Showroom: ‘ସାଇ ସୋନୁ ଅଳଙ୍କାର’ ଖୋଲିଲା ତୃତୀୟ ସୋରୁମ୍‌

52 minutes ago 2
ARTICLE AD BOX

ଭୁବନେଶ୍ୱର: ସାଇ ସୋନୁ ଅଳଙ୍କାର ପକ୍ଷରୁ ପାତ୍ରପଡ଼ାରେ ଏହାର ତୃତୀୟ ସୋରୁମ୍‌ ଖୋଲାଯାଇଛି। ଜଙ୍କିଆ ଓ ଖୋର୍ଦ୍ଧା ପରେ ଏହା କମ୍ପାନିର ତୃତୀୟ ତଥା ସବୁଠାରୁ ବଡ଼ ସୋରୁମ୍‌। ଏହି ନୂଆ ସୋରୁମ୍‌ର ଉଦ୍‌ଘାଟନୀ ସମାରୋହରେ ଅତିଥି ଭାବେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ୱାର୍ଡ-୬୫ର କର୍ପୋରେଟର ରଶ୍ମୀ ରଞ୍ଜନ ପାଟ୍ଟଶାଣୀ, କମ୍ପାନିର ତତ୍ତ୍ବାବଧାୟକ ଆଶିଷ କୁମାର ସାହୁ ଓ ବ୍ରାଣ୍ଡ୍‌ ଆମ୍ବାସଡର୍‌ ତଥା ଅଭିନେତ୍ରୀ ପୁନମ ମିଶ୍ର ଯୋଗଦେଇଥିଲେ। ପ୍ରତିଷ୍ଠାତା ପୁଷ୍ପରଞ୍ଜନ ସାହୁଙ୍କ ୨୫ ବର୍ଷର ପରମ୍ପରା ଓ ବିଶ୍ୱାସକୁ ଆଗକୁ ବଢ଼ାଇ ଆଶିଷ ଏହି ନୂଆ ସୋରୁମ୍‌ ଆରମ୍ଭ କରିଛନ୍ତି। ପ୍ରାୟ ୩,୦୦୦ ବର୍ଗଫୁଟ ପରିମିତ ଏହି ତିନି ମହଲା ବିଶିଷ୍ଟ ସୋରୁମ୍‌ରେ ସୁନା, ହୀରା ଓ ରୁପା ଅଳଙ୍କାରର ବ୍ୟାପକ ସମ୍ଭାର ରହିଛି।

ସୋରୁମ୍‌ ଉଦ୍‌ଘାଟନ ପରିପ୍ରେକ୍ଷୀରେ ସାଇ ସୋନୁ ଅଳଙ୍କାର’ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ସୁନା ଗହଣାର ଗଢ଼ା ମଜୁରିରେ ୫୦% ପର୍ଯ୍ୟନ୍ତ ରିହାତି ଓ ରୁପା ଗହଣାରେ ଶୂନ ଗଢ଼ା ମଜୁରି ରହିଛି। ହୀରା ଗହଣା ଉପରେ ସ୍ଵତନ୍ତ୍ର ଅଫର ରହିଛି। ଗ୍ରାହକଙ୍କ ପାଇଁ ନିଶ୍ଚିତ ଉପହାରର ମଧ୍ୟ ବ୍ୟବସ୍ଥା କରାଯାଇଛି। ଗ୍ରାହକମାନେ ସୁନା ଗହଣା କିଣିଲେ ଲକି କୁପନ ପାଇପାରିବେ। କମ୍ପାନିର ହେବାକୁ ଥିବା ଲକି ଡ୍ର’ରେ ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଲକ୍ଷପତି ହେବାର ସୁଯୋଗ ମିଳିବ। ଏଥି ସହିତ ଦୁଇ ଜଣ ବିଜେତା ଗୋଟିଏ ଲେଖାଏଁ ରୟାଲ୍‌ ଏନ୍‌ଫିଲ୍ଡ ବୁଲେଟ୍‌ ଜିତିପାରିବେ।

Maa Gajalakshmi: ଆସୁଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ: ଚାନ୍ଦି ଅଳଙ୍କାରରେ ଆଭୂଷିତ ହେବେ ଅନ୍ନପୂର୍ଣ୍ଣା

Read Entire Article
LEFT SIDEBAR AD

Hidden in mobile, Best for skyscrapers.