Rath Yatra: ଦ୍ବିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା, ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ

1 month ago 14
ARTICLE AD BOX

ପୁରୀ: ଦ୍ବିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଉଛନ୍ତି। ସକାଳୁ ଶ୍ରୀଜିଉମାନଙ୍କ ରଥରେ ମଙ୍ଗଳାର୍ପଣ ନୀତି ଭକ୍ତି ଓ ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଥିଲା। ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ସେବାୟତମାନେ ଏହି ନୀତି ସମ୍ପାଦନ କରିଥିଲେ। ଏହାପରେ ମହାପ୍ରଭୁଙ୍କ ଆଗାମୀ ନୀତିକାନ୍ତି ଅନୁଯାୟୀ ରଥଟଣା ଆରମ୍ଭ ହୋଇଛି। 

ସୂଚନାଯୋଗ୍ୟ, ଗତକାଲି ପହଣ୍ଡି ସଅଳ ଆରମ୍ଭ ହେଲା, କିନ୍ତୁ ସରିବା ବିଳମ୍ବ ହେଲା। ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଆଗପଛ ହୋଇ ୧୦ଟା ୫୫ ସୁଦ୍ଧା ରଥାରୂଢ଼ ହୋଇ ୧୧ଟା ସୁଦ୍ଧା ରୁନ୍ଧା ସରିଥିଲେ। ମାତ୍ର ଅଚଳ ମହାମେରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁମୁଟ ପାଖରୁ ରଥକୁ ଆସିବାକୁ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ଲଗାଇ ଦେଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇ ରୁନ୍ଧା ସରିବାବେଳକୁ ୩ଟା ବାଜି ସାରିଥିଲା। ରଥଟଣା ମଧ୍ୟ ଘଣ୍ଟାଏ ବିଳମ୍ବ ହୋଇଥିଲା। ମହାପ୍ରଭୁ ଗୁମୁଟରୁ ବାହାରିବା ବେଳକୁ ମଥାରେ ଆଉ ଟାହିଆ ନଥିଲା। ଟାହିଆ ତଳେ ପଡ଼ିଯିବାରୁ ଆଉ ଲାଗି ହୋଇ ନଥିଲା। ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲ, ହାଇକୋର୍ଟ ବିଚାରପତି ଓ ମନ୍ତ୍ରୀଗଣ ଉପସ୍ଥିତ ଥିଲେ। ୯.୩୦ରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.