ୍ରତିବାଦ ସମୟରେ କର୍ମଚାରୀମାନେ ଗୁରୁବାର କରିଥିବା ସାମୂହିକ ଛୁଟି ସମ୍ପର୍କିତ ସରକାରୀ ଚିଠିର ନକଲ ମଧ୍ୟ ଜାଳିଥିଲେ। ସେହିପରି, ଗୁରୁବାର ମୁଖ୍ୟମନ୍ତ୍ରୀ ମାନ୍ ‘ଏକ୍ସ’ରେ କରିଥିବା ଏକ ପୋଷ୍ଟର ନକଲକୁ ମଧ୍ୟ କର୍ମଚାରୀମାନେ ଜାଳିଥିଲେ। ମାନ୍ କହିଥିଲେ ଯେ, ଆନ୍ଦୋଳନ ଜାରି ରଖିଲେ ବୈଠକ କରାଯାଇପାରିବ ନାହିଁ। ଏହାକୁ ନେଇ କର୍ମଚାରୀ ନେତାମାନେ ତାଙ୍କ ମନୋଭାବକୁ ସମାଲୋଚନା କରିଥିଲେ। ୟୁନିୟନ ନେତାମାନେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଡିଏ ପ୍ରଦାନ ସମ୍ପର୍କିତ ରାୟ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ।
IIT Delhi : ଆଇଆଇଟି ଦିଲ୍ଲୀରେ ଛାତ୍ର ମୃତ୍ୟୁକୁ ନେଇ ଆନ୍ଦୋଳନ ତୀବ୍ର
ଏହା ସହ ସେମାନଙ୍କ ଦାବିପତ୍ରରେ ଥିବା ଅନ୍ୟ ଦାବିଗୁଡ଼ିକର ସମାଧାନ ପାଇଁ ମଧ୍ୟ ସରକାରଙ୍କ ନିକଟରେ ଦାବି ରଖିଥିଲେ। ଗୁରୁବାର ପଞ୍ଜାବରେ ୩ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ରାଜ୍ୟବ୍ୟାପୀ ଧର୍ମଘଟରେ ସାମିଲ ହୋଇଥିଲେ। ଫଳରେ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଜଲନ୍ଧରରେ ମୁଖ୍ୟମନ୍ତ୍ରୀ ମାନ୍ ଓ କର୍ମଚାରୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ଧାର୍ଯ୍ୟ ହୋଇଥିଲା। ତେବେ ଧର୍ମଘଟ ପ୍ରତ୍ୟାହାର କଲେ ହିଁ ଆଲୋଚନା ହେବ ବୋଲି ମାନ୍ ସ୍ପଷ୍ଟ କରିବା ପରେ ବୈଠକ ବାତିଲ ହୋଇଥିଲା।

1 hour ago
1


