Steelco Furniture: ଭୁବନେଶ୍ଵରରେ ଷ୍ଟିଲକୋ ଫର୍ଣିଚର, ଏକ୍ସ ଆର୍ମିଙ୍କ ପାଇଁ ସ୍ବତନ୍ତ୍ର ରିହାତି

1 week ago 3
ARTICLE AD BOX

ଭୁବନେଶ୍ବର: ଓଡ଼ିଶାର ସବୁଠାରୁ ନିର୍ଭରଯୋଗ୍ୟ ଓ ସର୍ବ ବୃହତ ବିଳାସପୂର୍ଣ୍ଣ ଫର୍ନିଚର ସୋ' ରୁମ୍ ‘ଷ୍ଟିଲକୋ ଫର୍ନିଚର’ ଏବେ ଏହାର ପ୍ରମୁଖ ଫର୍ନିଚର ଷ୍ଟୋର ସ୍ଥାନୀୟ ସତ୍ୟବିହାର ଛକ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଓଲିଉଡ଼ ଅଭିନେତ୍ରୀ ଶିବାନୀ ସଙ୍ଗୀତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେl ସମ୍ମାନିତ ଅତିଥି ଭାବେ ମିସେସ୍ ଗ୍ଲାମରସ୍, ମିସେସ୍ ଇଣ୍ଡିଆ ଏମ୍ପ୍ରେସ୍ ଅଫ ଦ ନେସନ୍ ୨୦୨୬ର ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା ହନି ଏସ୍‌  ସିଂ ଯୋଗଦେଇଥିଲେl ତାଙ୍କ ସହିତ ଭାରତ ଟ୍ରେଡିଂ କମ୍ପାନିର ମ୍ୟାନେଜିଂ ଡାଇରେକ୍ଟର ଷ୍ଟିଲକୋ ରିଶି ବଜାଜ, ଡାଇରେକ୍ଟର ବିନାୟକ ଅଗ୍ରୱାଲ, ହରି ଗ୍ରୁପର ମାଲିକ  ସଂଗ୍ରାମ ଦାସ, ଏ.ଏମ .ଏସ.ବି ଇନ୍ଫ୍ରା ବିଲଡର ଆଶୀଷ ମହାନ୍ତି, ଆରିଷ୍ଟ୍ରୋ ଉୟରର ମାଲିକ ବି କେ.ସାହୁ, ରାଜୀବ ଲୋଚନ ପାଢ଼ୀ (ଓସେନୋଭା ଏକ୍ସପୋର୍ଟ୍ସର ସି.ଓ.ଓ), କର୍ଣ୍ଣେଲ ସୁମିତା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।  

WhatsApp Image 2026-08-20 at 16.02.08

ଇଟା, ବାଲି, ଚିପ୍ସ, ଲୁହା ଛଡ଼ରେ ଘର ତିଆରି ହୁଏ ସତ ହେଲେ ଘରକୁ ଆରାମଦାୟକ, ସୁନ୍ଦର ଓ ବ୍ୟବହାରପଯୋଗୀ କରିବା ପାଇଁ ଫର୍ନିଚରର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ତେଣୁ ପ୍ରତ୍ୟେକ ଘରର ପରିବେଶକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଥିବା ପ୍ରିମିୟମ୍ ଫର୍ନିଚରଗୁଡ଼ିକୁ ଗ୍ରାହକ ଗୋଟିଏ ଛାତ ତଳେ ପାଇବା ପାଇଁ ଏ ସୁଯୋଗ ଯୋଗାଇଛି ଭାରତ ଟ୍ରେଡ଼ିଂ କମ୍ପାନିl ଭୁବନେଶ୍ୱରରେ ଅନେକ ଫର୍ନିଚର ସୋ' ରୁମ୍ ରହିଛି ତେବେ ଏହା ଅନ୍ୟଠୁ ସ୍ୱତନ୍ତ୍ର ବୋଲି ଷ୍ଟିଲକୋ ଫର୍ନିଚରର ମାଲିକ ଭରତ ମେହେତା ଏବଂ ଅବସରପ୍ରାପ୍ତ ବ୍ରିଗେଡ଼ିଅର ଅଜୟ ଦାସ ମତ ଦେଇଛନ୍ତି। ପ୍ରତ୍ୟେକ ଫର୍ନିଚର ଉପରେ ସ୍ୱତନ୍ତ୍ର ରିହାତି ସହିତ ବଜାଜ ଫାଇନାନ୍ସ ମାଧ୍ୟମରେ ସହଜ କିସ୍ତିରେ ଋଣ ମଧ୍ୟ ଉପଲବ୍ଧ ରହିଛି। 

ଜିଏସଟି ଫାଙ୍କି ଅଭିଯୋଗ, ଫର୍ଣ୍ଣିଚର ଦୋକାନରେ ଚଢ଼ାଉ

ବିଶେଷ ଭାବରେ ଅବସରପ୍ରାପ୍ତ ଭାରତୀୟ ପ୍ରତିରକ୍ଷା ବାହିନୀମାନଙ୍କ ପାଇଁ ସ୍ୱତନ୍ତ୍ର ରିହାତି ରହିଛିl ଗ୍ରାହକଙ୍କ ମନଲାଖି ଡିଜାଇନ୍ ଅନୁସାରେ କଷ୍ଟମାଇଜେସନ୍ ମଧ୍ୟ କରାଯାଉଛି। ଟ୍ୱିନ୍ ସିଟିର ମଧ୍ୟ ଭାଗରେ ରାଜରାସ୍ତା କଡ଼ରେ ଷ୍ଟିଲକୋ ଫର୍ନିଚର ଶୋ' ରୁମ୍ ରହିଛି ତେଣୁ ସମସ୍ତ ଗ୍ରାହକ ସହଜ ଏବଂ ସୁବିଧାରେ ପହଞ୍ଚି ପାରିବେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.