ARTICLE AD BOX
ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ନକ୍ସାପାଲି ଗାଁର ସଚିତା ରକ୍ସା (୩୩) ଚାଷ ଜମିରେ କାମ କରୁଥିବା ବେଳେ ସାପ କାମୁଡ଼ାର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
/sambad/media/media_files/2026/07/12/snake-2026-07-12-01-46-35.jpg)
ଲଇକେରା: ଚାଷ ଜମିରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକ ଙ୍କ ଅକାଳ ମୃତ୍ୟୁ ଘଟିଛି । ମୃତକ ହେଲେ ଲଇକେରା ଥାନା ଅନ୍ତର୍ଗତ ନକ୍ସାପାଲି ଗ୍ରାମର ସଚିତା ରକ୍ସା (୩୩) ।
Snake Bite: ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ
ପୁଲିସ ସୂଚନା ଅନୁସାରେ, ସଚିତା ଆଜି ମଧ୍ୟାହ୍ନରେ ଚାଷ କାମ ପାଇଁ ନିଜ ଜମିକୁ ଯାଇଥିଲେ । କ୍ଷେତରେ କାମ କରୁଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ବିଳମ୍ବ ନକରି ତାଙ୍କୁ କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଚିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଝାରସୁଗୁଡ଼ା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ପରୀକ୍ଷା କରି ସଚିତାଙ୍କୁ ମୃତ ଘୋଷଣା କରିଥିଲେ । ଆସନ୍ତାକାଲି ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଲଇକେରା ଥାନାଧିକାରୀ କୃଷ୍ଣ ଚନ୍ଦ୍ର ମେହେର ସୂଚନା ଦେଇଛନ୍ତି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

58 minutes ago
1


