ARTICLE AD BOX
ଛତ୍ରପୁର(ବସନ୍ତ କୁମାର ମହାରଣା): ଗଞ୍ଜାମ ମହାବିଦ୍ୟାଳୟ ନିର୍ବାଚନରେ ମହାବିଦ୍ୟାଳୟ କର୍ମଚାରୀଙ୍କ ଅଯଥା ହସ୍ତକ୍ଷେପ ଏବଂ ଛାତ୍ରଛାତ୍ରୀଙ୍କୁ ଧମକ ସହ ଚାପ ପକାଯାଉଛି ବୋଲି ଗଞ୍ଜାମ କଲେଜର ପ୍ରାର୍ଥୀମାନେ ଆଜି ଛତ୍ରପୁର ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
Student Union Elections Cancelled ନୟାଗଡ଼ର ଦୁଇ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ବିସିଜେଡି-ଏବିଭିପି ମୁହାଁମୁହିଁ
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ମହାବିଦ୍ୟାଳୟର ୨ଜଣ କର୍ମଚାରୀ ପ୍ରତ୍ୟେକ୍ଷ ଭାବରେ ଏହି ଛାତ୍ର ନିର୍ବାଚନ ପ୍ରକ୍ରିୟାରେ ଜଡିତ ଅଛନ୍ତି। ଏପରିକି କିଛି ଛାତ୍ର/ଛାତ୍ରୀମାନଙ୍କୁ ନିର୍ବାଚନ ସମ୍ପର୍କରେ ଧମକ,ଚାପ ସହ ଭୟଭୀତ କରୁଛନ୍ତି। ଏହି ଘଟଣାର ନିରପେକ୍ଷ ଯାଞ୍ଚ ସହ ଉକ୍ତ ମହାବିଦ୍ୟାଳୟ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀମାନେ ନିବେଦନ କରିଛନ୍ତି ।

2 weeks ago
6


