SIR: ଛଅ ରାଜ୍ୟରେ ଏସ୍‌ଆଇଆର୍‌ ଅବଧି ବୃଦ୍ଧି, ଦିଲ୍ଲୀରେ ଡିସେମ୍ବର ୨୨ରେ ଚୂଡ଼ାନ୍ତ ଭୋଟର ତାଲିକା

51 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ପାଇଁ ଦିଲ୍ଲୀ ସମେତ ୬ଟି ରାଜ୍ୟରେ ସମୟସୀମା ବଢ଼ାଇଛନ୍ତି ନିର୍ବାଚନ ଆୟୋଗ। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ଦିଲ୍ଲୀରେ ଚୂଡ଼ାନ୍ତ ଭୋଟର ତାଲିକା ଡିସେମ୍ବର ୨୨ରେ ପ୍ରକାଶ ପାଇବ। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ହରିୟାଣା, ତେଲଙ୍ଗାନା ଓ ନାଗାଲାଣ୍ଡରେ ଚୂଡ଼ାନ୍ତ ତାଲିକା ନଭେମ୍ବର ୩୦ରେ ପ୍ରକାଶ କରାଯିବ। ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧ ପରେ ଏହି ପରିବର୍ତ୍ତନ କରାଯାଇଛି।

ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଦିଲ୍ଲୀରେ ଦାବି ଓ ଆପତ୍ତି ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୩୦ ଥିଲା। ଏବେ ଏହାକୁ ନଭେମ୍ବର ୨୫ ପର୍ଯ୍ୟନ୍ତ ବଢ଼ାଯାଇଛି। ଦାଖଲ ହୋଇଥିବା ଦାବି ଓ ଆପତ୍ତିର ଯାଞ୍ଚ ଏବଂ ଫଇସଲା ପାଇଁ ଡିସେମ୍ବର ୧୫ ଯାଏ ସମୟ ଦିଆଯାଇଛି। ପୂର୍ବରୁ ଚୂଡ଼ାନ୍ତ ତାଲିକା ଡିସେମ୍ବର ୪ରେ ପ୍ରକାଶ ପାଇବାର କାର୍ଯ୍ୟସୂଚୀ ରହିଥିଲା। ମହାରାଷ୍ଟ୍ରରେ ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ ଅକ୍ଟୋବର ୨୬ରୁ ବଢ଼ାଇ ନଭେମ୍ବର ୧୩ କରାଯାଇଛି। ସେଠାରେ ଦାବି ଓ ଆପତ୍ତିର ଫଇସଲା ନଭେମ୍ବର ୨୫ ଯାଏ ଚାଲିବ। ଆନ୍ଧ୍ରପ୍ରଦେଶ ଓ ହରିୟାଣାରେ ଏହି ପ୍ରକ୍ରିୟା ନଭେମ୍ବର ୨୦ ଯାଏ ଏବଂ ନାଗାଲାଣ୍ଡରେ ନଭେମ୍ବର ୨୫ ଯାଏ ଚାଲିବ। ତେଲଙ୍ଗାନାରେ ଏହାର ଶେଷ ତାରିଖ ନଭେମ୍ବର ୨୬ ରଖାଯାଇଛି।

Odisha Congress Plans Strategy ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ରଣନୀତି: ଓବିସି, ଏମ୍‌ଏମ୍‌ଡିଆର୍‌, ଏସ୍‌ଆଇଆର୍‌ ଓ ସଂଗଠନର ଏକତା ପ୍ରମୁଖ ପ୍ରସଙ୍ଗ

ଦିଲ୍ଲୀରେ ଏସ୍‌ଆଇଆର୍‌ ପ୍ରକ୍ରିୟାର ସମୟସୀମାକୁ ନେଇ ସୁପ୍ରିମ୍‌କୋର୍ଟ ପ୍ରଶ୍ନ ଉଠାଇବାର ଦିନକ ପରେ ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ଆସିଛି। ଅଦାଲତ ପଚାରିଥିଲେ, ଦିଲ୍ଲୀରେ ନିକଟ ଭବିଷ୍ୟତରେ ନିର୍ବାଚନ ନ ଥିବାବେଳେ ଭୋଟରଙ୍କ ପାଇଁ ଏତେ କମ୍‌ ସମୟସୀମା ରଖିବାର ଆବଶ୍ୟକତା କ’ଣ? ଯେଉଁ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିଛି, ସେମାନଙ୍କୁ ନାମ ସାମିଲ କରିବା ଓ ତଥ୍ୟ ସଂଶୋଧନ ପାଇଁ ସୁଯୋଗ ଦେବାକୁ ଅଦାଲତ ଗୁରୁତ୍ୱ ଦେଇଥିଲେ। ଦିଲ୍ଲୀରେ ଅଗଷ୍ଟ ୩୧ରେ ପ୍ରକାଶିତ ଚିଠା ଭୋଟର ତାଲିକାରୁ ପ୍ରାୟ ୪୭.୫୭ ଲକ୍ଷ ଭୋଟରଙ୍କ ନାମ ବାଦ୍‌ ପଡ଼ିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.