ARTICLE AD BOX
ନୀଳଗିରି(ଲୋକନାଥ ଦଳେଇ): ଆଜି ଛୁଟି ଥିବାରୁ ୩ଛାତ୍ର ବ୍ଲୁ ଲେକ୍ରେ ସେଲଫି ନେବା ବେଳେ ଅଥଳ ଜଳରେ ୨ ଛାତ୍ର ବୁଡ଼ି ନିଖୋଜ ଥିବା ବେଳେ ଜଣେ ଛାତ୍ର ଅଳ୍ପକେ ବଞ୍ଚି ଯାଇଛନ୍ତି। ଘଟଣା ସ୍ଥଳରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ପହଞ୍ଚିଥିବା ବେଳେ ଅଗ୍ନିଶମ ବିଭାଗ ଅଥଳ ଜଳ ମଧ୍ୟରେ ନିଖୋଜ ଛାତ୍ରଙ୍କୁ ଖୋଜୁଥିବା ଜଣାପଡିଛି।
ଭଡା ଘରେ ରହି ପାଠ ପଢ଼ୁଥିଲେ
ସୂଚନାଯୋଗ୍ୟ ମୟୁରଭଞ୍ଜ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତକତପୁର ଗାଁ ଅଜିତ ପାତ୍ରଙ୍କ ପୁତ୍ର ଭବିଷ୍ୟ ପାତ୍ର(୧୬)ଏଫଏମ କଲେଜ+୨ବାଣିଜ୍ୟ ଛାତ୍ର ମେସ ରହି ପାଠ ପଢୁଛନ୍ତି। ସେପରି ଭଦ୍ରକ ଜିଲ୍ଲା ଟାଉନ ଥାନା ଅପ୍ରତିବିନ୍ଧା ଗ୍ରାମର ଅଂଶୁମାନ ପାତ୍ର ବାପା ମାଙ୍କ ସହ ବାଲେଶ୍ଵରରେ ରହି ଏଫଏମ କଲେଜରେ +୨ବାଣିଜ୍ୟ ପଢ଼ୁଛନ୍ତି। ଅପରପକ୍ଷରେ କେନ୍ଦୁଝର ଜିଲ୍ଲା ଶୋଷ ଥାନା ଅନ୍ତର୍ଗତ ହାତୁରୀ କଣା ଗ୍ରାମର ଅର୍ଜୁନ ନାୟକଙ୍କ ପୁତ୍ର ରୋଶନ ନାୟକ(୧୬)ରେମୁଣା କଲେଜ+୨ବିଜ୍ଞାନ ଛାତ୍ର। ସେ ବାଲେଶ୍ଵର ସହର ସ୍ଥିତ ତାରିଣୀ ଛକ ନିକଟରେ ଏକ ଭଡା ଘରେ ରହି ପାଠ ପଢ଼ୁଥିଲେ।
Flood: ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରାଜ୍ୟ ସରକାର
ଆଜିକଲେଜ ଛୁଟି ଥିବାରୁ ୩ଜଣ ସାଙ୍ଗ ପୂର୍ବାହ୍ନ ୧୦ଟା ସମୟ ଏକ ମଟର ସାଇକେଲରେ ନୀଳଗିରି ଥାନା ଅନ୍ତର୍ଗତ ମଛୁଆ ଗାଁରେ ଥିବା ବ୍ଲୁ ଲେଗକୁ ବୁଲିବାକୁ ଆସିଥିଲେ। ବ୍ଲୁ ଲେଗ ଘାଟ ନିକଟରେ ଥିବା ଏକ ନିମ୍ବ ଗଛ ଉପରେ ଚଡି ଭବିଷ୍ୟ ଓ ଅଂଶୁମାନ ଛିଡା ସେଲଫ ନେଉଥିବା ବେଳେ ଅଥଳ ଜଳରେ ବୁଡି ଯାଇଥିଲେ। ନିକଟରେ ଥିବା ରୋଶନ ଏହା ଦେଖି ୨ସାଙ୍ଗକୁ ବଞ୍ଚାଇ ବାକୁ ଯେତେ ଚେଷ୍ଟାକରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ଏହି ଖବର ପ୍ରଚାରିତ ହେବା କ୍ଷଣି ଲୋକ ରୁଣ୍ଡ ହୋଇଯାଇଥିଲେ। ଅପରପକ୍ଷରେ ଅଗ୍ନି ଶମବିଭାଗ ପହଁଚି ନିଖୋଜ ଛାତ୍ରଙ୍କୁ ଖୋଜୁଛି। ଅପରପକ୍ଷରେ ଅଳ୍ପେକେ ବଂଚିଯାଇଥିବା ଛାତ୍ର ରୋଶନ ନାୟକକୁ ନୀଳଗିରି ଥାନା ଆଣି ପଚରା ଉଚରା ଚାଲିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ଛାତ୍ରଙ୍କୁ ଅଗ୍ନି ଶମ ବିଭାଗ ଖୋଜୁଥିବା ବେଳେ ପୁଲିସ ଉପସ୍ଥିତ ରହି ଥିବା ଜଣାପଡିଛି।

5 days ago
3


