ARTICLE AD BOX
ଆଜିର ଆଧୁନିକ ଯୁଗରେ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଘଣ୍ଟା ଘଣ୍ଟା ଧରି ଇମେଲ୍ ଚେକ୍ କରିବା, ସୋସିଆଲ ମିଡିଆରେ ସ୍କ୍ରୋଲ୍ କରିବା, ମେସେଜ୍ ପଠାଇବା କିମ୍ବା ଗେମ୍ ଖେଳିବାରେ ଲୋକେ ବହୁ ସମୟ ବିତାନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଏହି ଅଭ୍ୟାସ ଆପଣଙ୍କ ହାତ ଏବଂ କଚଟି ଉପରେ କିପରି ପ୍ରଭାବ ପକାଉଛି?
ଆହୁରି ପଢ଼ନ୍ତୁ: ଜମିର କିସମ ବଦଳାଇବା ପାଇଁ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ
ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁଁ ଆଖି ଓ ନିଦ ଉପରେ ପଡୁଥିବା ପ୍ରଭାବ ବିଷୟରେ ସମସ୍ତେ ଜାଣିଛନ୍ତି, କିନ୍ତୁ ଏହାର ଶାରୀରିକ ପ୍ରଭାବ ପ୍ରାୟତଃ ଅଜଣା ରହିଯାଏ। ଅର୍ଥୋପେଡିକ୍ ସର୍ଜନ ଡାକ୍ତର ବରୁଣ ଦତ୍ତାଙ୍କ ମତରେ, ମାନବ ହାତର ଗଠନ ବିଭିନ୍ନ ଗତିବିଧି ପାଇଁ ଉପଯୁକ୍ତ, କିନ୍ତୁ ଗୋଟିଏ ସ୍ଥିତିରେ ବାରମ୍ବାର ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ହାତ ବ୍ୟବହାର କରିବା ଦ୍ୱାରା ମାଂସପେଶୀ, ଗଣ୍ଠି, ଓ ସ୍ନାୟୁ ଉପରେ ପ୍ରବଳ ଚାପ ପଡ଼ିଥାଏ।
ଆଙ୍ଗୁଳି ଉପରେ ଅଧିକ ଚାପ
ଫୋନ୍ ସ୍କ୍ରୋଲ୍ କରିବା ସମୟରେ କେବଳ ଗୋଟିଏ ବାମ କିମ୍ବା ଡାହାଣ ବୁଢ଼ା ଆଙ୍ଗୁଳିର ବାରମ୍ବାର ବ୍ୟବହାର କରାଯାଇଥାଏ। ଡାକ୍ତର ଦତ୍ତା ଚେତାବନୀ ଦେଇ କହିଛନ୍ତି ଯେ, କୌଣସି ବିରତି ବିନା କ୍ରମାଗତ ଏହିଭଳି ଏକପାଖିଆ ଗତିବିଧି କଲେ ଆଙ୍ଗୁଳିର କଣ୍ଡରାଗୁଡ଼ିକରେ ପ୍ରଦାହ ସୃଷ୍ଟି ହୋଇପାରେ। ଏହାବତୀତ, ଫୋନ୍ ଧରିବା ଶୈଳୀ ଏବଂ କଚଟି ବଙ୍କା ରଖିବା ମଧ୍ୟ ଯନ୍ତ୍ରଣାର ଏକ ପ୍ରମୁଖ କାରଣ ହୋଇଥାଏ। ଲୋକମାନେ ପ୍ରାୟତଃ ଏହି ଛୋଟଛୋଟ ଯନ୍ତ୍ରଣାକୁ ଅଣଦେଖା କରିଥାନ୍ତି, ଯାହା ପରବର୍ତ୍ତୀ ସମୟରେ କ୍ରନିକ୍ ପେନ୍ ବା ସବୁଦିନିଆ ଯନ୍ତ୍ରଣାର ରୂପ ନେଇଥାଏ।
ସମସ୍ୟାରୁ ବର୍ତ୍ତିବା ପାଇଁ ସରଳ ଉପାୟ
ଯଦିଓ ସ୍ମାର୍ଟଫୋନ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ଭବ ନାହିଁ, କିନ୍ତୁ ଏହାର ବ୍ୟବହାର ଶୈଳୀରେ କିଛି ସାମାନ୍ୟ ପରିବର୍ତ୍ତନ ଆଣି ଆମେ ନିଜକୁ ସୁରକ୍ଷିତ ରଖିପାରିବା:
- କେବଳ ଗୋଟିଏ ହାତର ବୁଢ଼ା ଆଙ୍ଗୁଳି ଉପରେ ଭରସା ନକରି, ଦୀର୍ଘ ସମୟ ଟାଇପ୍ କଲାବେଳେ ଉଭୟ ହାତର ବ୍ୟବହାର କରନ୍ତୁ।
- ସବୁବେଳେ ଗୋଟିଏ ପଦ୍ଧତିରେ ଫୋନ୍ ଧରନ୍ତୁ ନାହିଁ, ବରଂ ବାରମ୍ବାର ହାତ ବଦଳାଇ କାମ କରନ୍ତୁ।
- ଫୋନ୍ ବ୍ୟବହାର କରିବା ସମୟରେ ମଝିରେ ମଝିରେ ବିରତି ନିଅନ୍ତୁ, ଯାହାଦ୍ୱାରା ହାତ ଏବଂ କଚଟିକୁ ବିଶ୍ରାମ ମିଳିବ।
- ଫୋନ୍ ଧରିବା ସମୟରେ କଚଟିକୁ ଅଧିକ ସମୟ ଧରି ବଙ୍କା କରି ରଖନ୍ତୁ ନାହିଁ।
- ଟାଇପ୍ କରିବା ବଦଳରେ 'ଭଏସ୍-ଟୁ-ଟେକ୍ସଟ୍' ବା ଭଏସ୍ ଫିଚର ବ୍ୟବହାର କରି ବାରମ୍ବାର ଆଙ୍ଗୁଳି ଚଳାଇବାରୁ ବିରତ ରୁହନ୍ତୁ।
ଆହୁରି ପଢ଼ନ୍ତୁ: ମୁହଁ ଖୋଲିଲେ କ୍ୟାଟ୍ରିନା, ଟ୍ରୋଲର୍ସଙ୍କୁ ଦେଲେ ଜବାବ
ଅଧିକ ଦେଖନ୍ତୁ:

2 weeks ago
6


