Raksha Bandhan 2026: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଖୀ ବାନ୍ଧିଲେ କୁନି ପିଲା; ଶିଶୁ ପଚାରିଲା- ଆପଣଙ୍କର ପିଲାଦିନର ସ୍ବପ୍ନ କ’ଣ ଥିଲା?

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ଉତ୍ସାହର ସହିତ ପବିତ୍ର ରକ୍ଷାବନ୍ଧନ ପାଳିତ ହୋଇଯାଇଛି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ସ୍କୁଲ ପିଲାମାନେ ରାଖୀ ବାନ୍ଧିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରକ୍ଷାବନ୍ଧନର ଫଟୋ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ୭ ଲୋକ କଲ୍ୟାଣ ମାର୍ଗରେ ‘ରକ୍ଷାବନ୍ଧନ’ର ଉତ୍ସାହ ସ୍ମରଣୀୟ ରହିବ। 

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ନିବାସରେ ଆୟୋଜିତ ରକ୍ଷାବନ୍ଧନ ଅବସରରେ କୁନି ପିଲାମାନଙ୍କୁ ଭେଟିଛନ୍ତି। ଛୋଟଛୋଟ ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ରକ୍ଷାସୂତ୍ର ବାନ୍ଧି ଆଶୀର୍ବାଦ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ପିଲାମାନେ ଖୁସିର ସମୟ ବିତାଇଛନ୍ତି। ତାଙ୍କ ସହିତ ହାତ ମିଶାଇଛନ୍ତି। ପିଲାମାନଙ୍କର ହସ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ନେହର ମୁହୂର୍ତ୍ତ ମନେ ରହିବ। କାର୍ଯ୍ୟକ୍ରମ ସମୟରେ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ। 

New Project (2)

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ କଥାବାର୍ତ୍ତା ସମୟରେ ଜଣେ ଶିଶୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲା- ଆପଣଙ୍କର ପିଲାଦିନର ପ୍ରଶ୍ନ କ’ଣ ଥିଲା? ଏହି ସମୟରେ ପ୍ରଧାନମନ୍ତ୍ରୀ ହସିହସି କହିଥିଲେ- ତୁମମାନଙ୍କୁ ଭେଟିବାର…। 

ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନର ଝଲକ

ପବିତ୍ର ରକ୍ଷାବନ୍ଧନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉତ୍ସବ ପାଳନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ରାଷ୍ଟ୍ରପତି ଭବନସ୍ଥିତ ସାଂସ୍କୃତିକ କେନ୍ଦ୍ରରେ ଭିନ୍ନ ଭିନ୍ନ ସ୍କୁଲ ଏବଂ ସଂଗଠନର ପିଲାମାନେ ରକ୍ଷାବନ୍ଧନ ପାଳନ କରିଛନ୍ତି। ଭାଇ-ଭଉଣୀ ମଧ୍ୟରେ ଥିବା ସଂପର୍କର ମହତ୍ବ ସଂପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଏହି ସ୍ମରଣୀୟ ମୁହୂର୍ତ୍ତ ନେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି। 

New Project (1)

ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ଲେଖିଥିଲେ, ସ୍ନେହ, ଭଲପାଇବା ଓ ପରସ୍ପର ବିଶ୍ୱାସର ପବିତ୍ର ପର୍ବ ରାଖୀ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସଫଳତା ଆଣୁ ବୋଲି ସେ କାମନା କରିଥିଲେ। ରାଖୀ କେବଳ ଏକ ପରମ୍ପରା ନୁହେଁ, ବରଂ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ନିଷ୍କପଟ ଭଲପାଇବା ଓ ଆତ୍ମୀୟତାର ଏକ ସୁନ୍ଦର ପ୍ରତୀକ ବୋଲି କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.