Sim Binding: ସିମ୍ ବାଇଣ୍ଡିଂ ଟେକ୍ନୋଲୋଜି: ଏହା କ’ଣ ଏବଂ ସାଇବର ଠକେଇକୁ କିପରି ରୋକିବ?

3 days ago 6
ARTICLE AD BOX

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର ଅପରାଧ ଏବଂ ଡିଜିଟାଲ୍ ଠକେଇକୁ ପ୍ରତିହତ କରିବା ପାଇଁ ସରକାର ଏବଂ ଟେକ୍ନୋଲୋଜି କମ୍ପାନିଗୁଡ଼ିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରୁଛନ୍ତି। ଏହି ପରିପ୍ରେକ୍ଷୀରେ 'ସିମ୍ ବାଇଣ୍ଡିଂ' ପ୍ରଣାଳୀ ବେଶ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି।

ସିମ୍ ବାଇଣ୍ଡିଂ କ’ଣ?
ସିମ୍ ବାଇଣ୍ଡିଂ ହେଉଛି ଏକ ସୁରକ୍ଷା ପ୍ରକ୍ରିୟା, ଯାହା ମାଧ୍ୟମରେ ଜଣେ ବ୍ୟବହାରକାରୀଙ୍କ ଡିଜିଟାଲ୍ ଆକାଉଣ୍ଟ କିମ୍ବା ଆପ୍ଲିକେସନ୍ ସିଧାସଳଖ ସେହି ମୋବାଇଲ୍ ଫୋନ୍ ଏବଂ ନିର୍ଦ୍ଦିଷ୍ଟ ସିମ୍ କାର୍ଡ ସହିତ ସଂଯୁକ୍ତ ହୋଇ ରହିଥାଏ। ଏଥିରେ ଫୋନ୍ ନମ୍ବର ଏବଂ ସିମ୍ କାର୍ଡର ସ୍ୱତନ୍ତ୍ର ପରିଚୟ ସର୍ଭରରେ ସଂରକ୍ଷିତ ହୋଇ ରହେ। ବର୍ତ୍ତମାନ ଅନେକ ୟୁପିଆଇ (UPI) ଏବଂ ବ୍ୟାଙ୍କିଙ୍ଗ୍ ଆପ୍ ଏହି ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ଏହାର ଅର୍ଥ ହେଲା, ଆପଣଙ୍କ ଆକାଉଣ୍ଟକୁ କେବଳ ସେହି ଫୋନ୍ ଏବଂ ସେହି ସିମ୍ ଜରିଆରେ ହିଁ ଆକ୍ସେସ୍ କରାଯାଇପାରିବ, ଯାହାକୁ ଆପଣ ପଞ୍ଜୀକରଣ କରିଛନ୍ତି। ଯଦି ସିମ୍ କାର୍ଡ ବଦଳିଯାଏ କିମ୍ବା ଫୋନ୍‌ରୁ ବାହାରିଯାଏ, ତେବେ ଆପ୍ କାମ କରିବ ନାହିଁ। 

ଆହୁରି ପଢନ୍ତୁ: Ni Striker: ଉଭୟ ଗୋଡ଼ରେ ୧ କେଜି ଆଙ୍କଲ୍ ୱେଟ୍ ପିନ୍ଧି ୬୦ ସେକେଣ୍ଡରେ ୧୪୬ ଥର ନି ଷ୍ଟ୍ରାଇକ୍, ମିଳିଲା ଇଣ୍ଡିଆ ଓ ଏସିଆ ବୁକ୍‌ ଅଫ୍‌ ରେକର୍ଡ୍ସ ପ୍ରମାଣପତ୍ର

ଏହା ସାଇବର ଠକେଇକୁ କିପରି ରୋକିବ?
ସିମ୍ ସ୍ୱାପ୍ ଠକେଇରୁ ରକ୍ଷା: ବର୍ତ୍ତମାନ ଠକମାନେ ଠକେଇ କରିବା ପାଇଁ ଲୋକଙ୍କ ନମ୍ବରର ଜାଲ୍ ସିମ୍ କାର୍ଡ ବାହାର କରି ଓଟିପି ଚୋରି କରିଥାନ୍ତି। କିନ୍ତୁ ସିମ୍ ବାଇଣ୍ଡିଂ ରହିଲେ, କେବଳ ମୂଳ ସିମ୍ କାର୍ଡ ଥିବା ଡିଭାଇସ୍‌ରେ ହିଁ ସେବା ମିଳିବ, ଯାହାଦ୍ୱାରା ଅନ୍ୟ କେଉଁଠି ବସି ଠକମାନେ ଆପଣଙ୍କ ଆକାଉଣ୍ଟକୁ ହାତେଇ ପାରିବେ ନାହିଁ।   

ଓଟିପି ଏବଂ ଟୋକନ୍ ଚୋରିର ପ୍ରତିରୋଧ: ଏହି ବ୍ୟବସ୍ଥା ଦ୍ୱାରା ଆପ୍ଲିକେସନ୍ କ୍ରମାଗତ ଭାବେ ଯାଞ୍ଚ କରିଥାଏ ଯେ, ପଞ୍ଜୀକୃତ ସିମ୍ କାର୍ଡଟି ସେହି ଫୋନରେ ଅଛି କି ନାହିଁ। ଯଦି କୌଣସି ଅନଧିକୃତ ବ୍ୟକ୍ତି ଅନ୍ୟ କୌଣସି ଡିଭାଇସ୍‌ରୁ ଲଗ୍‌ଇନ୍ କରିବାକୁ ଚେଷ୍ଟା କରନ୍ତି, ତେବେ ସିଷ୍ଟମ ସ୍ୱୟଂଚାଳିତ ଭାବେ ତାହାକୁ ବ୍ଲକ୍ କରିଦେବ।   

ଆହୁରି ପଢନ୍ତୁ: ପ୍ରକୃତି କୋଳରେ ଆଧୁନିକ ଜୀବନର ନୂଆ ଠିକଣା ପାଲଟିଛି Espacio

ମେସେଜିଂ ଆପ୍‌ଗୁଡ଼ିକରେ କଡ଼ା ସୁରକ୍ଷା: ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ହ୍ଵାଟ୍ସଆପ୍, ଟେଲିଗ୍ରାମ ଭଳି ମେସେଜିଂ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଏହି ସିମ୍ ବାଇଣ୍ଡିଂ ପ୍ରଣାଳୀ ଆପଣାଉଛନ୍ତି। ଯାହାଦ୍ୱାରା ବିନା ସିମ୍‌ରେ କେବଳ ୱାଇ-ଫାଇ ଜରିଆରେ ଅନ୍ୟ କୌଣସି ଡିଭାଇସ୍‌ରେ ଏହି ଆପ୍‌ଗୁଡ଼ିକର ଅପବ୍ୟବହାର କରାଯାଇପାରିବ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.