ARTICLE AD BOX
ନବରଂଗପୁର: ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ନବରଂଗପୁରଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଂଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁସାରେ ଆସନ୍ତାକାଲି (୨୦୨୬ ଅଗଷ୍ଟ ୨୪)ରେ ନବରଂଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି, ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ ସ୍କୁଲ ଏବଂ ଅଙ୍ଗନବାଡ଼ିରେ ଯଦିଓ ପାଠ ପଢ଼ା ଯିବ ନାହିଁ, କିନ୍ତୁ ପ୍ରଧାନଶିକ୍ଷକ/ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମଚାରୀମାନେ ନିଜନିଜ କର୍ମସ୍ଥଳରେ ଉପସ୍ଥିତ ରହିବେ।
Heavy rain: ଲଗାଣ ବର୍ଷାରେ ବେହାଲ ଝରିଗାଁ; ଘରେ ଘରେ ପଶିଲା ବର୍ଷା ପାଣି

4 days ago
5


