Ranji Match: ଓଡ଼ିଶା-ସର୍ଭିସେସ୍‌ ରଣଜୀ ମ୍ୟାଚ୍‌: ଦ୍ବିତୀୟ ଦିନର ଖେଳ ବାତିଲ

1 hour ago 2
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ଓ ସର୍ଭିସେସ୍‌ ମଧ୍ୟରେ  ସ୍ଥାନୀୟ କିଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ରଣଜୀ ଟ୍ରଫି ତୃତୀୟ ରାଉଣ୍ଡ୍‌ ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ଜନିତ ଲଗାଣ ବର୍ଷା ପାଇଁ ବାତିଲ ହୋଇଯାଇଛି। ସକାଳୁ ବର୍ଷା ଲାଗି ରହିବାରୁ ମଙ୍ଗଳବାର ଗୋଟିଏ ହେଲେ ବି ବଲ୍‌ ପଡ଼ି ନଥିଲା କିମ୍ବା ଖେଳାଳି ବାହାରକୁ ବାହାରି ନଥିଲେ। ସଂପୂର୍ଣ୍ଣ ଷ୍ଟାଡିୟମ୍‌କୁ ଦିନ ତମାମ ପାଲରେ ଘୋଡ଼ାଇ ରଖା ଯାଇଥିଲା।

Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା

ସେହିଭଳି ବୁଧବାର ବି ବର୍ଷା ହେବାର ପୂର୍ବାନୁମାନ ରହିଛି। ଏଣୁ ଆସନ୍ତାକାଲି ଖେଳ ହେବା ନେଇ ମଧ୍ୟ ଆଶଙ୍କା ବଢ଼ିଛି। ସୂଚନାଯୋଗ୍ୟ ଯେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଓଡ଼ିଶା ଘରୋଇ ପରିବେଶରେ ଖେଳୁଥିବା ସତ୍ତ୍ବେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୯୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ ସର୍ଭିସେସ୍‌ ସୋମବାର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ବିନା କ୍ଷତିରେ ୧୩ ରନ୍‌ କରି ନେଇଥିଲା। ଉଭୟ ଓଡ଼ିଶା ଓ ସର୍ଭିସେସ୍‌ ନିଜ ନିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜିତ ହୋଇଥିବାରୁ ଚଳିତ ଋତୁର ପ୍ରଥମ ପଏଣ୍ଟ୍‌ ସନ୍ଧାନରେ ଅଛନ୍ତି। ଆଗାମ ଦୁଇ ଦିନ ଯଦି ଖେଳ ସମ୍ଭବ ନହୁଏ, ତାହେଲେ ଅମୀମାଂସିତ ମ୍ୟାଚ୍‌ ବଳରେ ଦୁଇଟି ଯାକ ଦଳ ପଏଣ୍ଟ ଖାତା ଖୋଲିବେ।

Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା

Read Entire Article
LEFT SIDEBAR AD

Hidden in mobile, Best for skyscrapers.