Road Accident ଗାଡ଼ି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

1 month ago 10
ARTICLE AD BOX

ମେଣ୍ଡା: ବୁର୍ଡ଼l ଅର୍ଜୁନପୁର ରାସ୍ତାରେ ଏକ ଗାଡ଼ି ଧକ୍କାରେ ଅଟୋଚାଳକଙ୍କ ମୃତ୍ୟୁ ଘଟିଛି। ଅଟୋଚାଳକ ଜଣକ ତରଭା ବ୍ଲକ ଡାହିମାଲ ଗ୍ରାମର ସଦା ସେଠଙ୍କ ପୁଅ ରାଜୁ ସେଠବୋଲି ଜଣାଯାଇଛି। 

Auto-rickshaw: ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଅଟୋ ଚୂର୍‌ମାର: ଚାଳକ ଓ ବୃଦ୍ଧ ଦମ୍ପତି ଗୁରୁତର

ଶୁକ୍ରବାର ଭୋର ପ୍ରାୟ ୫ଟାରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଗାଡ଼ିର ପତ୍ତା ମିଳିପାରିନାହିଁ। ସୂଚନା ଅନୁସାରେ, ରାଜୁ ନିଜ ଗାଁ ଡାହିମାଲରୁ ଅଟୋରେ ବୁର୍ଡ଼l ଅର୍ଜୁନପୁର ରାସ୍ତା ରେ ବୁର୍ଡ଼lକୁ କୌଣସି କାମରେ ଯାଉଥିଲେ।  ବରପାହାଡ଼ ଛକ ଠାରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଫଳରେ ଅଟୋଟି ରାସ୍ତା ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ହିଁ ରାଜୁଙ୍କ ମୃତ୍ୟୁ ଘଟିଥିଲା।

Auto driver missing: ଟଙ୍କପାଣି ବ୍ରିଜ୍‌ରୁ ଅଟୋଚାଳକ ନିଖୋଜ ଘଟଣା: କୁଆଖାଇରେ ଖେଦିଗଲେ ଆଗ୍ନିକ, ପାଇଲେନି
ସୂଚନା ପାଇ ଘର ଲୋକ ଏବଂ ମେଣ୍ଡା ପୁଲିସ ସେଠାରେ ପହଞ୍ଚିଥିଲେ। ପ୍ରଥମେ ମୃତଦେହକୁ ନାଇକେନପାଳି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ତରଭା ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହକୁ ହସ୍ତାନ୍ତର କରା ଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.