Student: ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

5 days ago 3
ARTICLE AD BOX

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।ତୋୟାପୁଟ ଗାଁର ଛାତ୍ରୀ ଜଣକ ଗତକାଲି ଘରୁ କଲେଜ ଡ୍ରେସ ପିନ୍ଧି ପରିବାର ଲୋକଙ୍କୁ କଲେଜ ଯାଉଛି କହି ବାହାରିଥିଲା, କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲା, ଏପରିକି ରାତିରେ ମଧ୍ୟ ଆଉ ଘରକୁ ଫେରି ନଥିଲା। 

ହତ୍ୟା ନା ଆତ୍ମହତ୍ୟା 

ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିବା ପରେ ଗାଁ ନିକଟସ୍ଥ ଏକ ଭାଲିଆ ବାଡ଼ରେ ଥିବା ଏକ ଚାକୁଣ୍ଡା ଗଛରେ ନିଜେ ପିନ୍ଧିଥିବା ଏକ ଓଢଣୀରେ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏ ପର୍ଯ୍ୟନ୍ତ ପହଂଚି ନାହିଁ। ୧୭ ବର୍ଷୀୟା ନାବାଳିକା ଝିଅଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ଓ ଏହାର କାରଣ କଣ ତାହା ତଦନ୍ତ ପରେ ହିଁ ଜଣା ପଡିବ।

Minor: ଜରି ବସ୍ତାରୁ ମିଳିଲା ନାବାଳକଙ୍କ ମୃତଦେହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.