Ravenshaw University: 'ରାଜନୀତିରୁ ରେଭେନ୍ସାକୁ ଦୂରେଇ ରଖ': ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା) ପକ୍ଷରୁ ସମୂହ ପ୍ରତିବାଦ

1 hour ago 1
ARTICLE AD BOX

କଟକ: ରେଭେନ୍ସାବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମହଲରେ ସୃଷ୍ଟି ହୋଇଥିବା ବିବାଦ ଓ ଅସନ୍ତୋଷ ଘନେଇବାରେ ଲାଗିଛି। ଶିକ୍ଷକ ସଂଘ (ରୁଟା)ର ୮୦ରୁ ଅଧିକ ଅଧ୍ୟାପକ ଆଜି ସମୂହ ଛୁଟିରେ ଯିବା ସହିତ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଶ୍ବବିଦ୍ୟାଳୟର ପୂର୍ବତନ ଚିଫ୍‌ ୱାର୍ଡେନ୍‌ ପ୍ରଫେସର ଡକ୍ଟର ସୁଦର୍ଶନ ମିଶ୍ରଙ୍କୁ ସଦର ବିଧାୟକ ପ୍ରକାଶ ସେଠୀ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ପ୍ରଥମେ ବିବାଦ ସୃଷ୍ଟି ହୋଇଥିବା ବେଳେ ବିଧାୟକ ଶ୍ରୀ ସେଠୀ ପ୍ରଫେସର ଶ୍ରୀ ମିଶ୍ରଙ୍କ ବିରୋଧରେ ବିଧାନସଭା ବାଚସ୍ପତିଙ୍କ ନିକଟରେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ସଂଘ ଦାବି ରଖିଥିଲା।

ଆହୁରି ପଢନ୍ତୁ: Fruit Storage Tips: ଫ୍ରିଜ୍‌ରେ କେଉଁ ଫଳ କେତେ ଦିନ ସୁରକ୍ଷିତ?

ମାତ୍ର ଏ ଦିଗରେ ରେଭେନ୍ସା କର୍ତ୍ତୃପକ୍ଷ କୌଣସି ଉଦ୍ୟମ ନକରି ବିଶ୍ବବିଦ୍ୟାଳୟର ଚିଫ୍‌ ୱାର୍ଡେନ୍‌ଙ୍କ ସହିତ ସମସ୍ତ ହଷ୍ଟେଲର ୱାର୍ଡେନ୍‌ ଓ ଡେପୁଟି ୱାର୍ଡେନ୍‌ଙ୍କୁ ବଦଳାଇ ଦେବାକୁ ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି। ରେଭେନ୍ସା ପରିସରରେ ଅଧ୍ୟାପକଙ୍କୁ ସମ୍ମାନର ସହିତ କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହ ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ରାଜନୈତିକ ଚାପକୁ ଦୂରେଇ ରଖିବାକୁ ସଂଘ ପୂର୍ବରୁ ଦାବି କରଥିଲା। ହେଲେ ରେଭେନ୍ସା କର୍ତ୍ତୃପକ୍ଷ ଏହି ସମସ୍ତ କ୍ଷେତ୍ରରେ ନିରବ ଥିବାରୁ ଆଜି ଶିକ୍ଷକ ସଂଘ ଏଭଳି ପଦକ୍ଷେପ ନେଇଛି। 

ସୂଚନାଯୋଗ୍ୟ, ଚଳିତ ମାସ ୨ ତାରିଖରେ ଇଷ୍ଟ ହଷ୍ଟେଲ ଛାତ୍ର ଡେପୁଟି ୱାର୍ଡେନଙ୍କ ବଦଳି ପାଇଁ ଅନଶନରେ ବସିଥିଲେ। କୁଳପତି, ଚିଫ୍ ୱାର୍ଡେନ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନେଇ ୩ ତାରିଖ ରାତିରେ ହଷ୍ଟେଲ ପରିସରରେ ଏକ ବୈଠକ ହୋଇଥିଲା। ଏଥିରେ ଆଲୋଚନା କରି ସେମାନଙ୍କୁ ଅନଶନରୁ ଉଠାଇବାରେ କର୍ତ୍ତୃପକ୍ଷ ସଫଳ ହୋଇଥିଲେ। ମାତ୍ର ବୈଠକର ‌ଶେଷ ଆଡ଼କୁ ସଦର ବିଧାୟକ ପ୍ରକାଶ ସେଠୀ ପହଞ୍ଚି ଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଡେପୁଟି ୱାର୍ଡେନଙ୍କୁ ବୈଠକକୁ ଡାକିବାକୁ କହିଥିଲେ। ହେଲେ କୁଳପତିଙ୍କ କାର୍ଯ୍ୟାଳୟରେ ତାଙ୍କ ସହିତ ଆଲୋଚନା କରିବାକୁ ଚିଫ୍‌ ୱାର୍ଡେନ ପ୍ରଫେସର ସୁଦର୍ଶନ ମିଶ୍ର କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବିଧାୟକ ଶ୍ରୀ ସେଠୀ ପ୍ରଫେସର ମିଶ୍ରଙ୍କୁ ଦୁର୍ବ୍ୟବହାର କରିଥିଲେ।

ଆହୁରି ପଢନ୍ତୁ: Bandhan Wishes: ରାଖୀ ପୂର୍ଣ୍ଣିମା: ଭାବପୂର୍ଣ୍ଣ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ

ରେଭେନ୍ସା କର୍ତ୍ତୃପକ୍ଷଙ୍କ ନିକଟରେ ରୁଟା ଏହାକୁ ନେଇ ଲିଖିତ ଭାବେ ବିରୋଧ କରିଥିବା ବେଳେ ସମସ୍ତ ହଷ୍ଟେଲର ୱାର୍ଡେନ ଓ ଡେପୁଟି ୱାର୍ଡେନ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ମାତ୍ର ଏହାକୁ କୁଳପତି ଗ୍ରହଣ କରିନଥିଲେ। କିନ୍ତୁ ବିଧାୟକ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ପରେ ରୁଟା ଆଲୋଚନାକୁ ଆସିବ ବୋଲି କହିଥିଲା। ଅନ୍ୟପଟେ ଇଷ୍ଟ ହଷ୍ଟେଲର ଡେପୁଟି ୱାର୍ଡେନଙ୍କୁ ବଦଳି କରିବା ପରେ ସେ ଅଭିଯୋଗ ପ୍ରତ୍ୟାହାର କରିବେ ବୋଲି ବିଧାୟକ କହିଥିଲେ। ଏଭଳି ସ୍ଥିତିରେ ରେଭେନ୍ସା କର୍ତ୍ତୃପକ୍ଷ ସମସ୍ତ ହଷ୍ଟେଲର ୱାର୍ଡେନ୍‌ ଓ ଡେପୁଟି ୱାର୍ଡେନ୍‌ଙ୍କୁ ବଦଳାଇ ଦେଇଥିଲେ। ଏହାକୁ ବିରୋଧ କରି ରୁଟା ପକ୍ଷରୁ ପ୍ରତିବାଦ କରାଯାଇଛି |

Read Entire Article
LEFT SIDEBAR AD

Hidden in mobile, Best for skyscrapers.