Shiv Sena : ଡାକ୍ତରଙ୍କୁ ଆକ୍ରମଣ ଘଟଣା: ଶିବସେନା କର୍ପୋରେଟରଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ୍‌

2 weeks ago 7
ARTICLE AD BOX

ମୁମ୍ବାଇ: ମୁମ୍ବାଇର ସିଭିକ୍‌ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ କରିବା ମାମଲାରେ ଶିବସେନା କର୍ପୋରେଟର ରମେଶ ମହାତ୍ରେଙ୍କୁ ବମ୍ବେ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ଜାମିନ୍‌ ମିଳିବା ପରେ ରମେଶ ମହାତ୍ରେ ଶନିବାର ଜେଲରୁ ମୁକ୍ତ ହୋଇଛନ୍ତି। ଛୁଟିଦିନ ଥିବାରୁ ଜାମିନ ପ୍ରକ୍ରିୟା ଶୁକ୍ରବାରରୁ ଶନିବାରକୁ ଘୁଞ୍ଚାଇ ଦିଆଯାଇଥିଲା। ମହାତ୍ରେଙ୍କୁ ଶନିବାର ଅପରାହ୍ଣରେ ମୁକ୍ତ କରାଯାଇଥିଲା। ମହାତ୍ରେଙ୍କୁ ଜେଲ୍‌ ଗେଟ୍ ବାହାରେ ଅପେକ୍ଷା କରିଥିବା ତାଙ୍କ ସମର୍ଥକମାନେ ଜୋରଦାର ସ୍ୱାଗତ କରିଥିଲେ।‌

ଘରେ ଘରେ ତ୍ରିରଙ୍ଗା ଅଭିଯାନ ଉତ୍ସାହର ସହିତ ପାଳନ କରାଯିବ: ମନ୍ତ୍ରୀ

ଜେଲରୁ ମୁକ୍ତ ହେବାପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମହାତ୍ରେ କହିଛନ୍ତି ଯେ, ମାମଲାଟି ବର୍ତ୍ତମାନ ବମ୍ବେ ହାଇକୋର୍ଟରେ ଅଛି ଓ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ପାଳନ କରିବେ ବୋଲି କହିଛନ୍ତି। ଗଣମାଧ୍ୟମ ସହିତ ଆଲୋଚନା ପରେ ମହାତ୍ରେ ଗୋଆ ଚାଲି ଯାଇଥିଲେ, ଯେଉଁଠାରେ ସେ ଡାକ୍ତର ଆକ୍ରମଣ ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ ନ କରିବା ପର୍ଯ୍ୟନ୍ତ ରହିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଜୁଲାଇ ପ୍ରଥମ ସପ୍ତାହରେ ମହାତ୍ରେ ତାଙ୍କ ସହଯୋଗୀମାନଙ୍କ ସହିତ ଡୋମ୍ବିଭଲିର ସିଭିକ୍‌ ହସ୍ପିଟାଲରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ। ମାଜିଷ୍ଟ୍ରେଟ କୋର୍ଟର ଜାମିନ୍‌ ହାଇକୋର୍ଟ ଖାରଜ କରିଦେବା ପରେ ଜୁଲାଇ ୮ ତାରିଖରେ ମହାତ୍ରେ ଓ ତାଙ୍କର ୩ ସହଯୋଗୀ ଗିରଫ ହୋଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.