ARTICLE AD BOX
ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଯୁବକଯୁବତୀମାନଙ୍କ ପାଇଁ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡରେ (ଆରସିଏଫଏଲ) ମ୍ୟାନେଜମେଣ୍ଟ ଟ୍ରେନି (ଏମଟି) ପଦବିରେ ସୁବର୍ଣ୍ଣ ସୁଯୋଗ । ଆଶାୟୀ ପ୍ରାର୍ଥୀମାନେ ୨୦୨୬ ସେପ୍ଟେମ୍ବର ୧୦ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ। ଆବେଦନ ଫର୍ମଟି ସରକାରୀ ଆରସିଏଫଏଲ ୱେବସାଇଟ୍ www.rcfltd.comରେ ଉପଲବ୍ଧ।
ଯୋଗ୍ୟତା ମାନଦଣ୍ଡ
ଏହି ନିଯୁକ୍ତି ଅଭିଯାନରେ ଅଂଶଗ୍ରହଣ କରିବା ପାଇଁ ପ୍ରାର୍ଥୀମାନଙ୍କର ବିଇ/ବିଟେକ, ଏମବିଏ, ପିଜିଡିଗ୍ରି/ କୌଣସି ବିଷୟରେ ଗ୍ରାଜୁଏସନର ଡିଗ୍ରି/ସିଏ/ସିଏଏମଏ/ବିକମ/ବିବିଏ/ବିଏମଏସ/ବିଏଏଫ+ ଏମବିଏ/ଏମଏମଏସ/ପିଜିଡିଏମ/ପିଜିଡିବିଏମ୍/ଏମକମ୍ କରିଥିବା ଆବଶ୍ୟକ।
କିପରି କରିବେ ଆବେଦନ
ଆବେଦନ କରିବାକୁ, ପ୍ରଥମେ ସରକାରୀ ପୋର୍ଟାଲ୍ ibpsreg.ibps.in/rcfmtfeb26/କୁ ଯାଆନ୍ତୁ। ଆବଶ୍ୟକୀୟ ବିବରଣୀ ପୂରଣ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଶେଷରେ, ଦସ୍ତଖତ ଏବଂ ଫଟୋଗ୍ରାଫ୍ ଅପଲୋଡ୍ କରି ଆବେଦନ ଫି ପ୍ରଦାନ କରିବା ପରେ ଫର୍ମ ଦାଖଲ କରନ୍ତୁ। ସାଧାରଣ, ଓବିସି ଏବଂ ଇଡବ୍ଲୁଏସ ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦୦ଟଙ୍କର ଆବେଦନ ଫି ଦେବାକୁ ପଡିବ। ଏସସି, ଏସଟି, ପିଡବ୍ଲୁଡି ଏବଂ ମହିଳା ପ୍ରାର୍ଥୀମାନେ ମାଗଣାରେ ଆବେଦନ କରିପାରିବେ।
ଚୟନ ପ୍ରକ୍ରିୟା
ପ୍ରାର୍ଥୀମାନଙ୍କୁ ପ୍ରଥମେ ଏକ ଅନଲାଇନ୍ ପରୀକ୍ଷା ଦେବାକୁ ପଡିବ। ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ନିର୍ଦ୍ଧାରିତ କଟ-ଅଫ୍ ମାର୍କ ରଖିବେ ସେମାନେ ନିଯୁକ୍ତିର ପରବର୍ତ୍ତୀ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ । ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୯୪ଟି ଖାଲିଥିବା ପଦବି ପୂରଣ କରାଯିବ। ଖାଲି ପଦବି ସମ୍ପର୍କରେ ବିସ୍ତୃତ ସୂଚନା ପାଇଁ ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତି ଦେଖିପାରିବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଖୀ ବାନ୍ଧିଲେ କୁନି ପିଲା; ଶିଶୁ ପଚାରିଲା- ଆପଣଙ୍କର ପିଲାଦିନର ସ୍ବପ୍ନ କ’ଣ ଥିଲା?

55 minutes ago
3


