ARTICLE AD BOX
ପୁରୀ: ଆସନ୍ତାକାଲି ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ଅପରାହ୍ନ ୨ ଟା ୩୦ ଠାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ୍ ରହିବ। ଆସନ୍ତାକାଲି ୨ ସେପ୍ଟେମ୍ବର, ବୁଧବାର ,ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖାଲାଗି ନୀତି ଅନୁଷ୍ଠିତ ହେବ ।
Theft: ମା' ନାରାୟଣୀଙ୍କ ମନ୍ଦିରରୁ ଚୋରି
ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୨ ଟା ୩୦ଠାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଅର୍ଥାତ୍ ରେଖାପଞ୍ଚମୀ ଦିନ ଅନୁଷ୍ଠିତ ହୋଇଥାଏ।ଏହା ମହାପ୍ରଭୁଙ୍କ ଏକ ସ୍ୱତନ୍ତ୍ର ଏବଂ ଗୁପ୍ତ ନୀତିକାନ୍ତି ଅଟେ।ପରମ୍ପରା ଅନୁଯାୟୀ, ସ୍ନାନ ପୂର୍ଣ୍ଣିମାରୁ ମହାପ୍ରଭୁଙ୍କଠାରୁ ଓଲାଗି ହୋଇଥିବା ସ୍ୱର୍ଣ୍ଣ ରାହୁରେଖାକୁ ଆସନ୍ତାକାଲି ପୁନର୍ବାର ଶ୍ରୀମୁଖରେ ଲାଗି କରାଯିବ।

1 hour ago
2


