Sri Sri Thakur Nigamananda: ସୁଭାଷିତ: ‘ସଦ୍‌ଗ୍ରନ୍ଥ ପାଠ ମଧ୍ୟ ସାଧୁସଙ୍ଗ’ -ଶ୍ରୀଶ୍ରୀଠାକୁର ନିଗମାନନ୍ଦ

1 hour ago 2
ARTICLE AD BOX

ଶ୍ରାବଣ ପୂର୍ଣ୍ଣିମା ସଦ୍‌ଗୁରୁ ଶ୍ରୀଶ୍ରୀଠାକୁର ନିଗମାନନ୍ଦଙ୍କର ପବିତ୍ର ଆବିର୍ଭାବ ଦିବସ। ଯେତେବେଳେ ଦେଶରେ ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରୁ ଧର୍ମ, ନୀତି ଓ ସମାଜ ମଧ୍ୟରେ ଅନାଚାର ଦେଖା ଦେଉଥିଲା ଏବଂ ଲୋକେ ସ୍ବଧର୍ମ ପରିତ୍ୟାଗ କରି ଭୟାବହ ପରଧର୍ମ ଆଡ଼କୁ ସ୍ବତଃ ଆକୃଷ୍ଟ ହୋଇପଡୁଥିଲେ- ସେତିକିବେଳେ ତାଙ୍କର ଆବିର୍ଭାବ ଘଟିଥିଲା। ସୁସ୍ଥ, ସବଳ ସମାଜ ଗଠନ କରିବା ଥିଲା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ। ତେଣୁ ସେ ମଠ, ଆଶ୍ରମରେ ସନ୍ନ୍ୟାସୀ, ବ୍ରହ୍ମଚାରୀଙ୍କୁ କର୍ମଯୋଗରେ ଦୀକ୍ଷିତ କରିବା ସଙ୍ଗେ ସଙ୍ଗେ ଗୃହସ୍ଥ ଶିଷ୍ୟମାନଙ୍କୁ ସତ୍‌ମାର୍ଗରେ ପରିଚାଳନା କରିବା ପାଇଁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି- ଗୃହସ୍ଥ ଉପଯୁକ୍ତ ହେଲେ ସମାଜ ସୁସ୍ଥ ହୁଏ।

Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି

ଗୃହସ୍ଥ ଉପଯୁକ୍ତ ହେବାପାଇଁ ସେ କହିଛନ୍ତି- “ସରଳତା ଓ ସତ୍ୟପାଳନ, ଆଦର୍ଶ ଗୃହସ୍ଥଙ୍କର ଏକାନ୍ତ କର୍ତ୍ତବ୍ୟ।” କିନ୍ତୁ ଗୃହିଣୀ ଉପଯୁକ୍ତ ନ ହେଲେ ଗୃହସ୍ଥଙ୍କ ପକ୍ଷରେ ଆଦର୍ଶ ରକ୍ଷା କରିବା ସହଜ ହୁଏନାହିଁ। ସେଥିପାଇଁ ସେ କହିଛନ୍ତି- “ସ୍ତ୍ରୀର କର୍ତ୍ତବ୍ୟ ହେଉଛି– ଯେତେଦିନ ସ୍ବାମୀ ଜୀବିତ ଥିବେ, ସେତେଦିନ ଯାଏ ସେ ସ୍ବାମୀଙ୍କ ମଧ୍ୟରେ ଭଗବାନଙ୍କୁ ଓ ଗୁରୁଙ୍କୁ ପ୍ରତ୍ୟକ୍ଷ କରି ପୂଜା କରିବେ। ଆଉ ସ୍ବାମୀଙ୍କର ସ୍ଥୂଳ ଦେହର ମୃତ୍ୟୁ ହୋଇଗଲେ, ତାଙ୍କର ସ୍ବାମୀ ଜଗତ୍‌ସ୍ବାମୀଙ୍କ ସହିତ ମିଳିତ ହୋଇଗଲେ ଭାବି ଜଗତ୍‌ସ୍ବାମୀ ଭଗବାନଙ୍କ ମଧ୍ୟରେ ନିଜର ସ୍ବାମୀଙ୍କୁ, ନିଜର ଗୁରୁଙ୍କୁ ଓ ନିଜର ଇଷ୍ଟଙ୍କୁ ଚିନ୍ତା କରି ତାଙ୍କର ପୂଜା ଅର୍ଚ୍ଚନା କରିବେ।”
ଏହି ପ୍ରସଙ୍ଗରେ ସେ ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ମଧ୍ୟ କହିଛନ୍ତି। ତାହା ହେଉଛି- ଭଗବାନଙ୍କୁ ପାଇବା ପାଇଁ ଭକ୍ତି ହିଁ ଦରକାର।

Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ

ଏହି ଭକ୍ତିପଥ କିପରି ସର୍ବସାଧାରଣଙ୍କ ପାଇଁ ସୁଲଭ ହେବ, ତାହାର ଗୋଟିଏ ସରଳ ଉପାୟ ମଧ୍ୟ ସେ କହିଛନ୍ତି। ସେହି ଉପାୟଟି ହେଉଛି- ଭକ୍ତି ପାଇଁ କୌଣସି କୃଚ୍ଛ୍ର ସାଧନା ନ ହେଲେ ଚଳିବ। ଏହା କହିବା ସହିତ, ସେଥିପାଇଁ ସରଳ ଉପାୟ ସୂଚାଇ ଦେଇ ସେ କହିଛନ୍ତି- “ଭକ୍ତିପଥରେ ନାନା ପ୍ରକାର ସାଧନା ପ୍ରଚଳିତ ଅଛି। ତନ୍ମଧ୍ୟରୁ ସାଧୁସଙ୍ଗ ପ୍ରଧାନ। ସଦ୍‌ଗ୍ରନ୍ଥାଦି ପାଠ ମଧ୍ୟ ସାଧୁସଙ୍ଗର ଅନ୍ତର୍ଗତ।” ଏହା ଆମକୁ ସୂଚାଏ, ଯେ ସଦ୍‌ଗ୍ରନ୍ଥ ପାଠ ମାଧ୍ୟମରେ ଆମେ ସାଧୁସଙ୍ଗ ଲାଭ କରିପାରିବା ଏବଂ ତାହା ମାଧ୍ୟମରେ ଭଗବାନଙ୍କୁ ଭକ୍ତି କରି ତାଙ୍କୁ ମଧ୍ୟ ସହଜରେ ପାଇପାରିବା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.