ARTICLE AD BOX
୨୦ କେଜିରୁ ଊର୍ଦ୍ଧ୍ୱ ଧାତୁମୂର୍ତ୍ତି ଓ ପୂଜା ସାମଗ୍ରୀ ଜବତ
ମୁକୁନ୍ଦପୁର: ରାୟଗଡ଼ାଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ପେଣ୍ଟା ଶିବ ମନ୍ଦିରରେ ଘଟିଥିବା ମୂର୍ତ୍ତି ଚୋରି ଘଟଣାରେ ୩ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ଧାତବ ମୂର୍ତ୍ତି ଓ ଅନ୍ୟ ପୂଜା ସାମଗ୍ରୀ ଜବତ ହୋଇଛି। ଏହା ସହ ଚୋରିରେ ବ୍ୟବହୃତ ଏକଅଟୋରିକ୍ସା ଓ ମୋଟରସାଇକଲ ମଧ୍ୟ ଜବତ ହୋଇଛି।
/filters:format(webp)/sambad/media/media_files/2026/08/27/shiv-temple-theft1-2026-08-27-19-51-08.jpeg)
ଧରପଗଡ଼ ସମ୍ପର୍କରେ ଆଜି ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲା। ସୂଚନା ଅନୁଯାୟୀ, ଅଗଷ୍ଟ ୨୪ ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପେଣ୍ଟା ଶିବ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସେମାନେ ଗର୍ଭଗୃହରୁ ଭଗବାନ ଶିବ, ମାତା ପାର୍ବତୀ ଓ ନାଗଦେବତାଙ୍କ ଧାତୁମୂର୍ତ୍ତି ସମେତ ବିଭିନ୍ନ ପୂଜା ସାମଗ୍ରୀ ଚୋରି କରି ନେଇଥିଲେ। ପରଦିନ ସକାଳେ ପୂଜକ ବିଏନ୍ ନାଗରାଜୁ ମନ୍ଦିରର ତାଲା ଭଙ୍ଗା ହୋଇ ଚୋରି ଯାଇଥିବା ଦେଖି ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଅଷ୍ଟଧାତୁ କନକଦୁର୍ଗାଙ୍କ ସହ ୯ ମୂର୍ତ୍ତି ଚୋରି: ବଢ଼ିଚାଲିଛି ମନ୍ଦିର ଚୋରି, ତଦନ୍ତ ଫଳ ଶୂନ
ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ, ନୂଆପଡ଼ାର ମନୋଜ ଦୁର୍ଗା, ପବନ ଗଣ୍ଡା ଏବଂ ଅମ୍ଳାଗୁଡ଼ାର ଆଲୁ ହରେକ୍ରୁଷ୍ଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରାରେ ସେମାନେ ନିଜର ସମ୍ପୃକ୍ତିକୁ ସ୍ବୀକାର କରିଥିଲେ। ଚୋରି କହି ବିକ୍ରି ପାଇଁ ଲୁଚାଇଥିବା ସାମଗ୍ରୀ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନଙ୍କ ନିକଟରୁ, ୧୩.୯୭ କେଜି ଓଜନର ଏକ ଧାତୁମୂର୍ତ୍ତି, ୨.୨୭ କେଜି ଓଜନର ମାତା ପାର୍ବତୀଙ୍କ ମୂର୍ତ୍ତି, ୪.୨୭ କେଜି ଓଜନର ପିତ୍ତଳ ପଞ୍ଚମୁଖୀ ନାଗମୂର୍ତ୍ତି, ନଗଦ ୧,୨୪୦ ଟଙ୍କା ଏବଂ କିଛି ଭଙ୍ଗା ପିତ୍ତଳ ସାମଗ୍ରୀ ଜବତ କରିଛି। ଏଥିସହ ଚୋରିରେ ବ୍ୟବହୃତ ଏକ ଅଟୋ ଓ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚୋରିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ କରାଯାଉଥିବା ପୁଲିସ ସୂଚନା ଦେଇଛନ୍ତି।

2 hours ago
6


