Salary: ପୁନଃନିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ବେତନ ବଢ଼ିଲା: ଅକ୍ଟୋବର ପହିଲାରୁ ଲାଗୁ

3 weeks ago 8
ARTICLE AD BOX

ଭୁବନେଶ୍ବର: ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଆବଶ୍ୟକତା ଅନୁସାରେ ପୁନଃନିଯୁକ୍ତି ଦେଉଛନ୍ତି। ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦରମା ଏଥିପାଇଁ ଦିଆଯାଉଛି। ଏହାକୁ ସରକାର ବୃଦ୍ଧି କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପେ ମେଟ୍ରିକ୍ସ ୧ରୁ ୪ ମଧ୍ୟରେ ଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ଦିଆଗଲେ ସେମାନଙ୍କ ମାସିକ ଦରମା ପୂର୍ବରୁ ୧୦ ହଜାର ଟଙ୍କା ଥିଲା। ବର୍ତ୍ତମାନ ଏଥିରେ ୫ ହଜାର ଟଙ୍କା ବୃଦ୍ଧି କରାଯାଇଛି। ସେମାନଙ୍କ ମାସିକ ଦରମା ୧୫ ହଜାର ଟଙ୍କା ହୋଇଛି।

Festival: ମହିଳା ଉଦ୍ୟୋଗୀଙ୍କ ପ୍ରଦର୍ଶନୀ ‘ୱି ଉତ୍ସବ ୨୦୨୬’

ସେହିଭଳି ୫ରୁ ୧୦ ପେ ମେଟ୍ରିକ୍ସରେ ଥିବା କର୍ମଚାରୀମାନଙ୍କ ମାସିକ ଦରମା ୫ ହଜାର ଟଙ୍କା ବଢ଼ାଯାଇ ୨୫ ହଜାର ଟଙ୍କା ହୋଇଛି। ୧୧ରୁ ୧୪ ପେ ମେଟ୍ରିକ୍ସରେ ଥିବା କର୍ମଚାରୀମାନଙ୍କ ଦରମା ମଧ୍ୟ ୫ ହଜାର ଟଙ୍କା ବଢ଼ି ୪୦ ହଜାର ଟଙ୍କା କରାଯାଇଛି। ୧୫ ଓ ୧୬ ପେ ମେଟ୍ରିକ୍ସର କର୍ମଚାରୀମାନଙ୍କ ମାସିକ ଦରମା ୪ ହଜାର ଟଙ୍କା ବଢ଼ିଛି। ପୂର୍ବରୁ ସେମାନେ ୪୬ ହଜାର ଟଙ୍କା ପାଉଥିବାବେଳେ ଏବେ ୫୦ ହଜାର ଟଙ୍କା ପାଇବେ।

Dairy: ନେସ୍‌ଲେର ଲୋ-ଫ୍ୟାଟ୍ ଡାଏରି ହ୍ୱାଇଟନରକୁ ଅସୁରକ୍ଷିତ ଘୋଷଣା କଲା ଏଫ୍‌ଏସ୍‌ଏସ୍‌ଏଆଇ

ପେ ମେଟ୍ରିକ୍ସ ୧୭ କର୍ମଚାରୀଙ୍କ ପାଇଁ ଦରମା ୫ ହଜାର ଟଙ୍କା ବୃଦ୍ଧି କରାଯାଇ ୫୫ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଏଥିରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍ ଓ ଟିଆଇକୁ ସାମିଲ କରାଯିବ ନାହିଁ। ଚଳିତମାସ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.