SIM: ସିମ୍‌ ପାଇଁ ବାୟୋମେଟ୍ରିକ୍‌ ପ୍ରମାଣୀକରଣ ବାଧ୍ୟତାମୂଳକ: ନୂଆ ନେଲେ, ବଦଳାଇଲେ ଦରକାର

4 days ago 3
ARTICLE AD BOX

ନୂଆଦିଲ୍ଲୀ: ନୂଆ ମୋବାଇଲ୍‌ ସିମ୍‌ ଲାଗି ବାୟୋମେଟ୍ରିକ ପ୍ରମାଣୀକରଣକୁ ବାଧ୍ୟତାମୂଳକ କରାଯାଇଛି। ପୁରୁଣା ସିମ୍‌ ବଦଳାଇବା ଓ ନୂଆ ସିମ୍‌ ନେବାକୁ ହେଲେ ଏହି ନିୟମ ମାନିବାକୁ ପଡ଼ିବ। ଆଧାର ନମ୍ବର ଜରିଆରେ ଗ୍ରାହକଙ୍କ ଇ-କେୱାଇସି କରାଯିବ। ଯେଉଁମାନଙ୍କର ଆଧାର ନାହିଁ ସେମାନେ ଡି-କେୱାଇସି ପ୍ରକ୍ରିୟା ଦେଇ ଗତି କରିବେ। ତେବେ ଦିବ୍ୟାଙ୍ଗ କିମ୍ବା ଅନ୍ୟ କୌଣସି କାରଣରୁ ଯେଉଁମାନଙ୍କର ଇ-କେୱାଇସି ସମ୍ଭବ ହେବନାହିଁ, ସେମାନେ ମଧ୍ୟ ଡି-କେୱାଇସି କରିପାରିବେ। ଇ-କେୱାଇସି ପ୍ରକ୍ରିୟାରେ ଆବେଦନକାରୀ ଗ୍ରାହକଙ୍କ ଚେହେରାର ଛବିକୁ ସିଧାସଳଖ ସଂଗ୍ରହ କରାଯିବ ଓ ତାହା ସେ ଦେଇଥିବା ଫଟୋ ସହ ମିଶୁଛି ନା ନାହିଁ ତାହା ଯାଞ୍ଚ କରାଯିବ। ସେହିପରି ତାଙ୍କର ଠିକଣା ଓ ପରିଚୟ ସମ୍ପର୍କିତ କାଗଜପତ୍ରର ନକଲକୁ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସିଧାସଳଖ ଗ୍ରହଣ କରାଯିବ।

ଆହୁରି ପଢନ୍ତୁ : Protest: କାଦୁଅ ରାସ୍ତାରେ ଦୁର୍ଦ୍ଦଶା, ପ୍ରତିବାଦରେ ଧାନ ରୋଇଲେ ମହିଳା

ଦରକାର ପଡ଼ିଲେ ଗ୍ରାହକଙ୍କ ପରିଚୟ ଯାଞ୍ଚ ପାଇଁ ଟେଲିକମ୍‌ ସେବା ପ୍ରଦାନକାରୀମା‌ନେ ସିଧାସଳଖ ଗ୍ରାହକଙ୍କ ଘରକୁ ଯିବେ କିମ୍ବା ପୁଲିସ ନେଇ ପହଞ୍ଚିପାରିବେ। ପୁରୁଣା ସିମ୍‌କୁ ବଦଳାଇବା, ସିମ୍‌ ସହ ଜଡ଼ିତ ଥିବା ନାମ, ଲିଙ୍ଗ କିମ୍ବା ଜନ୍ମ ତାରିଖରେ ପରିବର୍ତ୍ତନ କରିବାକୁ ହେଲେ ମଧ୍ୟ ବାୟୋମେଟ୍ରିକ୍‌ ପ୍ରମାଣୀକରଣ କରିବାକୁ ହେବ। ସେହିପରି କୌଣସି ଟେଲିକମ୍‌ ସଂଯୋଗକୁ କେବଳ ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ପରିବର୍ତ୍ତନ କରାଯାଇପାରିବ। ‌ତେବେ ସେଥିପାଇଁ ନୂଆ ଗ୍ରାହକଙ୍କୁ ପୁରୁଣା ଗ୍ରାହକଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ବା‌ୟୋମେଟ୍ରିକ୍‌ ଆଇଡି ଦେବାକୁ ପଡ଼ିବ। ବ୍ୟବସାୟିକ ସଂସ୍ଥା ନେଇଥିବା ମୋବାଇଲ୍‌ ସଂଯୋଗର ବ୍ୟବହାରକାରୀ ବଦଳିଲେ, ନୂଆ ବ୍ୟବହାରକାରୀଙ୍କ ଯାଞ୍ଚ ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ।

ଆହୁରି ପଢନ୍ତୁ : School closed: ପ୍ରବଳ ବର୍ଷା ଯୋଗୁଁ ନବରଂଗପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଗ୍ରାହକଙ୍କ ସଂଗ୍ରହ କରାଯାଉଥିବା ବ୍ୟକ୍ତିଗତ ଓ ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ପରିଚୟ ଲୁଚାଇବାର କୌଣସି ମାମଲା ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଣେ ବ୍ୟକ୍ତି ନିଜ ଟେଲିକମ୍‌ ସଂଯୋଗକୁ କାଟିବାକୁ ଚାହୁଥିଲେ, ତାଙ୍କୁ ମଧ୍ୟ ବାୟୋମେଟ୍ରିକ୍‌ ପ୍ରମାଣୀକରଣ କରିବାକୁ ପଡ଼ିବ। ତେବେ ଏହି ମାମଲାରେ ସଂଯୋଗ କାଟିବା ପୂର୍ବରୁ ଟେଲିକମ୍‌ କମ୍ପାନି ଗ୍ରାହକଙ୍କୁ ସେ ବିଷୟରେ ପ୍ରଥମେ ସତର୍କ ସୂଚନା ପଠାଇବେ। ସେ ସ୍ପଷ୍ଟ କଲେ ହିଁ ସଂଯୋଗ କାଟିବା ପ୍ରକ୍ରିୟା ଆରମ୍ଭ କରାଯାଇପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.