SBI Data Leak: ଏସବିଆଇ ଗ୍ରାହକଙ୍କ ଡାଟା ଲିକ୍: ୩,୮୯୭ ଗ୍ରାହକଙ୍କ ବିବରଣୀ ଡାର୍କ ୱେବରେ

6 days ago 5
ARTICLE AD BOX

ନୂଆଦିଲ୍ଲୀ:  ଭାରତର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ରେ ଏକ ବଡ଼ ଧରଣର ଡାଟା ଲିକ୍ ଖବର ସାମ୍ନାକୁ ଆସିଛି। ଡାଟା ଲିକ୍ ଘଟଣାର ଶିକାର ହୋଇଥିବା ବ୍ୟାଙ୍କ ସ୍ପଷ୍ଟ କରିଛି। ୩,୮୯୭ ଗ୍ରାହକଙ୍କ ଡାଟା ଡାର୍କ ୱେବରେ ଲିକ୍ ହୋଇଥିବା ଜଣାପଡ଼ିଛି। ବ୍ୟାଙ୍କ ଅକ୍ଟୋବର ୨୧ ତାରିଖରେ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛି ଯେ, ପ୍ରାରମ୍ଭିକ ତଦନ୍ତରେ ୩୭୫ ହଜାରରୁ ଅଧିକ ରେକର୍ଡ ଲିକ୍ ହୋଇଥିବା ଜଣାପଡ଼ିଛି।

କିନ୍ତୁ ବର୍ତ୍ତମାନ ସୂଚନା ଅନୁଯାୟୀ, ବ୍ୟାଙ୍କ ସୂଚନା ଦେଇଛି ଯେ, ଏହି ରେକର୍ଡ ମଧ୍ୟରୁ ୩,୮୯୭ ସମ୍ପର୍କରେ ସୂଚନା ମିଳିଛି ଯାହା ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପାରିବ।ଭାରତୀୟ ଷ୍ଟେଟ ବ୍ୟାଙ୍କ କହିଛି ଯେ, ଥ୍ରେଟ୍ ଇଣ୍ଟେଲିଜେନ୍ସ ସର୍ଭିସ୍ ପ୍ରୋଭାଇଡର, ଡିଫେନ୍ସ ସାଇବର ଏଜେନ୍ସି ଏବଂ ସିଇଆରଟି-ଇନ୍ ଠାରୁ ଅକ୍ଟୋବର ୧୬ରେ ଘଟଣା ବିଷୟରେ ସୂଚନା ମିଳିଥିଲା। ପ୍ରକାଶିତ ତଥ୍ୟରେ ଗ୍ରାହକଙ୍କ ନାମ, ପଞ୍ଜିକୃତ ମୋବାଇଲ୍ ନମ୍ବର, ଜନ୍ମ ତାରିଖ, ଲିଙ୍ଗ, ଇମେଲ୍ ଏବଂ ଘର ଠିକଣା, ଶାଖା ଏବଂ ସିଆଇଏଫ ଚିହ୍ନଟକାରୀ, ଲିଡ୍ ଆଇଡି ଏବଂ ଋଣ ତତା ଲିଡ୍ ରେକର୍ଡ ସହିତ ଜଡିତ ମେଟାଡାଟା ଅନ୍ତର୍ଭୁକ୍ତ ବୋଲି ଜଣାପଡିଛି।

କଣ୍ଟେନମେଣ୍ଟ ପ୍ରୋଟୋକଲକୁ ସକ୍ରିୟ

ବ୍ୟାଙ୍କ କହିଛି, ସାଇବର ଇନସିଡେଣ୍ଟ ରେସପନ୍ସ ଏବଂ କଣ୍ଟେନମେଣ୍ଟ ପ୍ରୋଟୋକଲକୁ ସକ୍ରିୟ କରାଯାଇଛି। ଏହା ସହିତ ସିଇଆରଟି-ଇନ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ସ୍ୱାଧୀନ ସାଇବର ସୁରକ୍ଷା ଏଜେନ୍ସି ଅଭିଯୋଗ ହୋଇଥିବା ତଥ୍ୟ ଉଲ୍ଲଂଘନ କେଉଁ ପ୍ରକାରର ଏବଂ ଏହାର ପରିସର ନିର୍ଣ୍ଣୟ କରିବା ପାଇଁ ନିୟୋଜିତ ହୋଇଛି। ବ୍ୟାଙ୍କ କହିଛି, ବର୍ତ୍ତମାନ ଏକ ବିସ୍ତୃତ ତଦନ୍ତ ଚାଲିଛି, ଏବଂ ଆବଶ୍ୟକତା ଅନୁସାରେ ଉପଯୁକ୍ତ ପ୍ରତିକାର ଏବଂ ପ୍ରତିରୋଧକ ପଦକ୍ଷେପ ଗ୍ରହଣ କରାଯାଉଛି।
ଏହି ଘଟଣା ଦ୍ବାରା ବ୍ୟାଙ୍କ କାର୍ଯ୍ୟ, ଆର୍ଥିକ ପ୍ରଦର୍ଶନ କିମ୍ବା ବ୍ୟବସାୟ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିନାହିଁ। ସେବାଗୁଡ଼ିକ କୌଣସି ବାଧା ବିନା ଜାରି ରହିଛି।

Vande Bharat Train: ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌: ରାଜଧାନୀ ଏକ୍ସପ୍ରେସ୍‌ଠାରୁ ୨ ଘଣ୍ଟା ଶୀଘ୍ର ପହଞ୍ଚିବେ ଯାତ୍ରୀ, ଜାଣନ୍ତୁ ରୁଟ୍‌, ଷ୍ଟପେଜ୍‌ ଓ ଭଡ଼ା

ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ନିୟମ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ୟାଙ୍କ କହିଛି। ଗ୍ରାହକଙ୍କ ଡାଟା ଲିକ୍ ଖବର ଗ୍ରାହକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରୁଛି। ଡିଜିଟାଲ ଅପରାଧ ଯୁଗରେ,ଏଭଳି କାର୍ଯ୍ୟ ବିପଜ୍ଜନକ ପ୍ରମାଣିତ ହୋଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.