Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_9l7h4ic3b4ul2fca0fir09esfe, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Protest: ଭଦ୍ରକ ଜିଲ୍ଲା ଟ୍ରକ୍ ଟିପର ମାଲିକ ସଂଘର ଧାରଣାକୁ ମାସେ ବିତିଲା, ଶୁଣିଲାନି ପ୍ରଶାସନ - CGPT.IN

Protest: ଭଦ୍ରକ ଜିଲ୍ଲା ଟ୍ରକ୍ ଟିପର ମାଲିକ ସଂଘର ଧାରଣାକୁ ମାସେ ବିତିଲା, ଶୁଣିଲାନି ପ୍ରଶାସନ

1 hour ago 1
ARTICLE AD BOX

ଭଦ୍ରକ (ହରିହର ନାୟକ):  ଧାମରା ବନ୍ଦରରେ ଭଦ୍ରକ ଜିଲ୍ଲାର ସମସ୍ତ ଟ୍ରକ୍ ଓ ଟିପର ମାଲିକଙ୍କ ସାମିଲ କରିବା ଦାବିରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଏକ ମାସ ହେଲା ଧାରଣା ଦିଆଯାଇଛି। ମାତ୍ର ଏହି ଟ୍ରକ୍ ଆଉ ଟିପର ମାଲିକମାନଙ୍କ ଦାବି ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନାହିଁ। ଧାମରା ବନ୍ଦରର ପରିବହନ ବ୍ୟବସ୍ଥାରେ ଜିଲ୍ଲାର ସମସ୍ତ ଅଞ୍ଚଳକୁ ସାମିଲ କରିବା ଦାବିରେ ଆସନ୍ତା ସେପ୍ଟେମ୍ବର  ୪ ତାରିଖ ରେ ୧୨ ଘଣ୍ଟିଆ ରେଳରୋକ ସମ୍ପର୍କରେ ଜିଲାପାଳଙ୍କୁ ସଂଘ ପକ୍ଷରୁ  ଏକ ଦାବିପତ୍ର ପ୍ରଦାନ କରାଯାଇଛି। 

ଧାମରା ବନ୍ଦର ଦ୍ବାରା ପରିଚାଳିତ କୋଇଲା ଓ ଅନ୍ୟାନ୍ୟ ପରିବହନରେ ଜିଲ୍ଲାର ସମସ୍ତ ଅଞ୍ଚଳ ସାମିଲ ହୋଇନଥିବାରୁ ରଦ୍ରଜ ଜିଲ୍ଲା ଟିପ୍ପର ଓ ଟ୍ରକ୍ ମାଲିକ ସଂଘ, ବିଶ୍ୱକର୍ମା ଟ୍ରକ୍ ମାଲିକ ସଂଘ ଓ ଭଦ୍ରକ ଜିଲ୍ଲା ବିକାଶ ପରିଷଦ ଗତ ୩୫ ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଅଛନ୍ତି। ଆଞ୍ଚଳିକ ଅର୍ଥନୈତିକ ବୈଷମ୍ୟକୁ ଆଧାର କରି ଜିଲ୍ଲାର ଅଧିକାଂଶ ଗାଡ଼ି ମାଲିକ ଓ ନିର୍ଦ୍ଦିଷ୍ଟ ଭାବରେ ଯୁବଗୋଷ୍ଠୀ ଜିଲ୍ଲା ପ୍ରଶାସନର ଉଦାସୀନତାକୁ ନାପସନ୍ଦ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବିକାଶ ପରିଷଦ, ଜିଲ୍ଲା ଟିହର ଡମ୍ପର ଟ୍ରକ୍ ମାଲିକ ସଂଘ ଓ ବିଶ୍ବକର୍ମା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୪ ତାରିଖରେ ୧୨ ଘଣ୍ଟିଆ ରେଳରୋକ କରିବା ପାଇଁ ନିଷ୍ପରି ହୋଇଅଛି। ଏହି ରେଳରୋକରେ ସାମିଲ ହେବା ପାଇଁ ଜିଲ୍ଲାର ସମସ୍ତ ଶିକ୍ଷିତ ବେକାର ଯୁବକ-ଯୁବତୀ ଓ ରୋଜଗାର ନ ପାଇ ଅସୁବିଧାର ସମ୍ମୁଖୀନ ହେଉଥିବା ଗାଡ଼ି ମାଲିକଙ୍କୁ ଆହ୍ୱାନ ଦିଆଯାଉଛି। ସର୍ବୋପରି, ଏହି ରେଳରୋନକୁ ସଫଳ କରିବା ପାଇଁ ଉପରୋକ୍ତ ସଂଘଗୁଡ଼ିକ ତରଫରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି।

Mineral development: ଖଣିଜଭିତ୍ତିକ ବିକାଶ ଉପରେ ରୋକ ଲଗାଇବାକୁ ଦାବି: ସ୍ଥାୟୀ ବିକାଶ ରାସ୍ତା ବାଛିବାକୁ ବୁଦ୍ଧିଜୀବୀଙ୍କ ଆହ୍ବାନ

ସୂଚନା ଥାଉ କି, ୨୦୧୧ ମସିହାରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ବନ୍ଦରର ଆଖପାଖ ୮-୧୦ଟି ପଞ୍ଚାୟତର ଲୋକମାନଙ୍କୁ ସୁବିଧା ସୁଯୋଗ ମିଳୁଥିବା ସ୍ଥଳେ ଜିଲ୍ଲାର ଏକ ବଡ଼ ଭାଗରୁ ଲୋକମାନଙ୍କୁ ବନ୍ଦରଭିଭିକ ବ୍ୟବସାୟରୁ ଦୂରେଇ ରଖାଯାଇଛି। ଏ ସମସ୍ତ ବିଷୟକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜ୍ୟୋତି ପ୍ରକାଶ ମହାନ୍ତି, ସାଧାରଣ ସମ୍ପାଦକ, ଭଦ୍ରକ ଜିଲ୍ଲା ଡମ୍ପର ଓ ଟ୍ରକ୍ ମାଲିକ ସଂଘ ଓ ଶୁରେନ୍ଦ୍ର ରାୟମହାପାତ୍ର, ସଭାପତି, ଭଦ୍ରକ ଜିଲ୍ଲା ଟିପ୍ପର ଡମ୍ପର ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସଂଘ୍ ର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଉଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.