ARTICLE AD BOX
ସୋର: ସ୍କୁଲ ଯିବା ପାଇଁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ସୋର ଥାନା ମାନତ୍ରୀ ପଂଚାୟତ ବଗଦା ଗ୍ରାମର ସଞ୍ଜିତା ଦାସ(୧୨) ମାନତ୍ରୀ ମଧ୍ୟ ଇଂରାଜୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢନ୍ତି । ଆଜି ସକାଳେ ଟିଉସନରୁ ଫେରି ସ୍କୁଲ ଯିବା ପାଇଁ ଗାଧୋଇବାକୁ ଘର ନିକଟରେ ଥିବା ଏକ ପୋଖରୀକୁ ଯାଇଥିଲେ, ମାତ୍ର ଦୀର୍ଘ ସମୟ ଧରି ସେଠାରୁ ନ ଫେରିବାରୁ ପରିବାର ଲୋକେ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଉକ୍ତ ପୋଖରୀରୁ ସଞ୍ଜିତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଥିଲେ। ସୋର ପୁଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Dead Body: ପେଟ୍ରୋଲ ପମ୍ପ ପଛ ଚାଷ ଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

1 month ago
11


