Relief and Recovery Review ବାତ୍ୟା ‘ଅର୍ଣ୍ଣବ’ ପରେ ରିଲିଫ୍ ଓ ପୁନରୁଦ୍ଧାର ସମୀକ୍ଷା: ‘ମୁରାସୁ’ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର

1 hour ago 3
ARTICLE AD BOX

ଭୁବନେଶ୍ୱର:  ରାଜ୍ୟରେ ବାତ୍ୟା ଅର୍ଣ୍ଣବ ଆଣିଥିବା ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ୍‌ କାର୍ଯ୍ୟର ସମୀକ୍ଷା ଆଜି ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହାସହ ଆସୁଥିବା ବାତ୍ୟା ମୁରାସୁର ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପର ମଧ୍ୟ ଆଲୋଚନା ହୋଇଥିଲା। 

Reviews Cyclone Arnab Recovery ଲୋକସେବା ଭବନରେ ଥଇଥାନ ଓ ସମ୍ଭାବ୍ୟ ବାତ୍ୟା ମୁରାସୁର ସମୀକ୍ଷା, ଛତ୍ରପୁରରେ ବିଜେପି ରାଜ୍ୟ ସଭାପତି
ରାଜୀବ ଭବନ ସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)  ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। 

Heavy rain: ଛତ୍ରପୁର ଜରୁରୀକାଳୀନ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ବ୍ରହ୍ମପୁର ଆର୍‌ଡିସି
ଆଗାମୀ  ବାତ୍ୟା ‘ମୁରାସୁ’ ଗଭୀର (ଅବପାତ)    ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୧୦ କିମି ପ୍ରତି ଘଣ୍ଟା ରହିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ପୁରୀ ଭଳି ଉପକୂଳ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।  

ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଯୋଗୁଁ ରାଜ୍ୟର  ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ମୋଟ ୪୧ଟି ବ୍ଲକର ୪୮୮ଟି ପଞ୍ଚାୟତ ଏବଂ ୨,୧୩୭ଟି ଗ୍ରାମ ପ୍ରଭାବିତ ହୋଇଛି. ସେହିପରି ୨୩ଟି ସହରାଞ୍ଚଳର ୩୦୭ଟି ୱାର୍ଡର ଲୋକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।  ପ୍ରଭାବିତ ଜନସଂଖ୍ୟା: ସମୁଦାୟ ୨,୧୦,୯୨୦ ଜଣ ଲୋକ ଏହି ବିପର୍ଯ୍ୟୟର ଶିକାର ହୋଇଛନ୍ତି ।  ସ୍ଥାନାନ୍ତରଣ: ସୁରକ୍ଷା ଦୃଷ୍ଟିରୁ ୧,୪୧,୭୯୭ ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରାଯାଇଥିବା  ବେଳେ ,ପ୍ରଭାବିତ ଅଞ୍ଚଳରୁ ମୋଟ ୫୭୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି ।   ଏହି ବିପର୍ଯ୍ୟୟରେ ଗଞ୍ଜାମ ୩ ଜଣ ବ୍ୟକ୍ତିଙ୍କର ଜୀବନହାନି ହୋଇଛି ।

Farmer Dies due to crop Damage ଅର୍ଣ୍ଣବ ବର୍ଷାରେ ଉଜୁଡ଼ିଗଲା ୩୭ ଏକର ଫସଲ, ବିଷ ପିଇଦେଲେ ଗଞ୍ଜାମର ଚାଷୀ
ଗଞ୍ଜାମ ଜିଲ୍ଲା:କୁକୁଡାଖଣ୍ଡି ଓ ପାତ୍ରପୁର ବ୍ଲକର ୧୩ଟି ସ୍ଥାନରେ ଭୂସ୍ଖଳନ  ଯୋଗୁଁ ଜମିଥିବା ମାଟି ଓ ଆବର୍ଜନା ସଫା କରାଯାଇଛି ଏବଂ ଅନ୍ୟ ୮ଟି ସ୍ଥାନରେ କାର୍ଯ୍ୟ ଜାରି ରହିଛି । ଭଞ୍ଜନଗରରେ ରାସ୍ତା ଉପରେ  ଭୂସ୍ଖଳନ ଜନିତ ଯେଉଁ  ଗୋଟିଏ ସ୍ଥାନରେ ବାଧା ଉପୁଜିଥିଲା, ତାହା ସମ୍ପୂର୍ଣ୍ଣ ଅପସାରିତ ହୋଇଛି ।  ୧୪ଟି ବ୍ଲକରେ ମୋଟ ୧୨୪ଟି ରାସ୍ତା ଫାଟ (Breaches) ବନ୍ଦ କରାଯାଇଥିବାବେଳେ ୪୨ଟି ସ୍ଥାନରେ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି  ।  ୧୪ଟି ବ୍ଲକର ୧୮୬ଟି କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି ।  ଗଜପତି ଜିଲ୍ଲାର ୬ଟି ବ୍ଲକର  ୧୯ଟି  ରାସ୍ତାର  ଭୂସ୍ଖଳନ ଅବସ୍ଥା ସଫା କରାଯାଇଛି ।  ପାଣି ମାଡ଼ିଯିବା ଯୋଗୁଁ ପ୍ରଭାବିତ ହୋଇଥିବା ୫ଟି ରାସ୍ତାରେ ଯାନବାହନ  ଚଳାଚଳ ସ୍ୱାଭାବିକ  ହୋଇଛି ।  ୩ଟି ବ୍ଲକରେ ପ୍ରଭାବିତ  ୧୧ଟି କ୍ଷତିଗ୍ରସ୍ତ ରାସ୍ତା ମରାମତି  କରାଯାଇଛି ।  ଗୋଷାଣୀ ବ୍ଲକର ଗୋଟିଏ ରାସ୍ତାରେ ଅସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି ।  କନ୍ଧମାଳ ଜିଲ୍ଲା:୩ଟି ବ୍ଲକର ୩୧ଟି ରାସ୍ତା ଫାଟ ମଧ୍ୟରୁ ୧୫ଟି ବନ୍ଦ ହୋଇସାରିଥିବାବେଳେ ୧୬ଟି ନିର୍ମାଣାଧିନ  ଅଛି ।  ୩ଟି ବ୍ଲକର ୭ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି ସମ୍ପୂର୍ଣ୍ଣ ହୋଇଛି ଏବଂ ୩୧ଟି ର  କାମ ଚାଲିଛି ।  ରାୟଗଡ଼ା ଜିଲ୍ଲା:ଗୁଣୁପୁରରେ ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ୧୫ଟି ସ୍ଥାନରେ ଜମିଥିବା   ଆବର୍ଜନା ଓ  ମାଟି ବାଧକକୁ ସଫା କରାଯାଇଛି । 

Door to Door Survey Extended: ବାତ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି
ମନ୍ତ୍ରୀ କହିଛନ୍ତି, କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସି ପହଞ୍ଚିଛନ୍ତି । ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବେ।  ଜନସାଧାରଣଙ୍କୁ ସୁରକ୍ଷିତ ରିଲିଫ୍ ସେଣ୍ଟର, ନିକଟସ୍ଥ ସ୍କୁଲ୍, କଲେଜ କିମ୍ବା  ଚାଲିଯିବାକୁ ନିବେଦନ କରାଯାଇଛି। ଆଶା ଓ ଆଙ୍ଗନବାଡ଼ି କର୍ମୀମାନେ ଲୋକଙ୍କୁ ସଚେତନ କରୁଛନ୍ତି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.