Rakhi Purnima: ରାଖୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ ନାହିଁ: ୨୭ରେ ଲୋକେ ପାଳିବେ, ୨୮ରେ ଶ୍ରୀମନ୍ଦିରରେ

1 week ago 5
ARTICLE AD BOX

ପୁରୀ: ସାଧାରଣ ଲୋକେ କେବେ ପାଳନ କରିବେ ରକ୍ଷାବନ୍ଧନ ପର୍ବ? ଅଗଷ୍ଟ ୨୭ରେ ରକ୍ଷାବନ୍ଧନ ଏବଂ ୨୮ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର ଜନ୍ମ ଓ ରାଖୀ ଲାଗି ରହିଥିବା ନେଇ ପଞ୍ଜିକାରେ ସୂଚନା ଥିବା ଯୋଗୁଁ ଏଭଳି ଦ୍ବନ୍ଦ୍ବ ଉପୁଜିଛି। ଏହି ଦ୍ବନ୍ଦ୍ବ ଉପରୁ ପରଦା ଉଠାଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ପଞ୍ଜିକା ସମୀକ୍ଷକ। ୨୭ ତାରିଖ ଦିନ ସକାଳ ୯ଟା ୮ରୁ (ଭିନ୍ନମତରେ ୯ଟା ୭ରୁ) ପୂର୍ଣ୍ଣିମା ଆରମ୍ଭ ହେଉଛି। ରକ୍ଷାବନ୍ଧନ ଉତ୍ସବ ମଧ୍ୟାହ୍ନକାଳୀନ ହୋଇଥିବାରୁ ସେଇ ଦିନ ହିଁ ରାଖୀବନ୍ଧା ପର୍ବ ପାଳନ କରାଯିବା ବିଧେୟ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.ନରେଶ ଚନ୍ଦ୍ର ଦାଶ। 

Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ଶ୍ରୀ ଦାଶଙ୍କ ଯୁକ୍ତି ଅନୁଯାୟୀ, ମହାପ୍ରଭୁ ସର୍ବତନ୍ତ୍ର ସ୍ବତନ୍ତ୍ର। ଶ୍ରୀମନ୍ଦିରରେ ଉଦୟକାଳୀନ ବିଧି ବିଧାନ ପ୍ରଚଳିତ। ତେଣୁ ୨୭ ତାରିଖ ଦିନ ସୂର୍ଯ୍ୟ ଉଦୟର କିଛି ସମୟ ପରେ ଅର୍ଥାତ ସକାଳ ୯ଟା ୭ ପରେ ପୂର୍ଣ୍ଣିମା ପ୍ରବେଶ କରୁଛି। ମାତ୍ର ୨୮ ତାରିଖ ବେଳକୁ ସୂର୍ଯ୍ୟ ଉଦୟ ପରେ ମଧ୍ୟ ପୂର୍ଣ୍ଣିମା ରହୁଥିବାରୁ ସେଦିନ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର ଜନ୍ମ ନୀତି ପାଳନ କରାଯିବା ବିଧେୟ। ଅନ୍ୟପକ୍ଷରେ ୨୮ ତାରିଖ ସକାଳ ୯ଟା ୪୮ ପର୍ଯ୍ୟନ୍ତ ପୂର୍ଣ୍ଣିମା ରହୁଛି। ରାଖୀ ପୂର୍ଣ୍ଣିମା ମଧ୍ୟକାଳୀନ ପର୍ବ ହୋଇଥିବାରୁ ଏବଂ ମଧ୍ୟାହ୍ନରେ ପୂର୍ଣ୍ଣିମା ରହୁ ନଥିବାରୁ ସାଧାରଣ ଲୋକେ ସେଦିନ ରାଖୀ ପୂର୍ଣ୍ଣିମା ନ ପାଳି ୨୭ ତାରିଖ ଦିନ ପାଳିପାରିବେ ବୋଲି ସେ କହିଛନ୍ତି। ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର କହିଛନ୍ତି, ଶ୍ରୀମନ୍ଦିରରେ ଉଦୟକାଳୀନ ବିଧି ପ୍ରଚଳିତ। ମାତ୍ର ସାଧାରଣ ମନୁଷ୍ୟ କ୍ଷେତ୍ରରେ କର୍ମକାଳୀନ ବିଧି ପ୍ରଚଳିତ। ତେଣୁ ଏହି ଆଧାରରେ ଆସନ୍ତା ୨୭ ତାରିଖରେ ସକାଳ ୯ଟା ୮ ପରେ ପୂର୍ଣ୍ଣିମା ପ୍ରବେଶ କରିଯାଉଥିବାରୁ ସେଇଦିନ ହିଁ ସାଧାରଣ ଲୋକେ ଘରେ ରାଖୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପାଳନ କରିପାରିବେ ବୋଲି କହିଛନ୍ତି।

Voter ID: ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ

Read Entire Article
LEFT SIDEBAR AD

Hidden in mobile, Best for skyscrapers.