SIP Vs PPF Calculation: ଏସ୍‌ଆଇପି ବନାମ ପିପିଏଫ୍‌: ୧୫ ବର୍ଷ ପରେ କେଉଁଠି ମିଳିବ ଅଧିକ ରିଟର୍ଣ୍ଣ? ମାସକୁ ୩,୦୦୦ ଟଙ୍କା ନିବେଶର ପୂରା ହିସାବ ଜାଣନ୍ତୁ…

38 minutes ago 2
ARTICLE AD BOX

ନୂଆଦିଲ୍ଲୀ: ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବାକୁ ଚାହୁଥିଲେ ଠିକ୍ ନିବେଶ ବିକଳ୍ପ ବାଛିବା ଜରୁରି। ଦୀର୍ଘ ସମୟ ପାଇଁ ନିବେଶ କରିବା କଥା ଆସିଲେ ଏସ୍‌ଆଇପି ଓ ପିପିଏଫ୍‌ ଦୁଇଟି ଲୋକପ୍ରିୟ ବିକଳ୍ପ। ତେବେ ଯଦି ଆପଣ ପ୍ରତି ମାସରେ ୩,୦୦୦ ଟଙ୍କା ନିବେଶ କରନ୍ତି, ତେବେ ୧୫ ବର୍ଷ ପରେ କେଉଁଠି ଅଧିକ ଟଙ୍କା ମିଳିବ? ଆସନ୍ତୁ ଜାଣିବା ପୂରା ହିସାବ।

କେଉଁ ନିବେ‌ଶରେ କେତ‌େ ଲାଭ

ଆହୁରି ପଢ଼ନ୍ତୁ- Man Stranded in Tree ଜୀବନହାରିବାକୁ ସଲପ ପିଇ ଚଢ଼ିଥିଲେ ଗଛ, ଭାଙ୍ଗିଗଲା ଡାଳ

ଏସ୍‌ଆଇପିରେ ୧୫ ବର୍ଷରେ କେତେ ଟଙ୍କା ମିଳିବ?

ଏସ୍‌ଆଇପି ଅର୍ଥାତ୍ ସିଷ୍ଟମେଟିକ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌। ଏହା ମାଧ୍ୟମରେ ଆପଣ ପ୍ରତି ମାସରେ ନିର୍ଦ୍ଦିଷ୍ଟ ରାଶି ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିପାରିବେ।
ଧରନ୍ତୁ, ଆପଣ ପ୍ରତି ମାସରେ ୩,୦୦୦ ଟଙ୍କା ଲେଖାଏଁ ୧୫ ବର୍ଷ ପର୍ଯ୍ୟନ୍ତ ଏସ୍‌ଆଇପିରେ ନିବେଶ କରୁଛନ୍ତି। ଯଦି ବାର୍ଷିକ ହାରାହାରି ୧୨% ରିଟର୍ଣ୍ଣ ମିଳେ, ତେବେ ଆପଣଙ୍କ ନିବେଶର ହିସାବ ଏହିପରି ହେବ।
•    ମାସିକ ନିବେଶ: ୩,୦୦୦ ଟଙ୍କା
•    ନିବେଶ ସମୟ: ୧୫ ବର୍ଷ
•    ମୋଟ୍‌ ନିବେଶ: ୫.୪୦ ଲକ୍ଷ ଟଙ୍କା
•    ଆନୁମାନିକ ଲାଭ: ୮.୯୦ ଲକ୍ଷ ଟଙ୍କା
•    ମୋଟ୍‌ ଫଣ୍ଡ: ପ୍ରାୟ ୧୪.୩୦ ଲକ୍ଷ ଟଙ୍କା

ଅର୍ଥାତ୍ ମାତ୍ର ୩,୦୦୦ ଟଙ୍କା ମାସିକ ନିବେଶରୁ ୧୫ ବର୍ଷ ପରେ ପ୍ରାୟ ୧୪.୩୦ ଲକ୍ଷ ଟଙ୍କାର ଫଣ୍ଡ ତିଆରି ହୋଇପାରେ। ତେବେ ମନେରଖନ୍ତୁ, ଏସ୍‌ଆଇପିର ରିଟର୍ଣ୍ଣ ବଜାର ଉପରେ ନିର୍ଭର କରେ। ଏଥିରେ ଲାଭ ନିଶ୍ଚିତ ନୁହେଁ।

ପିପିଏଫ୍‌ରେ ୧୫ ବର୍ଷରେ କେତେ ଟଙ୍କା ମିଳିବ?

ପିପିଏଫ୍‌ ଅର୍ଥାତ୍ ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ ହେଉଛି ସରକାରଙ୍କ ଏକ ଲୋକପ୍ରିୟ ଦୀର୍ଘକାଳୀନ ସଞ୍ଚୟ ଯୋଜନା। ଏଥିରେ ନିବେଶ କରିବା ଅପେକ୍ଷାକୃତ ସୁରକ୍ଷିତ। ଏହାର ଲକ୍-ଇନ୍ ଅବଧି ୧୫ ବର୍ଷ।

ଯଦି ଆପଣ ପ୍ରତି ମାସରେ ୩,୦୦୦ ଟଙ୍କା ପିପିଏଫ୍‌ରେ ଜମା କରନ୍ତି ଏବଂ ବାର୍ଷିକ ୭.୧% ସୁଧ ହାର ଧରାଯାଏ, ତେବେ ହିସାବ ଅନୁସାରେ ଆପଣଙ୍କୁ ଏହି ଟଙ୍କା ମିଳିପାରେ।
•    ମାସିକ ନିବେଶ: ୩,୦୦୦ ଟଙ୍କା
•    ନିବେଶ ସମୟ: ୧୫ ବର୍ଷ
•    ମୋଟ୍‌ ନିବେଶ: ୫.୪୦ ଲକ୍ଷ ଟଙ୍କା
•    ଆନୁମାନିକ ସୁଧ: ୪.୧୪ ଲକ୍ଷ ଟଙ୍କା
•    ମୋଟ୍‌ ଟଙ୍କା: ପ୍ରାୟ ୯.୫୪ ଲକ୍ଷ ଟଙ୍କା

ଅର୍ଥାତ୍ ପିପିଏଫ୍‌ରେ ନିବେଶ କଲେ ୧୫ ବର୍ଷ ପରେ ପ୍ରାୟ ୯.୫୪ ଲକ୍ଷ ଟଙ୍କା ମିଳିପାରେ। ଏହାର ସୁଧ ହାର ସରକାରଙ୍କ ଦ୍ୱାରା ସମୟ ସମୟରେ ବଦଳାଯାଇପାରେ।

ଆହୁରି ପଢ଼ନ୍ତୁ- Controversy: ଇସ୍ରାଏଲୀ-ଆମେରିକୀୟ ଧର୍ମଗୁରୁଙ୍କ ହିନ୍ଦୁ ବିରୋଧୀ ବ୍ୟଙ୍ଗକୁ ନେଇ ତୀବ୍ର ଅସନ୍ତୋଷ

ଏସ୍‌ଆଇପି ନା ପିପିଏଫ୍‌, କେଉଁଠି ନିବେଶ କରିବା ଭଲ?

ଉଭୟ ଯୋଜନାର ହିସାବ ଦେଖିଲେ ଏସ୍‌ଆଇପିରେ ଅଧିକ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି। ଉପରୋକ୍ତ ହିସାବ ଅନୁସାରେ ଏସ୍‌ଆଇପିରେ ପ୍ରାୟ ୧୪.୩୦ ଲକ୍ଷ ଟଙ୍କା ମିଳିପାରେ। ଅନ୍ୟପଟେ ପିପିଏଫ୍‌ରେ ପ୍ରାୟ ୯.୫୪ ଲକ୍ଷ ଟଙ୍କା ମିଳିପାରେ। ଅର୍ଥାତ୍ ଦୁଇଟି ମଧ୍ୟରେ ପ୍ରାୟ ୪.୭୬ ଲକ୍ଷ ଟଙ୍କାର ଫରକ ରହିଛି।

ଯଦି ଆପଣ ଅଧିକ ରିଟର୍ଣ୍ଣ ପାଇବାକୁ ଚାହୁଛନ୍ତି ଏବଂ ବଜାରର ରିସ୍କ ନେବାକୁ ପ୍ରସ୍ତୁତ ଅଛନ୍ତି, ତେବେ ଏସ୍‌ଆଇପି ଏକ ଭଲ ବିକଳ୍ପ ହୋଇପାରେ। କିନ୍ତୁ ଯଦି ଆପଣ ସୁରକ୍ଷିତ ନିବେଶ ଓ ନିଶ୍ଚିତ ସୁଧକୁ ଗୁରୁତ୍ୱ ଦେଉଛନ୍ତି, ତେବେ ପିପିଏଫ୍‌ ଆପଣଙ୍କ ପାଇଁ ଉପଯୁକ୍ତ ହୋଇପାରେ।

ମନେ ରଖନ୍ତୁ, ଏସ୍‌ଆଇପିରେ ରିଟର୍ଣ୍ଣ ନିଶ୍ଚିତ ନୁହେଁ। ଏହା ବଜାରର ଉତ୍ଥାନ-ପତନ ଉପରେ ନିର୍ଭର କରେ। ସେହିପରି ପିପିଏଫ୍‌ର ସୁଧ ହାର ମଧ୍ୟ ବଦଳିପାରେ। ତେଣୁ ନିବେଶ କରିବା ପୂର୍ବରୁ ନିଜର ଆର୍ଥିକ ଲକ୍ଷ୍ୟ ଓ ରିସ୍କ ନେବାର କ୍ଷମତାକୁ ବିଚାର କରନ୍ତୁ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.