Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_v3qe540k5h5d5fce7rje0n75rq, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Rath Yatra: ଭାଙ୍ଗିଲା ସମ୍ବଲପୁରର ଶତାବ୍ଦୀ ପୁରୁଣା ପରମ୍ପରା - CGPT.IN

Rath Yatra: ଭାଙ୍ଗିଲା ସମ୍ବଲପୁରର ଶତାବ୍ଦୀ ପୁରୁଣା ପରମ୍ପରା

1 month ago 17
ARTICLE AD BOX

ସମ୍ବଲପୁର (ତେଜସ୍କର ମହାପାତ୍ର): ବିଧି ଅନୁସାରେ ଧାଡ଼ିପହଣ୍ଡି ପରେ ତିନିଠାକୁର ରଥାରୁଢ଼ ହେଲେ। ଛେରାପହଁରା ପରେ ରଥଟଣା ବି ହେଲା। ହେଲେ ଇଚ୍ଛାମୟଙ୍କ ଇଚ୍ଛା ବି ଅଧୁରା ରହିଗଲା। ରାସ୍ତା ସମସ୍ୟା ପାଇଁ ସମ୍ବଲପୁରରେ ଶତାବ୍ଦୀ ପୁରୁଣା ରଥଯାତ୍ରା ପରମ୍ପରା ଭାଙ୍ଗିଗଲା। ରଥ ପଥରେ ଥିବା ବିରାଟ ଗାତ ବାଧକ ସାଜିଲା। ମହାପ୍ରଭୁଙ୍କ ରଥ ଗଡ଼ି ପାରିଲାନି। ବଡ଼ସଡ଼କରେ ଅଧାବାଟ ଆସି ହାଟପଡ଼ା ନିକଟରୁ ଫେରିଗଲା ଝାଡ଼ୁଆପଡ଼ାର ବରହମ୍‌ପୁରା ମହାପ୍ରଭୁଙ୍କ ରଥ। ସେହିଭଳି ସମସ୍ୟା ଯୋଗୁ ଦଧିବାମନ ମହାପ୍ରଭୁଙ୍କ ରଥ ମଧ୍ୟ କଦମଗଳି ନିକଟରୁ ଫେରିଲା। ବୁଧବାର ରାତିରୁ ସମ୍ବଲପୁର ସହରରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ରାସ୍ତାରେ ଚକ ଦବିଯିବା ଆଶଙ୍କାରେ ରଥଗୁଡ଼ିକ ଅଧା ବାଟରୁ ଫେରିଯିବା ଭକ୍ତଙ୍କ ମନରେ ବେଶ୍ ଆଘାତ ଦେଇଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ହାତରେ ଫୁଲମାଳ, ନଡ଼ିଆ ନେଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ରଥ ଫେରିଯିବା କାରଣରୁ ଶତାଧିକ ଭକ୍ତ ରଥାରୁଢ଼ ଠାକୁରଙ୍କ ଦର୍ଶନ କରିନପାରି ନିରାଶ ହୋଇଥିଲେ। ଯାହାକୁ ନେଇ ସମ୍ବଲପୁର ସହରରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବଲପୁର ସହରରେ ଏସ୍‌ଏମ୍‌ସିର ନିମ୍ନମାନର ରାସ୍ତାକାମକୁ ସ୍ବେରେଜ୍ ବୋର୍ଡ ଓ ୱାଟ୍‌କୋର ମନଇଚ୍ଛା ଖୋଳା, ପୋତା ନୀତି ଯୋଗୁ ମୁଖ୍ୟ ରାସ୍ତାଗୁଡ଼ିକରେ ଚାଲିବା ବି ସମ୍ଭବ ହେଉନି। ଗତ ଶୀତଳଷଷ୍ଠୀ ପୂର୍ବରୁ ସ୍ବେରେଜ୍ ବୋର୍ଡ ପକ୍ଷରୁ ଝାଡ଼ୁଆପଡ଼ାରୁ ଦଳାଇପଡ଼ା ଯାଏ ରାସ୍ତା ଖୋଳା ଯାଇଥିଲା। କିନ୍ତୁ ଶୋଭାଯାତ୍ରା ଯିବାରେ ସମସ୍ୟା ସୃଷ୍ଟି ହେବା ନେଇ ଅଭିଯୋଗ ପରେ ସ୍ବେରେଜ୍ ବୋର୍ଡ ରାସ୍ତା ମରାମତି କରିଥିଲା। କିନ୍ତୁ କାମ ଏତେ ନିମ୍ନମାନର ଥିଲା ଯେ ଦିନ କେଇଟାରେ ଦଳାଇପଡ଼ା, ମାରୱାଡ଼ିପଡ଼ାରେ ରାସ୍ତା ଦବି ଯାଇଥିଲା। କିନ୍ତୁ ଉକ୍ତ ରାସ୍ତାର ଆଉ ମରାମତି କରାଗଲାନି। ଏହା ଉପରେ ପୁଣି ରଥଯାତ୍ରାର ଦୁଇ ଦିନ ପୂର୍ବରୁ ୱାଟ୍‌କୋ କର୍ତ୍ତୃପକ୍ଷ ଆସି ହାଟପଡ଼ା ନିକଟରେ ରାସ୍ତା ଖୋଳି ଚାଲି ଯାଇଥିଲେ। କିନ୍ତୁ ଉକ୍ତ ଭଙ୍ଗା ଦଦରା ରାସ୍ତାରେ ମହାପ୍ରଭୁଙ୍କ ରଥ କିଭଳି ଗଡ଼ିବ ତାହା ପ୍ରଶାସନ ଚିନ୍ତା ବି କରିନଥିଲା। ଆଜି ଏହାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲେ ହେଁ ୱାଟ୍‌କୋ କର୍ତ୍ତୃପକ୍ଷ ଖୋଳିଥିବା ଗାତ ପୋତିନଥିଲେ। 

ସ୍ଥାନୀୟ ଲୋକେ ବାଧ୍ୟହୋଇ ଉକ୍ତ ଗାତରେ ମାଟି ଭର୍ତ୍ତି କରିଥିଲେ। କିନ୍ତୁ ଲଗାଣ ବର୍ଷା ଯୋଗୁ ଉକ୍ତ ମାଟି ବି ଧୋଇ ହୋଇଯାଇଥିଲା। ଫଳସ୍ବରୂପ ଉକ୍ତ ଗାତରେ ରଥର ଚକ ପଶିଯିବା ଆଶଙ୍କା କରି ହାଟପଡ଼ାରୁ ହିଁ ଝାଡ଼ୁଆପଡ଼ାର ବରହମପୁରା ମହାପ୍ରଭୁଙ୍କ ରଥକୁ ପୁଣି ପଡ଼ାକୁ ଫେରାଇ ନିଆଯାଇଥିଲା। ସମାନ ସମସ୍ୟା ପାଇଁ ଦଧିବାମନ ମହାପ୍ରଭୁଙ୍କ ରଥ ବି ଅଧାବାଟରୁ ଫେରି ଯାଇଥିଲା। ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଜନ ପ୍ରତିନିଧି ମାନଙ୍କ ଇସ୍ତଫା ଦାବି କରିଛନ୍ତି ବିଜେଡ଼ି ନେତା ଗୋକୁଳ ମେହେର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.