Shooting: ଅଭିନେତା ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଗୁଳିମାଡ଼, ଅନେକ ଆହତ

1 week ago 6
ARTICLE AD BOX

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରାଫ୍‌ଙ୍କ ଉପରେ ଗୁଳିମାଡ଼ ହୋଇଛି। ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ପାର୍କରେ ଦୁର୍ବୃତ୍ତମାନେ ଏହି ଗୁଳିମାଡ଼ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ ୩ଜଣ ବାଇକ୍‌ ଆରୋହୀ ଦୁର୍ବୃତ୍ତ ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଅତି ନିକଟରୁ ଗୁଳିମାଡ଼ କରିଥିଲେ।

ପୁଲିସ କହିଛି ଯେ, ସୂଚନା ମିଳିବା ପରେ ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲୁ। ଗୁଳିମାଡ଼ର ପଛର କାରଣ ଜଣାପଡ଼ି ନାହିଁ। ପୁଲିସ ଟିମ୍‌ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଛି। ଅଭିନେତା ଟାଇଗର ଶ୍ରାଫ୍‌ ସୁସ୍ଥ ଅଛନ୍ତି। ପୁଲିସ ମାମଲାର ତଦନ୍ତ ଜାରି ରହିଛି। 

ଟାଇଗର ଶ୍ରାଫ୍‌ଙ୍କ ଉପରେ ହୋଇଥିବା ଗୁଳିମାଡ଼ ପାଇଁ ବିଦେଶରେ ବସିଥିବା ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତ ଏବଂ ହରମନ ସନ୍ଧୁ ନିଜକୁ ଦାୟୀ କରିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ସେମାନେ ଏହି ସୂଚନା ଦେଇଛନ୍ତି। ତେବେ ଅଭିଯୁକ୍ତକୁ ଧରିବା ପାଇଁ ମୁମ୍ବାଇ ପୁଲିସ ୧୨ଟି ଟିମ୍‌ ଗଠନ କରିଛି। 

ସୂଚନାଯୋଗ୍ୟ, ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଗୁଳିମାଡ଼ ଘଟଣା ଆଜି ସନ୍ଧ୍ୟାରେ ଘଟିଛି। କିନ୍ତୁ ଏହା ପୂର୍ବରୁ ତାଙ୍କୁ ହତ୍ୟା ପାଇଁ ମଧ୍ୟ ଧମକ ମିଳିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.