ARTICLE AD BOX
ଆମ ଛାୟାପଥ ଆକାଶଗଙ୍ଗାର କେନ୍ଦ୍ରରେ ଅଛି ‘ସାଜିଟାରିଅସ୍ ଏ ଷ୍ଟାର୍’ ନାମକ ବିଶାଳ କୃଷ୍ଣ ଗର୍ତ୍ତ। ଗୋଟିଏ ନକ୍ଷତ୍ର ବା ତାରକା ଚମକପ୍ରଦ ବେଗରେ ତା’ ଚାରିପଟେ ଗତି କରୁଥିବାର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି। ଏହି ତାରକାର ନାମ ‘ଏସ୍୩୦୧’। ଏହା ପ୍ରତି ୮.୭ ବର୍ଷରେ ଥରେ ସାଜିଟାରିଅସ୍ ଏ ଷ୍ଟାର୍କୁ ଏକ ଅଣ୍ଡାକୃତ କକ୍ଷପଥରେ ପ୍ରଦକ୍ଷିଣ କରିଥାଏ। ଏହା ଯେତେବେଳେ କୃଷ୍ଣ ଗର୍ତ୍ତର ସବୁଠାରୁ ନିକଟତର ହୁଏ ସେତେବେଳେ ଶକ୍ତିଶାଳୀ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଏହାର ବେଗ ୨୫,୦୦୦ କିଲୋମିଟର ପ୍ରତି ସେକେଣ୍ଡକୁ ବୃଦ୍ଧି ପାଇଥାଏ, ଯାହା ଆଲୋକର ବେଗର ୮%ରୁ ଅଧିକ।
Father's teachings: କଥାଟିଏ-ଯାଯାବର: ବାପାଙ୍କ ଶିକ୍ଷା
ଗୋଟିଏ ଯାତ୍ରୀବାହୀ ବିମାନର ବେଗଠାରୁ ଏହା ଏକ ଲକ୍ଷ ଗୁଣ ଅଧିକ। ଆମ ଛାୟାପଥର ଅନ୍ୟ କୌଣସି ତାରକା ଏତେ ଅଧିକ ବେଗରେ ଗତି କରିବା ଆଜି ପର୍ଯ୍ୟନ୍ତ ଦେଖାଯାଇନାହିଁ। ଆହୁରି ରୋଚକ ବିଷୟ ହେଲା ଏହି ତାରକା ଓ କୃଷ୍ଣ ଗର୍ତ୍ତ ମଧ୍ୟର ଦୂରତା, ପୃଥିବୀ ଓ ସୂର୍ଯ୍ୟ ମଧ୍ୟର ଦୂରତାର ମାତ୍ର ୧୨ ଗୁଣ ଅଧିକ। ଏହି ତାରକା ଆବିଷ୍କାର କରିବା ପରେ ଗବେଷକମାନେ ଆସନ୍ତା ଏକ ଦଶନ୍ଧିରେ କୃଷ୍ଣ ଗର୍ତ୍ତର ଆବର୍ତ୍ତନ ଦିଗ ଓ ବେଗ ଆକଳନ କରିବାର ଆଶା ରଖିଛନ୍ତି।

5 days ago
4


