Student Council Selection Dispute ମା’ ମାର୍କମା ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ: ମନୋନୟନ ପ୍ରକ୍ରିୟାକୁ ନେଇ ବିଜ୍ଞାନ ଓ କଳା ଛାତ୍ରଛାତ୍ରୀ ମୁହାଁମୁହିଁ

2 weeks ago 6
ARTICLE AD BOX

ନିର୍ବାଚନ ପ୍ରକ୍ରୀୟାରେ ବାଧା ସୃଷ୍ଟି କରିଲେ କାର୍ଯ୍ୟାନୁଷ୍ଠାନ ହେବ-ଉପଜିଲ୍ଲାପାଳ

ରାୟଗଡା:ରାୟଗଡ଼ାଜିଲ୍ଲା ବିଷମକଟକ ବ୍ଲକ ମହକୁମା ସ୍ଥିତ ମା’ ମାର୍କମା ଯୁକ୍ତ ତିନି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବଦଳରେ ମନୋନୟନ ପ୍ରକ୍ରିୟାକୁ ନେଇ ଏକ ଛାତ୍ରଗୋଷ୍ଠୀ ବିରୋଧ କରିଛନ୍ତି। ମନୋୟନ ପ୍ରକ୍ରିୟାରେ କର୍ମକର୍ତ୍ତାଙ୍କ ଚୟନରେ ଅନିୟମିତତା ହୋଇଥିବା ନେଇ କଳା ବିଭାଗର ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି। ଅପରପକ୍ଷରେ, ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ କୌଣସି ଅନିୟମିତତା ହୋଇନଥିବା ଓ ବିଶୃଙ୍ଖଳା ନିମନ୍ତେ କଳା ଛାତ୍ରଛାତ୍ରୀ ଏଭଳି ବିରୋଧ କାର୍ଯ୍ୟକ୍ରମ କରୁଥିବା ଅଭିଯୋଗ କରିଛନ୍ତି। 

Youth Stabbed: ଉମରକୋଟ କଲେଜ ନିର୍ବାଚନ ପୂର୍ବରୁ ଗୋଷ୍ଠୀ ସଂଘର୍ଷ: ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ
ରାଜ୍ୟ ସରକାରଙ୍କ ନିୟମାନୁସାରେ,  ଯେଉଁ ମହାବିଦ୍ୟାଳୟ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି, ସେଠାରେ ଚୟନ ପକ୍ରିୟା ମାଧ୍ୟମରେ ଛାତ୍ର ସଂସଦ କର୍ମକର୍ତ୍ତା ମନୋନୀତ ହେବେ।  ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ୯ତାରିଖ ବିଷମକଟକ ମା’ ମାର୍କମା ଯୁକ୍ତ ତିନି ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ସମସ୍ଥଙ୍କ ଉପସ୍ଥିତିରେ ନିଜ ନିଜର ନେତା ଚୟନ କରିଥିଲେ  । ଯୁକ୍ତ ତିନି କଳା ଏବଂ ବିଜ୍ଞାନରେ ସର୍ବମୋଟ ୧୦ଟି ବିଭାଗ ରହିଥିବା ବେଳେ ପ୍ରତ୍ୟେକ ବିଭାଗରୁ ୩ଜଣ ଛାତ୍ର ନେତାଙ୍କୁ ଚୟନ କରାଯାଇଥିଲା ଏହି ଛାତ୍ର ନେତା ମାନେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସାଇନସ୍ ସୋସାଇଟି ସମ୍ପାଦକ, ଡ୍ରାମାଟିକ୍ ସମ୍ପାଦକ, ସହ ସମ୍ପାଦକ ,କ୍ରୀଡ଼ା ସମ୍ପାଦକ ଏବଂ ସହ ସମ୍ପାଦକଙ୍କୁ ଚୟନ କରିଥିଲେ। ଚୟନ ହୋଇଥିବା ନେତାମାନଙ୍କ ନାମ ଆସନ୍ତା ୧୫ତାରିଖ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯିବ ଏବଂ ୧୬ ତାରିଖରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। 

College election: ଭଦ୍ରକ ମହିଳା କଲେଜ, ଭଣ୍ଡାରିପୋଖରୀ ନାଆମି କଲେଜ ନିର୍ବାଚନ ବାତିଲ
ଚୟନ ପ୍ରକିୟା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ଡ. ଅଶ୍ୱିନୀ କୁମାର ପଣ୍ଡା ଘୋଷଣା କରିଥିଲେ। 
ଘୋଷଣା ପରେ, ଆଜି (ସୋମବାର) ଶତାଧିକ କଳା ଛାତ୍ର ମହାବିଦ୍ୟାଳୟ ପରିସରରେ ପୂର୍ବାହ୍‌ଣ ୧୦ଟାରୁ ଅପରାହ୍ନ ୩ଟା ଯାଏଁ ଧାରଣା ଦେଇଥିଲେ। ଧାରଣା ଦେଇଥିବା ଛାତ୍ରଛାତ୍ରୀମାନେ ଅଭି‌ଯୋଗ କରିଛନ୍ତି, ଏଯାଏଁ  ପ୍ରଶାସନ କିମ୍ବା କଲେଜ୍ କର୍ତ୍ତୃପକ୍ଷ ଆମ ସହ ଆଲୋଚନା କରିନାହାନ୍ତି। ସଭାପତି ପଦବି ନିମନ୍ତେ ଆଶାୟୀ କଳା ବିଭାଗର ଛାତ୍ର ବିକାଶ ପ୍ରାସ୍କା କହିଛନ୍ତି, ଯଦି ଆସନ୍ତା କାଲି ସୁଧା ଆଲୋଚନା କରାଯାଇ ପୁଣି ମନୋନୟନ କରାନଯାଏ ତେବେ‌ ମହାବିଦ୍ୟାଳୟରେ ତାଲା ପକାଇ ଧାରଣା ଦେବେ। କଳା ବଭାଗ ଛାତ୍ରୀ ମୋନାଲିସା ସାହୁ ଅଭିଯୋଗ କହିଛନ୍ତି, ମନୋନୟନ ବେଳେ କଲେଜ କର୍ତୃପକ୍ଷ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକତା ଦେଇଥିବା ବ‌େଳେ  କଳା ଛାତ୍ର ଛାତ୍ରୀଙ୍କୁ ଅଣଦେଖା କରିଛନ୍ତି।   

କଲେଜରେ ଛାତ୍ର ସଂସଦ ନିର୍ବାଚନ: ନାମାଙ୍କନ ଶେଷ
ଅନ୍ୟପକ୍ଷରେ, ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ବିଜ୍ଞାନ ଛାତ୍ର ରାଜକୁମାର ଶବର ସୂଚନା ଦେଇ କହିଛନ୍ତି  । ଏନେଇ ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲଙ୍କୁ ଗଣମାଧ୍ୟମ ଯୋଗଯୋଗ କରିବାରୁ ଏନେଇ ତଦନ୍ତ ଚାଲିଛି, ଆଇନ ଅନୁସାରେ ଯାହା ଅଛି ହେବ, ଯଦି କେହି ଛାତ୍ର ଛାତ୍ରୀଙ୍କୁ ପରୋଚନା କରୁଥିବ କିମ୍ବା ତାଲା ପକାଇବା ଭଳି  ଘଟଣା ସାମ୍ନାକୁ ଆସିଲେ ସେମାନଙ୍କ ବିରୋଧରେ ଆଇନାନୁସାରେ ପଦକ୍ଷେପ ଗ୍ରହଣ କରାଯିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.