Raid: କର୍ଣ୍ଣାଟକ ଆଇଏଏସ୍‌ ଅଧିକାରୀଙ୍କ ବେଙ୍ଗାଲୁରୁ ଓ ଉତ୍ତର ପ୍ରଦେଶ ଘରେ ଚଢ଼ାଉ

4 days ago 5
ARTICLE AD BOX

ବେଙ୍ଗାଲୁରୁ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରବିବାର କର୍ଣ୍ଣାଟକର ଆଇଏଏସ୍‌ ଅଧିକାରୀ ଜ୍ଞାନେନ୍ଦ୍ର କୁମାରଙ୍କ ବେଙ୍ଗାଲୁରୁ ଓ ଉତ୍ତର ପ୍ରଦେଶ ଘରେ ଚଢ଼ାଉ କରିଛି। କର୍ଣ୍ଣାଟକ ଲୋକ ସେବା ଆୟୋଗ (କେପିଏସ୍‌ସି) ସମ୍ପର୍କିତ ଦୁର୍ନୀତି ଓ ମନ ଲଣ୍ଡରିଂ ମାମଲାରେ ଚଢ଼ାଉ ହୋଇଛି। ୨୦୧୬ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ବର୍ତ୍ତମାନ କର୍ଣ୍ଣାଟକ ଶିଳ୍ପ ଓ ବାଣିଜ୍ୟ ବିଭାଗରେ ଏମ୍‌ଏସ୍‌ଏମ୍‌ଇ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ଅଛନ୍ତି।

ଜ୍ଞାନେନ୍ଦ୍ର କୁମାର ଶନିବାର କିଛି ଘଣ୍ଟା ପାଇଁ ‘ନିଖୋଜ’ ଥିବା ରିପୋର୍ଟ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ପରେ କର୍ଣ୍ଣାଟକର ଗୃହମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ ଓ ସ୍ପଷ୍ଟ କରିଥିଲେ ଯେ, ପାରିବାରିକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଜ୍ଞାନେନ୍ଦ୍ର କୁମାର ଉତ୍ତର ପ୍ରଦେଶରେ ଥିବା ତାଙ୍କ ଜନ୍ମସ୍ଥାନରେ ଅଛନ୍ତି। 

Scam: ଜଳ ଜୀବନ ମିସନ ଦୁର୍ନୀତି: ପୂର୍ବତନ ଆଇଏଏସ୍‌ ଅଧିକାରୀ ଗିରଫ

ଇଡି ଅଗଷ୍ଟ ୧୮ ତାରିଖରେ ଏହି ମାମଲାରେ ପୂର୍ବତନ ଅଧ୍ୟକ୍ଷ ଶିବଶଙ୍କରପ୍ପା ଏସ୍ ସାହୁକର, ସଦସ୍ୟ ଶାନ୍ତା ହୋସମାନୀ ଓ ଅନ୍ୟ କିଛି ଲୋକଙ୍କ ବ୍ୟତୀତ ବେଙ୍ଗାଲୁରୁର କେପିଏସ୍‌ସି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ଚଢ଼ାଉ କରିଥିଲା। ପଶୁଚିକିତ୍ସା ଅଧିକାରୀ ନିଯୁକ୍ତି ପରୀକ୍ଷା ଦୁର୍ନୀତି ଓ ଟଙ୍କା ହେର୍‌ଫେର୍‌ ସହିତ ଏହି ମାମଲା ଜଡ଼ିତ। ପଶୁଚିକିତ୍ସା ଅଧିକାରୀ ପରୀକ୍ଷାରେ ଚୟନ ପାଇଁ ପ୍ରାର୍ଥୀଙ୍କୁ ମଧ୍ୟସ୍ଥି ୭୦ ଲକ୍ଷରୁ ୮୦ ଲକ୍ଷ ଟଙ୍କା ଲାଞ୍ଚ ମଗା ଯାଇଥିବା ଅଭିଯୋଗ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.