ARTICLE AD BOX
ଭଦ୍ରକ(ହରିହର ନାୟକ): ରାଜ୍ୟରେ ବରିଷ୍ଠ ସାମ୍ବାଦିକ ପେନସନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ବରିଷ୍ଠ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବି କରାଯାଇଛି l
Chhattisgarh old woman: ଭୋକ ଉପବାସରେ ଏଣେତେଣେ ଘୁରି ବୁଲୁଥିବା ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ
ରବିବାର, ଭଦ୍ରକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ରାଜ୍ୟ ବରିଷ୍ଠ ସାମ୍ବାଦିକ ସଙ୍ଘ ଜିଲ୍ଲା ସାଧାରଣ ବୈଠକରେ ଏହି ଦାବି ଉପସ୍ଥାପନ କରାଯାଇଛି l ଜିଲ୍ଲା ବରିଷ୍ଠ ସାମ୍ବାଦିକ ସଙ୍ଘ ସଭାପତି ଦୁର୍ଗା ବିଶ୍ୱାଳଙ୍କ ସଭାପତିତ୍ୱରେ ଓ ସମ୍ପାଦକ ପ୍ରମୋଦ ରାୟ ସଭା ସଂଚାଳନ କରିଥିଲେ। ସଭାରେ ନିଜ ବକ୍ତବ୍ୟରେ, ସଙ୍ଘର ରାଜ୍ୟ ସଭାପତି କାହ୍ନୁ ନନ୍ଦ କହିଥିଲେ, ସମଗ୍ର ଦେଶରେ ଏବେ ୨୨ ଗୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ସାମ୍ବାଦିକ ପେନସନ ଯୋଜନା ଲାଗୁ କରିଛନ୍ତି। ଏହା ଫଳରେ ବୃତ୍ତିରେ ଥିବା ଅଥବା ବୃତ୍ତିରୁ ଅବସର ନେଇଥିବା ବରିଷ୍ଠ ସାମ୍ବାଦିକଙ୍କୁ ଅନେକାଂଶରେ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହୋଇ ପାରିଛି l
Journalist: କାନ୍ଥ ପଡ଼ି ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ
ଏହି ପ୍ରସଙ୍ଗରେ ସୂଚନା ଦେଇ ସେ କହିଥିଲେ ଯେ ବୃତ୍ତିରୁ ଅବସର ଗ୍ରହଣ କରିବା ପରେ ବହୁ ସାମ୍ବାଦିକଙ୍କ ସାମାଜିକ ଏବଂ ଆର୍ଥିକ ଅବସ୍ଥା ଦୁର୍ବିସହ ହୋଇ ପଡୁଛି l ପରିଣତ ବୟସରେ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାପାଇଁ ବରିଷ୍ଠ ସାମ୍ବାଦିକ ପେନସନ ଯୋଜନା କାର୍ଯ୍ୟକାରୀ କରିବା ନିହାତି ଜରୁରୀ ହୋଇଛି l ରାଜ୍ୟ ବରିଷ୍ଠ ସାମ୍ବାଦିକ ସଙ୍ଘ ପକ୍ଷରୁ ମାନ୍ୟବର ଓଡିଶା ହାଇକୋର୍ଟରେ ଏନେଇ ଏକ ରିଟ ପିଟିସନ ଦାଖଲ କରାଯାଇଥିଲା l ଯାହାକୁ ବିଚାରକୁ ନେଇ ମାନ୍ୟବର କୋର୍ଟ ଓଡିଶା ସରକାରଙ୍କୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ l
ବିଧାନସଭାରେ ଉଠିଲା ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ : ସ୍ୱତନ୍ତ୍ର ବିଧେୟକ ଆଣିବା ପାଇଁ ଦାବି
କୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବାରୁ ବରିଷ୍ଠ ସାମ୍ବାଦିକ ସଂଘ ପକ୍ଷରୁ ଏନେଇ ଓଡିଶା ସରକାରଙ୍କ ବିରୁଦ୍ଧରେ କୋର୍ଟ ଆଦେଶ ଅବମାନନା କେଶ ରୁଜୁ କରିଥିଲେ l ଯାହାର ବିଚାର କରି ମାନ୍ୟବର କୋର୍ଟ ନିକଟରେ ଆଗାମୀ ୩ ମାସ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପେନସନ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ସଙ୍ଘ ପକ୍ଷରୁ ରାଜ୍ୟବ୍ୟାପି ବରିଷ୍ଟ ସାମ୍ବାଦିକ ମାନଙ୍କୁ ସଂଗଠିତ କରିବା ସହିତ ରାଜ୍ୟସରକାର ମାନ୍ୟବର କୋର୍ଟଙ୍କ ଆଦେଶମତେ ରାଜ୍ୟରେ ତୁରନ୍ତ ବରିଷ୍ଠ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ନିବେଦନ କରିଛନ୍ତି l
ସାମ୍ବାଦିକ ସୁରକ୍ଷା ବିଧେୟକ ବିଧାନସଭାରେ ଆଗତ ହେଉ : ସାମ୍ବାଦିକ ମିଳିତ ମଞ୍ଚ
ଅନ୍ୟାନ୍ୟଙ୍କ ମଧ୍ୟରେ ସଙ୍ଘର ବରିଷ୍ଠ ଉପଦେଷ୍ଟା ଦେବେନ୍ଦ୍ର ସିଂ, ରାଜ୍ୟ ଉପସଭାପତି ପ୍ରଦୀପ୍ତ ଚୌଧୁରୀ, ସାଧାରଣ ସମ୍ପାଦକ ଆଶୁତୋଷ ବେହେରା, ସାଙ୍ଗଠନିକ ସମ୍ପାଦକ ବିପ୍ଳବ ମହାନ୍ତି, ଜିଲ୍ଲା ଉପଦେଷ୍ଟା ନିହାର ଦାସ, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ପ୍ରତାପ ଦାସ, ଅଭୟ ପତି, ବାସୁଦେବ ତ୍ରିପାଠୀ, ନବକିଶୋର ସ୍ୱାଇଁ, ବଂଶୀଧର ଦାସ, ଦିଲୀପ ଖୁଣ୍ଟିଆ, ଶୈଳେନ୍ଦ୍ର ପଲାଇ, ବିଶ୍ଵନାଥ ସିଂ, ନାରାୟଣ କର, ଦିଲୀପ ନାୟକ, କିଶୋର ନାୟକ, ଗୁଲାମ ଜିଲାନି ହବିବି ପ୍ରମୁଖ ବରିଷ୍ଠ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

1 week ago
5


