Raihan Vadra: ରେହାନ୍‌ ଭଦ୍ରା ପ୍ରସଙ୍ଗ: ବିଜେପିର ଦାବି କଂଗ୍ରେସରେ ରାହୁଲ ବନାମ ପ୍ରିୟଙ୍କା ଗାନ୍ଧୀ ଲଢ଼େଇ ଚାଲିଛି

4 days ago 4
ARTICLE AD BOX

ନୂଆଦିଲ୍ଲୀ: ଶାସକ ବିଜେପି ଦାବି କରିଛି ଯେ, ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଭିତରେ ସବୁକିଛି ଠିକ୍ ନାହିଁ ଓ ଦଳ ଦୁଇ ଭାଗ ହୋଇଗଲାଣି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଶୁକ୍ରବାର ‘ଏକ୍ସ’ରେ ପୋଷ୍ଟ କରି ଦାବି କରିଛନ୍ତି ଯେ, କଂଗ୍ରେସ ଦଳ ଭିତରେ ଭାଇ ବନାମ ଭଉଣୀ ଲଢ଼େଇ ଚାଲିଛି। ଅନ୍ୟ ଶବ୍ଦରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ବିକାନେର ହାଉସ୍ ପ୍ରଦର୍ଶନୀରୁ ରେହାନ ଭଦ୍ରାଙ୍କ ଫଟୋ ହଟାଇବା ବିବାଦ ଉପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନିରବତା ଉପରେ ବିଜେପି ମୁଖପାତ୍ର ଏହି ଦାବି କରିଛନ୍ତି। ପ୍ରଦୀପ ଭଣ୍ଡାରୀ ପ୍ରଶ୍ନ କରିଛନ୍ତି ଯେ, ପ୍ରିୟଙ୍କା ତାଙ୍କ ଭାଇଙ୍କ ଉପରେ ବିଶ୍ୱାସ ହରାଇଛନ୍ତି କି? ସେ ଅଭିଯୋଗ କରିଛନ୍ତି ଯେ, ପ୍ରିୟଙ୍କା ଏକ ବିବାଦ ସୃଷ୍ଟି କରି ତାଙ୍କ ପୁଅ ରେହାନଙ୍କୁ ‘ସଫ୍ଟ-ଲଞ୍ଚ’ କରିବାକୁ ଚେଷ୍ଟା କରୁଛନ୍ତି।

ରବିବାରଠାରୁ ବ୍ୟକ୍ତିଗତ ଗସ୍ତରେ ଭିଏତନାମ ଯାଇଥିବା ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ଏହି ବିବାଦ ଉପରେ ମୁହଁ ଖୋଲିନାହାନ୍ତି। ବିଜେପି ମୁଖପାତ୍ରମାନେ ଏହାକୁ ଗାନ୍ଧୀ ଭାଇଭଉଣୀଙ୍କ ମଧ୍ୟରେ ଫାଟର ପ୍ରମାଣ ଭାବରେ ଉପସ୍ଥାପନ କରିଛନ୍ତି। କିଛି ଦିନ ପୂର୍ବରୁ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ମିଳିତ ଭାବରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରିଥିଲେ ଓ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ଅନିୟମିତତାର ଅଭିଯୋଗ ଉଠାଇଥିଲେ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରାଙ୍କ ଫଟୋ ପ୍ରଦର୍ଶନୀ ନୂଆଦିଲ୍ଲୀର ବିକାନେର ହାଉସରେ ଗୁରୁବାର ଆରମ୍ଭ ହୋଇଥିଲା। ଦିନକ ପୂର୍ବରୁ ବୁଧବାର ରେହାନ ଅଭିଯୋଗ କରିଥିଲେ ଯେ, ବିକାନେର ହାଉସ ମ୍ୟାନେଜମେଣ୍ଟ ପ୍ରଦର୍ଶନୀରୁ ତାଙ୍କର ୧୦୫ ଫଟୋ ମଧ୍ୟରୁ ୭୪ଟି ଫଟୋ ହଟାଇ ଦେଇଛି। ହଟାଯାଇଥିବା ଫଟୋଗୁଡ଼ିକ ମଧ୍ୟରୁ ଅଧିକାଂଶ ଦିଲ୍ଲୀରେ ସମ୍ପ୍ରତି ଛାତ୍ର ପ୍ରତିବାଦ ସହିତ ଜଡିତ ଥିଲା। ଏହି ଘଟଣା ବିବାଦ ସୃଷ୍ଟି କରିଥିଲା।

ଇତିହାସ ରଚିଲା ଜିଓ ପ୍ଲାଟଫର୍ମସର ଆଇପିଓ; ମିଳିଲା କୋଟିଏରୁ ଅଧିକ ସବ୍‌ସ୍କ୍ରିପ୍‌ସନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.