Sexual Assault: ୧୩ ବର୍ଷର ଝିଅଙ୍କୁ ଦୁଷ୍କର୍ମ କଲା ବାପାଙ୍କ କାମାନ୍ଧ ବନ୍ଧୁ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

3 days ago 3
ARTICLE AD BOX

ସୁନ୍ଦରଗଡ଼: କେବଳ ବିଶ୍ବାସରେ ବିଷ ଦେଲା ନାହିଁ, କୁନି ବୟସକୁ ବି ହେଜିଲା ନାହିଁ।  ୧୩ ବର୍ଷରଝିଅକୁ ଦୁଇ ଦିନ ଧରି ଦୁଷ୍କର୍ମ କଲା ବାପାଙ୍କ ବନ୍ଧୁ। ଏମିତି ଏକ ଅଭାବନୀୟ, ଲଜ୍ଜାକର ଘଟଣା ଘଟିଯାଇଛି ରାଜଗାଙ୍ଗପୁର ଥାନା ଅଞ୍ଚଳରେ। କାମାନ୍ଧ ଅଭିଯୁକ୍ତକୁ ପୁଲିସ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରିଛି।  ଘଟଣାଟି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ପର ରାତି ମଧ୍ୟ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା

ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ନାବାଳିକା ନିଜ ବାପାମାଙ୍କ ସହ ରାଜଗାଙ୍ଗପୁର ଦଶହରା ଦେଖିବାକୁ ଯାଇଥିଲେ। ସେଠାରେ ବାପାଙ୍କ ବନ୍ଧୁଙ୍କ ଘରେ ଅବସ୍ଥାନ କରିଥିଲେ। ଯାତରା ପରେ ଝିଅକୁ ବନ୍ଧୁଙ୍କ ଘରେ ଛାଡ଼ି ବାପାମା ଗାଁକୁ ଚାଲି ଆସିଥିଲେ। ସ୍କୁଲ ଛୁଟି ଥିବାରୁ ଝିଅ ବି ଦୁଇ ଦିନ ରହିବ ବୋଲି ରାଜି ହୋଇ ଯାଇଥିଲେ। ତେବେ ରାତିରେ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଝିଅ ଭୟ ଓ ଲଜ୍ଜାରେ କାହାକୁ କିଛି କହି ନଥିଲେ। ପର ରାତି ମଧ୍ୟ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା। ଏହା ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ନାବାଳିକା ବାପାମାଙ୍କୁ ଜଣାଇ ଦେଇଥିଲା। ବାପାମା ରାଜଗାଙ୍ଗପୁର ଥାନାକୁ ଯାଇ ଏତଲା ଦେଇଥିଲେ। ପୁଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି।

Accused Arrested: ନାବାଳିକାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା, ଏତଲାର କିଛି ଘଣ୍ଟା ମଧ୍ୟରେ ବନ୍ଧା ହେଲା ଅଭିଯୁକ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.