ARTICLE AD BOX
ମୁମ୍ବାଇ: ପୂର୍ବତନ ମୁମ୍ବାଇ ବ୍ୟାଟର୍ ଚିନ୍ମୟ ସୁତାର ଚଳିତ ରଣଜୀ ଟ୍ରଫିରେ ମିଜୋରାମ ବିପକ୍ଷରେ ଅପରାଜିତ ୪୦୦* ରନ୍ର ପାଳି ଖେଳି ଇତିହାସ ରଚିଛନ୍ତି। ନାଗାଲାଣ୍ଡ ପକ୍ଷରୁ ଖେଳୁଥିବା ଏହି ବ୍ୟାଟର୍ ୫୧୭ ବଲ୍ରୁ ୪୬ ଚୌକା ଓ ୭ ଛକା ସହାୟତାରେ ଏହି ରନ୍ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୪୦୦ ରନ୍ କରିବାରେ ୨୯ ବର୍ଷୀୟ ଚିନ୍ମୟ ଦ୍ବିତୀୟ ଭାରତୀୟ ହେବାର ଗୌରବ ପାଇଛନ୍ତି।
ଗତ ଋତୁରେ ମୁମ୍ବାଇ ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଏକମାତ୍ର ମ୍ୟାଚ୍ (ମହାରାଷ୍ଟ୍ର) ବିପକ୍ଷରେ ଖେଳିଥିବା ଚିନ୍ମୟ ନିଜର ଦ୍ବିତୀୟ ରଣଜୀ ମ୍ୟାଚ୍ରେ ଏହି ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ସେ ପୃଥ୍ବୀ ସ’ (୩୭୯ ରନ୍)ଙ୍କ ରେକର୍ଡ ଭାଙ୍ଗିବା ସହ ମହାରାଷ୍ଟ୍ରର ବିବି ନିମ୍ବାଲକରଙ୍କ ୪୦୦ ରନ୍ କ୍ଲବ୍ରେ ସାମିଲ ହୋଇଛନ୍ତି। ନିମ୍ବାଲକର (୪୪୩* ରନ୍) ପ୍ରଥମ ଭାରତୀୟ ଭାବେ ଏହି ସଫଳତା ୧୯୪୮-୪୯ ଋତୁରେ କାଠିଆୱଡ ବିପକ୍ଷରେ ପାଇଥିଲେ।
ଚିନ୍ମୟଙ୍କ ବାପା ପୂର୍ବତନ ଅଫ୍ସ୍ପିନ୍ ଅଲ୍ରାଉଣ୍ଡର
ବିଶ୍ବସ୍ତରରେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୪୦୦ ରନ୍ କରିବାରେ ଚିନ୍ମୟ ଦଶମ ବ୍ୟାଟର୍ ହୋଇଛନ୍ତି। ଚିନ୍ମୟଙ୍କ ବାପା ରାଜେଶ ସୁତାର ହେଉଛନ୍ତି ମୁମ୍ବାଇର ପୂର୍ବତନ ଅଫ୍ସ୍ପିନ୍ ଅଲ୍ରାଉଣ୍ଡର। ସେ କିଂବଦନ୍ତି ସଚିନ ତେନ୍ଦୁକରଙ୍କ ସହ ଥରେ ଓପନିଂ କରିଥିଲା ବେଳେ ମୋଟ ୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ।
Asian Para Games: ଗୋଟିଏ ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ-ରୌପ୍ୟ ପଦକ, ରେକର୍ଡ କଲେ ପ୍ରବୀଣ କୁମାର

6 days ago
5


