ARTICLE AD BOX
ଭୁବନେଶ୍ବର: ଅଗଷ୍ଟ ୨୪ ଓ ୨୫ ବେଳକୁ ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗ୍ଲୋବାଲ୍ ମଡେଲ୍ ଅନୁସାରେ ଏହି ସିଷ୍ଟମ୍ଟି ୨୬ରୁ ୨୭ ତାରିଖ ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ଚିହ୍ନିତ ଲଘୁଚାପ ଓ ଅବପାତରେ ପରିଣତ ହେବାର ସମ୍ଭାବନା ବହୁତ କମ୍ ରହିଛି। ସିଷ୍ଟମ୍ଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ। ପ୍ରଭାବରେ ଅଗଷ୍ଟ ୨୫ରୁ ୨୮ ପର୍ଯ୍ୟନ୍ତ ବ୍ୟାପକ ବର୍ଷା ଆରମ୍ଭ ହେବ, ଯାହାଦ୍ୱାରା ଉତ୍ତର ଉପକୂଳ ଓ ନଦୀ ଅବବାହିକା ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ୭୦ରୁ ୧୫୦ ମିମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।
Education: ନିସ୍ ଇନଷ୍ଟିଚ୍ୟୁଟ୍ର ସ୍ବାଗତ ଉତ୍ସବ
ସେ ଆହୁରି କହିଛନ୍ତି ଯେ ଅଗଷ୍ଟ ୨୪ ପର୍ଯ୍ୟନ୍ତ ମୌସୁମୀ ପ୍ରଭାବ କମ୍ ରହିବ। ପ୍ରଚଣ୍ଡ ଖରା ଓ ଆର୍ଦ୍ରତା ଯୋଗୁଁ ଅପରାହ୍ନ ଓ ସନ୍ଧ୍ୟା ସମୟରେ କେତେକ ସ୍ଥାନରେ କାଳବୈଶାଖୀ ସୃଷ୍ଟି ହୋଇ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଅଗଷ୍ଟ ୨୨ରୁ ୨୪ ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବଡ଼ ବର୍ଷାର ବିପଦ ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରି ଅଧିକ ରହିବ, ଯାହାକି ରାଜ୍ୟର ତାପମାତ୍ରାକୁ ୩୩ରୁ ୩୬ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚାଇବ। ୨୫ରୁ ୨୮ ମଧ୍ୟରେ ମେଘୁଆ ପାଗ ଓ ବର୍ଷା ଯୋଗୁଁ ଦିନର ତାପମାତ୍ରା ୩ରୁ ୫ ଡିଗ୍ରି ହ୍ରାସ ପାଇ ୨୮ରୁ ୩୧ ଡିଗ୍ରି ମଧ୍ୟରେ ରହିବ। ରାତିର ତାପମାତ୍ରା ୨୪ରୁ ୨୬ ଡିଗ୍ରି ମଧ୍ୟରେ ସ୍ଥିର ରହିବ ବୋଲି ସେ କହିଛନ୍ତି।
Protest: ଯନ୍ତର-ମନ୍ତରରେ ‘ଆରକ୍ଷଣ ହଟାଅ’ ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ଓଡ଼ିଶା ନିକଟରେ ଦୁଇଟି ଘୂର୍ଣ୍ଣିବଳୟ ରହିଛି। ଉତ୍ତର ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ରହିଥିବା ବେଳେ ଅନ୍ୟଟି ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି। ପ୍ରଭାବରେ ଶନିବାର ସକାଳ ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ୨୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୩ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ରେକର୍ଡ କରାଯାଇଛି। ନୟାଗଡ଼ରେ ସର୍ବାଧିକ ୩୫ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

6 days ago
3


