Rahul Gandhi: ଦିଲ୍ଲୀରେ ମେଣ୍ଟ ରାଲି ସ୍ଥଗିତ ଦାବି: ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲା ବ୍ୟବସାୟୀ ସଂଗଠନ

3 days ago 5
ARTICLE AD BOX

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ହେରଫେର ଓ ଭୋଟ୍ ଚୋରି ଅଭିଯୋଗ ଆଣି ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ଆସନ୍ତା ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶାଳ ରାଲି ଆୟୋଜନ କରାଯାଉଛି। ତେବେ ପାର୍ବଣ ବଜାର ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରମୁଖ ବ୍ୟବସାୟୀ ସଂଗଠନ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ) ଏହି କାର୍ଯ୍ୟକ୍ରମକୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛି। ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, ଏହି ରାଲି ଯୋଗୁଁ ପାର୍ବଣ ଋତୁରେ ଦିଲ୍ଲୀରେ ପ୍ରାୟ ୧୦, ୦୦୦ କୋଟି ଟଙ୍କାର ବ୍ୟବସାୟିକ କ୍ଷତି ଘଟିବା ଆଶଙ୍କା ରହିଛି।

ଆହୁରି ପଢନ୍ତୁ: ଓରମାସ୍କୁ ବିଆଇଆରସି ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ

ସଂଗଠନ ଅନୁଯାୟୀ, ଆସନ୍ତା ନଭେମ୍ବର ୬ରେ ଧନତେରସ ଏବଂ ନଭେମ୍ବର ୮ରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ। ଏହି ସମୟରେ ଦିଲ୍ଲୀରେ ସୁନା, ରୂପା, ଇଲେକ୍ଟ୍ରୋନିକ୍ସ, ପୋଷାକ ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୫, ୦୦୦ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ଉକ୍ତ ପ୍ରତିବାଦ ସଭା ଯୋଗୁଁ ରାମଲୀଳା ମୈଦାନର ୫ କିଲୋମିଟର ପରିଧି ମଧ୍ୟରେ ଥିବା ଚାନ୍ଦନୀ ଚୌକ, ସଦର ବଜାର, ଖାରୀ ବାଉଲି, କାରୋଲ ବାଗ୍ ଏବଂ ଦରିଆଗଞ୍ଜ ଭଳି ୨୦ଟି ପ୍ରମୁଖ ହୋଲସେଲ୍ ଓ ରିଟେଲ୍ ବଜାରର ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବ। ବ୍ୟାପକ ଭାବେ ରାସ୍ତା ଅବରୋଧ ଯୋଗୁଁ ଗ୍ରାହକ ଏବଂ ବାହାର ରାଜ୍ୟର ବ୍ୟବସାୟୀମାନେ ବଜାରକୁ ଆସିବାକୁ ଭୟ କରିବେ। ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ଚାଲିଥିବା କ୍ରମାଗତ ଆନ୍ଦୋଳନ ଯୋଗୁଁ କନଟ୍ ପ୍ଲେସ୍ ଓ ସେଣ୍ଟ୍ରାଲ ଦିଲ୍ଲୀରେ ବ୍ୟବସାୟୀମାନେ ପୂର୍ବରୁ ୩, ୦୦୦ କୋଟି ଟଙ୍କାର କ୍ଷତି ସହିସାରିଛନ୍ତି।

ଆହୁରି ପଢନ୍ତୁ: Piyush Goyal: ବର୍ଲିନ୍ କାର୍ଯ୍ୟକ୍ରମରେ ଅଭିଜିତ ଦୀପକେଙ୍କୁ ଘେରିଲେ ପିୟୂଷ ଗୋୟଲ

ଏହି ମେଣ୍ଟ ରାଲି ମୁଖ୍ୟତଃ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଦାବି କରି ଆୟୋଜନ କରାଯାଉଛି। ଗତ ଅକ୍ଟୋବର ୧୨ ତାରିଖରେ ଜ୍ଞ୍ୟାନେଶଙ୍କ ବିରୋଧରେ ସୁପ୍ରିମକୋର୍ଟ ସମ୍ମୁଖରେ ‘ମାର୍ଚ୍ଚ ଫର୍ ଡେମୋକ୍ରାସି’ କରାଯାଇ ଏକ ମିଳିତ ପିଟିସନ୍ ଦାୟର ହୋଇଥିଲା। ଏହାପରେ ଅକ୍ଟୋବର ୧୩ରେ ରାହୁଲ ଗାନ୍ଧୀ ନିଜ ବାସଭବନରେ ଇଣ୍ଡି ମେଣ୍ଟର ନେତାମାନଙ୍କୁ ଚା’ ଭୋଜିକୁ ଆମନ୍ତ୍ରଣ କରି ଆନ୍ଦୋଳନକୁ ବିସ୍ତାରିତ କରିବାକୁ ସଂକଳ୍ପ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.