Snatcher Snatch Pension Fund: ଗରିବ ବୃଦ୍ଧାଙ୍କଠାରୁ ଲୁ‌ଟେରା ଲୁଟିନେଲା ୪ ହଜାର ଟଙ୍କାର ପେନ୍‌ସନ୍! କାନ୍ଦି କାନ୍ଦି ସାହାଯ୍ୟ ମାଗିଲେ ମହିଳା

1 hour ago 6
ARTICLE AD BOX

ନୂଆଦିଲ୍ଲୀ: କୁହାଯାଏ, ମାନବିକତାଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। କାହାକୁ ଅସୁବିଧାରେ ଦେଖି ଯଦି ମନ ବିଚଳିତ ହେଉନାହିଁ, ତେବେ ତାହାକୁ ମାନବିକତା କୁହାଯାଇପାରିବ ନାହିଁ। କିନ୍ତୁ ଚୋର ଓ ଲୁଟେରାଙ୍କ କ୍ଷେତ୍ରରେ ଯେପରି ଏହି କଥାର କୌଣସି ମୂଲ୍ୟ ନାହିଁ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଲୁଟେରା ଗରିବ ବୃଦ୍ଧାଙ୍କଠାରୁ ଟଙ୍କା ଛଡ଼ାଇ ନେଇ ତାଙ୍କୁ ରାସ୍ତାରେ ଆହତ ଅବସ୍ଥାରେ ପକାଇ ଫେରାର ହୋଇଯାଇଛି। ବୃଦ୍ଧା ଜଣକ କାନ୍ଦି କାନ୍ଦି ଲୋକଙ୍କୁ ସାହାଯ୍ୟ ମାଗୁଥିବା ବେଳେ ଲୁଟେରା ୪ ହଜାର ଟଙ୍କା ନେଇ ପଳାଇଥିବା ଦାବି କରାଯାଇଛି।

ଗରିବ ବୃଦ୍ଧାଙ୍କଠାରୁ ଛଡ଼ାଇ ନେଲା ପେନ୍‌ସନ୍ ଟଙ୍କା

ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଭିଡିଓରେ ଜଣେ ବୃଦ୍ଧାଙ୍କ ହାତରେ ଏକ ଚିରା ବ୍ୟାଗ ଦେଖିବାକୁ ମିଳୁଛି। ଦାବି ଅନୁଯାୟୀ, ସେହି ବ୍ୟାଗରେ ଥିଲା ତାଙ୍କର ପେନ୍‌ସନ୍ ଟଙ୍କା ।

ଭିଡିଓରେ ଦେଖାଯାଉଛି ଯେ, ଲାଲ୍ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଜଣେ ଯୁବକ ବୃଦ୍ଧାଙ୍କ ପାଖକୁ ଆସି ତାଙ୍କୁ ଧକ୍କା ଦେବା ସହ ବ୍ୟାଗ୍ ଛଡ଼ାଇବାକୁ ଚେଷ୍ଟା କରୁଛି। ବୃଦ୍ଧା ଜଣକ ନିଜ ବ୍ୟାଗ୍‌କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏହି ସମୟରେ ଧସ୍ତାଧସ୍ତି ହେବାରୁ ସେ ରାସ୍ତାରେ ପଡ଼ିଯାଉଛନ୍ତି, ତଥାପି ବ୍ୟାଗ୍ ଛାଡ଼ୁନଥିଲା ଲୁଟେରା।

Maharashtra: A minor allegedly pushed an elderly woman to the ground while attempting to snatch her bag containing ₹4,000 in pension money in Chhatrapati Sambhajinagar. The incident was captured on CCTV. pic.twitter.com/hfSOv87O3q

— Ghar Ke Kalesh (@gharkekalesh) October 26, 2026

ଶେଷରେ ଲୁଟେରା ଜଣକ ବୃଦ୍ଧାଙ୍କୁ ଜୋର୍‌ରେ ଧକ୍କା ଦେଇ ବ୍ୟାଗ୍ ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଉଛି। ଏକ ନିର୍ଜନ ଗଳିରେ ଘଟିଥିବା ଏହି ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା। ଏହାପରେ ବୃଦ୍ଧା ଜଣକ ରାସ୍ତାରେ ପଡ଼ି କାନ୍ଦିବା ସହ ଯାତାୟାତ କରୁଥିବା ଲୋକଙ୍କୁ ଲୁଟେରାକୁ ଧରିବା ପାଇଁ ସାହାଯ୍ୟ ମାଗୁଛନ୍ତି। କିନ୍ତୁ କେହି ତାଙ୍କ କଥା ଶୁଣୁ ନଥିବା ଭିଡିଓରେ ଦେଖିବାକୁ ମିଳୁଛି।

ସ୍ଥଳଭାଗ ଛୁଇଁଲା ବେଳକୁ ବାତ୍ୟାର ଘଣ୍ଟା ପିଛା ବେଗ ରହିବ ୧୫୦କିମି!

Read Entire Article
LEFT SIDEBAR AD

Hidden in mobile, Best for skyscrapers.