Students Death: ସମୁଦ୍ରରେ ଭାସିଯାଇ ୩ ନବମ ଶ୍ରେଣୀ ଛାତ୍ର ମୃତ

3 weeks ago 5
ARTICLE AD BOX

ବିଶାଖାପାଟଣା:ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରୁଷିକୋଣ୍ଡା ବେଳାଭୂମିରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ସମୁଦ୍ରର ପ୍ରବଳ ଲହଡ଼ିରେ ଭାସିଯାଇ ୩ ଜଣ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍କୁଲ ଛୁଟି ଥିବାରୁ ଏହି ଛାତ୍ରମାନେ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଯାଇଛି। ମୃତ ଛାତ୍ରମାନେ ହେଲେ ମଧୁରୱାଡା ଅଞ୍ଚଳର ପିଲ୍ଲା ପ୍ରଶାନ୍ତ, ସତ୍ତାରୁଭୁ ସୂର୍ଯ୍ୟପ୍ରକାଶ ଓ ସବବାବରପୁ ରିତେଶ (ସମସ୍ତଙ୍କ ବୟସ ପ୍ରାୟ ୧୪ ବର୍ଷ)।

ବିଶାଳ ସମୁଦ୍ର ଲହଡ଼ି ଟାଣି ନେଇଥିଲା

ପୁଲିସର ସୂଚନାନୁସାରେ, ମଧୁରୱାଡାର ଏକ ବେସରକାରୀ ସ୍କୁଲରେ ପଢ଼ୁଥିବା ୬ ଜଣ ଛାତ୍ର ଅପରାହ୍ନ ପ୍ରାୟ ୩ଟା ସମୟରେ ରୁଷିକୋଣ୍ଡା ନିକଟସ୍ଥ ଭୀମିଲି ବିଚ୍ ରୋଡରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ସମୁଦ୍ର ଭିତରକୁ ଗାଧୋଇବାକୁ ଓହ୍ଲାଇଥିବା ବେଳେ ଅନ୍ୟ ୨ ଜଣ କୂଳରେ ଠିଆ ହୋଇଥିଲେ। ଗୋଡ଼ ବୁଡ଼ୁଥିବା ପାଣିରେ ଠିଆ ହୋଇଥିବା ସମୟରେ ହଠାତ୍ ଏକ ବିଶାଳ ସମୁଦ୍ର ଲହଡ଼ି ଆସି ସେମାନଙ୍କୁ ଟାଣି ନେଇଥିଲା। ହେମନ୍ତ ନାମକ ଜଣେ ଛାତ୍ର କୌଣସି ମତେ କୂଳକୁ ଫେରିବାରେ ସଫଳ ହୋଇଥିବା ବେଳେ ପ୍ରଶାନ୍ତ, ସୂର୍ଯ୍ୟପ୍ରକାଶ ଓ ରିତେଶ ଗଭୀର ପାଣିକୁ ଭାସିଯାଇଥିଲେ।

Flydubai Attack: ଫ୍ଲାଏଦୁବାଇର ଆକ୍ରମଣକାରୀ ଓମାନୀ ପାଇଲଟ ହମାମ୍‌ଙ୍କ ଅଲ୍-କାଏଦା ଲିଙ୍କ୍‌ର ପର୍ଦ୍ଦାଫାସ୍

ଘଟଣାର ଖବର ପାଇବା ପରେ ବିଶାଖାପାଟଣା ସିଟି ପୁଲିସ କମିଶନର ଶଙ୍ଖବ୍ରତ ବାଗଚୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଭାରତୀୟ କୋଷ୍ଟଗାର୍ଡର ହେଲିକପ୍ଟର, ମେରାଇନ୍ ପୁଲିସ, ସ୍ଥାନୀୟ ପୁଲିସ, ଲାଇଫଗାର୍ଡ ଏବଂ ମତ୍ସ୍ୟଜୀବୀମାନଙ୍କୁ ନେଇ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ପ୍ରଶାନ୍ତଙ୍କ ଶବ ସମୁଦ୍ରରୁ ଉଦ୍ଧାର କରାଯାଇଥିବା ବେଳେ ଶୁକ୍ରବାର ସକାଳେ ଅନ୍ୟ ଦୁଇ ଛାତ୍ର ସୂର୍ଯ୍ୟପ୍ରକାଶ ଓ ରିତେଶଙ୍କ ମୃତଦେହ କୂଳକୁ ଭାସି ଆସିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.