Show cause notice: ଅଟୋଚାଳକଙ୍କୁ କାରଣଦର୍ଶାଅ ନୋଟିସ: ଆଜି ଦେବେ ଜବାବ, ଝାରପଡ଼ା ଜେଲ ବାହାରେ ପରିବାରଙ୍କ ଭିଡ଼

3 days ago 3
ARTICLE AD BOX

ଭୁବନେଶ୍ବର: ଭୁବନେଶ୍ବର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଅନ୍‌ଲାଇନ୍‌ ଅଟୋଚାଳକଙ୍କ ଜବତ ହୋଇଥିବା ଅଟୋ ଜମା ହୋଇ ରହିଛି।  ଗିରଫ ଭୟରେ କେତେକ ଅନ୍‌ଲାିନ୍‌ ଅଟୋଚାଳକ  ରାଜଧାନୀ ଛାଡ଼ିଦେଇଛନ୍ତି। ଅନ୍ୟପଟରେ ଜବତ ଅଟୋର ପରମିଟ୍‌ ବାତିଲ କରିବାକୁ ପରିବହନ ବିଭାଗ ପକ୍ଷରୁ ଅଟୋମାଲିକଙ୍କୁ ଦିଆଯାଇଥିବା କାରଣଦର୍ଶାଅ ନୋଟିସର ଆସନ୍ତାକାଲି ଶେଷ ଦିନ ରହିଛି। ଏନେଇ ଅଟୋ ଅନ୍‌ଲାଇନ୍‌ ଅଟୋ ଚାଳକ ସଂଘ ପକ୍ଷରୁ କୁହା‌ଯାଇଛି ‌ଯେ ପୁଲିସ ଅଟୋ ଜବତ କରିବା ପରେ ଗାଡ଼ିର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି। ତେଣୁ ସରକାର ଗାଡ଼ି ନ ଛାଡ଼ିଲେ, ଜେଲ ଭିତରେ ଅନଶନ କରିବାକୁ ଅଟୋ ଚାଳକମାନେ ଚେତାବନୀ ଦେଇଛନ୍ତି।

Neglect: କଳମା-ବେତନଟୀ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ବିପଦ

ସୂଚନା ଅନୁସାରେ, ଗତ ୧୭ ତାରିଖରେ ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋଚାଳକ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଡକାଯାଇଥିଲା। ଏଥିରେ ୨୦ଟି ସଂଘ ସମର୍ଥନ ଜଣାଇଥିଲା। ବିଶେଷ କରି ଭଡ଼ା ବୃଦ୍ଧି, ବାତିଲ ଫି ପ୍ରଦାନ, ସବୁ ଅନ୍‌ଲାଇନ୍‌ କମ୍ପାନି ପାଇଁ ଗୋଟିଏ ଦର ଆଦି ଦାବି ମଞ୍ଚ ପକ୍ଷରୁ କରାଯାଇଥିଲା। କିନ୍ତୁ ୧୯ ତାରିଖରେ ଏହି ଆନ୍ଦୋଳନ ହିଂସାତ୍ମକ ହୋଇପଡ଼ିଥିଲା। ମାଷ୍ଟରକ୍ୟାଣ୍ଟିନ ଛକ‌ରେ ଅଟୋଚାଳକମାନେ ରାସ୍ତା ଉପରେ ଅଟୋ ରଖି ରାସ୍ତା ବ୍ଲକ୍‌ କରିଥିଲେ। ପୁଲିସକୁ ଆନ୍ଦୋଳନକାରୀମାନେ ଢେଲା ମାଡ଼ କରିବା ସହିତ ସାଧାରଣ ଲୋକଙ୍କ ଗାଡ଼ି, ପୁଲିସ ଭ୍ୟାନ୍‌ ଓ ୧୫ରୁ ଅଧିକ ‘ଆମ ବସ’କୁ ଭାଙ୍ଗି ଦେଇଥିଲେ। ଏହି ଘଟଣାରେ ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋ ଚାଳକ ସଂଘର ମୁଖ୍ୟ ଦୀନବନ୍ଧୁ ନାୟକଙ୍କ ସମେତ ଏପର୍ଯ୍ୟନ୍ତ ମୋଟ୍‌ ୧୧୪ ଜଣଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ଏହାସହିତ ୩୫୪ ଟି ଅଟୋକୁ ଜବତ କରିଛି। ଏହାସହିତ ଗାଡ଼ି ମାଲିକମାନଙ୍କ ଗାଡ଼ିର ପରମିଟ୍ ଏବଂ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ କାହିଁକି ବାତିଲ କରାଯିବ ନାହିଁ, ସେ ନେଇ ପରିବହନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍‌ର ଉତ୍ତର ଦେବାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଅନ୍ୟ ପକ୍ଷରେ ବେଆଇନ ଭାବେ ରାସ୍ତା ବ୍ଲକ୍‌ କରିବା ପାଇଁ ସମସ୍ତ ଅଟୋକୁ ୫୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି।  ଅନ୍ୟ ପକ୍ଷରେ ଆନ୍ଦୋଳନ ପରେ ବହୁ ଚାଳକ ଅନ୍‌ଲାଇନ୍‌ କମ୍ପାନିରୁ ନିଜକୁ ଦୂରେଇ ଦେଇ ଅଫ୍‌ଲାଇନ୍‌ ଅଟୋ ଚଳାଉଛନ୍ତି। ଗିରଫ ଭୟରେ ବହୁ ଅଟୋ ଚାଳକ ଭୁବନେଶ୍ବର ଛାଡ଼ି ଗାଁକୁ ପଳାଇଥିବା ମଧ୍ୟ ଜଣାପଡ଼ିଛି। 

ଝାରପଡ଼ା ଜେଲ ବାହାରେ ପରିବାରଙ୍କ ଭିଡ଼
ମୋ ସ୍ବାମୀ ପୁଲିସକୁ ଆକ୍ରମଣ କିମ୍ବା କୌଣସି ଭଙ୍ଗାରୁଜାରେ ସାମିଲ ନଥିଲେ, କିନ୍ତୁ ପୁଲିସ ତାଙ୍କୁ ଜୋରଜବରଦସ୍ତ ଗିରଫ କରିଛି।‌ ମୋ ପୁଅକୁ ଛାଡ଼ି ଦିଅନ୍ତୁ ବୋଲି ଏଭଳି କହି ଆଜି ଝାରପଡ଼ା ଜେଲ ସମ୍ମୁଖରେ ପରିବାର ଲୋକ କାନ୍ଦକଟା କରିଥିଲେ। କେବଳ ବାହାରେ ନୁହେଁ ଭିତରେ ମଧ୍ୟ ବହୁ ଅଟୋ ଚାଳକଙ୍କୁ ପୁଲିସ ମିଛରେ କୋର୍ଟଚାଲାଣ କରିଥିବା କହୁଛନ୍ତି। ଏବେ ଝାରପଡ଼ା ଜେଲ୍‌ରେ ମୋଟ୍‌ ୧୧୪ ଜଣ ଅଟୋ ଚାଳକଙ୍କୁ ରଖାଯାଇଛି। ଭିନ୍ନ ଭିନ୍ନ ‌‌ସେଲ୍‌ରେ ସେମାନଙ୍କୁ ରଖାଯାଇଛି। ପ୍ରତିଦିନ ୪୦ରୁ ୫୦ ଜଣ ଅଟୋଚାଳକଙ୍କ ପରିବାର ଲୋକେ ସେମାନଙ୍କୁ ଭେଟିବାକୁ ଆସୁଛନ୍ତି।  ଅନ୍ୟପକ୍ଷରେ, ଏତେ ସଂଖ୍ୟକ କଏଦୀ ଝାରପଡ଼ା ଜେଲ୍‌ରେ ରହିବା ଫଳରେ ଝାରପଡ଼ା ଜେଲ୍‌ରେ ଭିଡ଼ ବଢ଼ିଛି। ଝାରପଡ଼ା ଜେଲ୍‌ରେ ୯୯୧ ଜଣ କଏଦୀ ରହିବାର ବ୍ୟବସ୍ଥା ଥିବା ବେଳେ ଏବେ ୧୨୫୧ ଜଣ କଏଦୀ ରହୁଛନ୍ତି। ଜେଲ୍‌ କର୍ତ୍ତୃପକ୍ଷ ଅଟୋ ଚାଳକଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଜେଲ୍‌ ଭିତ‌ରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିବା ଜେଲ୍‌ ଅଧୀକ୍ଷକ ସର୍ବେଶ୍ବର ସାହୁ କହିଛନ୍ତି।

Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି

ଏନେଇ ରାଜଧାନୀ ଅଟୋ ଚାଳକ ମହାସଂଘର ସଭାପତି ସୁର ଜେନା କହିଛନ୍ତି ଯେ ଅନ୍‌ଲାଇନ୍‌ ଅଟୋ ଚାଳକଙ୍କ ପାଇଁ ସାଧାରଣରେ ଅଟୋ ଚାଳକଙ୍କ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇଛି। ଯାତ୍ରୀଙ୍କ ସହାୟତା ପାଇଁ ଅଟୋଚାଳକମାନେ ରହିଛନ୍ତି। କିନ୍ତୁ ଯାତ୍ରୀଙ୍କୁ ଅସୁବିଧାରେ ପକାଇ ନୀତି ନିର୍ଦ୍ଧାରଣ ସହ ଆଇନ ଅନୁସାରେ ନଯାଇ ଆନ୍ଦୋଳନ କରିବା, ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରିବା ଠିକ୍‌ ନୁହେଁ। ଅନ୍‌ଲାଇନ୍‌ ଅଟୋ ଚାଳକମାନେ ୪ଟି ଲେଖାଏଁ କମ୍ପାନିରେ ରହି ଅଟୋ ଚଳାନ୍ତି। ଭଡ଼ା ବଢ଼ାଇବା ପାଇଁ କମ୍ପାନି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା କଥା। କିନ୍ତୁ ଏଭଳି ହିଂସାକୁ କେହି ବରଦାସ୍ତ କରିବେ ନାହିଁ। ଅନ୍‌ଲାଇନ୍‌ ଅଟୋଚାଳକଙ୍କ ଏଭଳି କାରନାମା ପାଇଁ ଅଫଲାଇନ ଅଟୋ ଚାଳକମାନେ ମଧ୍ୟ ଅସୁବିଧା‌ରେ ପଡ଼ୁଛନ୍ତି।

ହିଂସାରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବନି: ଡିସିପି 
ବିକ୍ଷୋଭ ସମୟରେ ମାଷ୍ଟରକ୍ୟାଣ୍ଟିନ୍‌ରେ ଆତଙ୍କ ସୃଷ୍ଟି କରିଥିବା କୌଣସି ଚାଳକଙ୍କୁ ଛଡ଼ାଯିବ ନାହିଁ। ଯେଉଁମାନେ ସାଧାରଣ ଲୋକଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ପୁଲିସ ଗାଡ଼ିକୁ ଭାଙ୍ଗିଥିଲେ, ମୋ ବସ୍‌କୁ ପଥର ମାଡ଼ କରିଥିଲେ, ପଥରମାଡ଼ କରି ପୁଲିସକୁ ରକ୍ତାକ୍ତ କରିଥିଲେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ ‌ହୋଇଛି। ସେମାନେ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ୍‌ ଆଧାରେ ହିଂସାକାଣ୍ଡ ଘଟାଇଥିବା ଚାଳକଙ୍କୁ ଚିହ୍ନଟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୭୪ଜଣଙ୍କୁ ଗିରଫ କରାଯାଇଛି। ହେଲେ ସେଥିରୁ ୬୦ଜଣଙ୍କୁ ଥାନାରୁ ନୋଟିସ୍‌ ଦିଆଯାଇ ଛଡ଼ାଯାଇଛି। ହେଲେ ଏବେ ମଧ୍ୟ ଅନେକ ହିଂସାକାରୀ ଫେରାର୍‌ ଅଛନ୍ତି। ସେମାନଙ୍କୁ ଚିହ୍ନଟ ସରିଛି। ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି। ସବୁଠୁ ବଡ଼କଥା ହେଲେ ଏବେ ଓଲା, ଉବେର ଓ ରାପିଡୋ ସେବା ସ୍ବଭାବିକ ଭାବେ ଚାଲିଛି। ଏୟାରପୋର୍ଟଠାରୁ ଆରମ୍ଭ କରି ରେଳଷ୍ଟେସନ ଏବଂ ସହରରେ ସେବା ପୂର୍ବ ଭଳି ସ୍ବଭାବିକ ରହିଛି। ରାଜଧାନୀରେ ୨୫ ହଜାର ଅଟୋ ଥିିବା ବେଳେ ଆନ୍ଦୋଳନ ଦିନ ମାତ୍ର ୭୦୦-୧୦୦୦ ଚାଳକ ସାମିଲ ହୋଇଥିଲେ। ହିଂସାକାରୀଙ୍କୁ ଗିରଫ ପରେ ୨୪ ହଜାରରୁ ଅଧିକ ଚାଳକ ଏବେ ନିର୍ଭୟରେ ଅଟୋ ଚଳାଉଛନ୍ତି ବୋଲି ଡିସିପି ଶ୍ରୀ ମିନା କହିଛନ୍ତି।

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର

ଅନଲାଇନ୍ ଅଟୋଚାଳକଙ୍କ ଷ୍ଟ୍ରାଇକ୍‌ ଯୋଗୁ ଯିବାଆସିବାରେ ସମସ୍ୟା ଉପୁଜିଥିଲା। ଆପ୍‌ରେ ଅଟୋ ବୁକିଂ କଲେ କେହି ଆସୁ ନଥିଲେ କି କ୍ୟାନ୍‌ସଲ୍‌ କରୁ ନଥିଲେ। ଏପରିକି ଧାର୍ଯ୍ୟ ଦର ମଧ୍ୟ ଅଧିକ ଦେଖାଉଥିଲା। ତେବେ ଗତ ୨ଦିନ ହେବ ବାଇକ୍‌ରେ ଯିବା ଆସିବା ପାଇଁ ବୁକିଂ କରୁଛି। ଏବେ କୌଣସି ସମସ୍ୟା ନାହିଁ।
ଜନ୍ମେଜୟ ରାଉତ, ଏମ୍‌ବିଏ ଛାତ୍ର, ଅନ୍ବେଷିତା ମିଶ୍ର, କର୍ମଚାରୀ

ଅନ୍‌ଲାଇନ୍‌ ଚାଳକଙ୍କ ଆନ୍ଦୋଳନର ପ୍ରଭାବ ଅଫଲାଇନ୍‌ ଚାଳକଙ୍କ ଉପରେ ପଡ଼ିନାହିଁ। ପୂର୍ବରୁ ଯେଉଁଭଳି ବ୍ୟବସାୟ ହେଉଥିଲା, ସେହିଭଳି ଚାଲିଛି।  ସରକାର ନିର୍ଦ୍ଧାରିତ ଦର ଲାଗୁ କରିବା ଜରୁରି।
ଲକ୍ଷ୍ମୀଧର ମୁଦୁଲି, ଅଟୋଚାଳକ

ଆନ୍ଦୋଳନକୁ ସମର୍ଥନ କରିଥିଲୁ। ତେବେ ବର୍ତ୍ତମାନର ଅବସ୍ଥାକୁ ଦେଖିଲେ, ଆନ୍ଦୋଳନରେ ଜଡ଼ିତ ରହିଲେ, ପେଟପାଟଣା କଥା କିଏ ବୁଝିବ। ପରିବାର ଚଳାଇବା ପାଇଁ ଆନ୍ଦୋଳନ କରିବାକୁ ସମୟ ନାହିଁ। ଦିନକୁ ୮ରୁ ୧୦ଟି ରାଇଡ୍‌ କରୁଛି, ସେଥିରୁ ଯାହା ରୋଜଗାର ହେଉଛି। 
ଆଶିଷ ରାଉତ, ଅନ୍‌ଲାଇନ୍‌ ଚାଳକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.