Supreme Court: ଆରାବଳୀ କମିଟିକୁ ଅଧିକ ସମୟ ଦେଲେନି ସୁପ୍ରିମ୍‌କୋର୍ଟ

40 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଆରାବଳୀ ପାହାଡ଼ର ପରିଭାଷା ଓ ସୁରକ୍ଷା ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ଉଚ୍ଚ-କ୍ଷମତାପ୍ରାପ୍ତ କମିଟିକୁ ଆଉ ୬ ମାସ ସମୟ ଦେବାକୁ ସୁପ୍ରିମ୍‌କୋର୍ଟମନା କରିଦେଇଛନ୍ତି। କମିଟି ଫେବ୍ରୁଆରି ୨୮, ୨୦୨୭ ପର୍ଯ୍ୟନ୍ତ ସମୟ ମାଗିଥିଲା। ତେବେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ନଭେମ୍ବର ୩୦ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢନ୍ତୁ :ABVP Protest ରାଇରଙ୍ଗପୁର କଲେଜରେ ବିଭିନ୍ନ ସମସ୍ୟା ନେଇ ଏବିଭିପିର ଧାରଣା, ୧୫ ଦିନରେ ସମାଧାନ ପ୍ରତିଶ୍ରୁତି

କମିଟିର ଅଧିକ ସମୟ ଦେବା ଅନୁରୋଧରେ ଅସନ୍ତୋଷ ପ୍ରକାଶ କରି ପ୍ରଧାନ ବିଚାରପତି କହିଥିଲେ, କମିଟି ଯେପରି ତାଙ୍କ ଅବସରକୁ ଅପେକ୍ଷା କରୁଛି। ଜଷ୍ଟିସ ସୂର୍ଯ୍ୟକାନ୍ତ ୯ ଫେବ୍ରୁଆରି ୨୦୨୭ରେ ଅବସର ନେବେ। ଖଣ୍ଡପୀଠ କହିଛନ୍ତି, କମିଟି ଆବଶ୍ୟକ ହେଲେ ଦିନରାତି କାମ କରି ରିପୋର୍ଟ ଦେଉ। ନିର୍ଦ୍ଧାରିତ ସମୟରେ ରିପୋର୍ଟ ଦେଇ ନ ପାରିଲେ ନୂଆ କମିଟି ଗଠନ କରାଯିବ। ଏହାପରେ ଆଉ ସମୟ ବଢ଼ାଯିବ ନାହିଁ ବୋଲି ମଧ୍ୟ ଅଦାଲତ ସ୍ପଷ୍ଟ କରିଛନ୍ତି। କମିଟିକୁ ରାଜସ୍ଥାନ ଓ ଗୁଜରାଟର ଆଦିବାସୀ ସମୁଦାୟ ସମେତ ସମସ୍ତ ପକ୍ଷଙ୍କ ମତ ଶୁଣିବାକୁ କୁହାଯାଇଛି। ତୁରନ୍ତ ଫଇସଲା ଆବଶ୍ୟକ ଥିବା କୌଣସି ପ୍ରସଙ୍ଗରେ କମିଟି ପୃଥକ୍‌ ଅନ୍ତରୀଣ ରିପୋର୍ଟ ଦେଇପାରିବ।

ଆହୁରି ପଢନ୍ତୁ :Chandua Artisans ୧୫୦ ଚାନ୍ଦୁଆ ହସ୍ତଶିଳ୍ପୀଙ୍କୁ ଉପକରଣ ପ୍ରଦାନ


ଆରାବଳୀର ପରିଭାଷାକୁ ନେଇ ବିବାଦ ପରେ ସୁପ୍ରିମ୍‌କୋର୍ଟ ୨୦୨୫ ଡିସେମ୍ବରରେ ସ୍ୱତଃସ୍ଫୂର୍ତ୍ତ ଭାବେ ମାମଲା ଗ୍ରହଣ କରିଥିଲେ। ଏହା ପୂର୍ବରୁ ୨୦୨୫ ନଭେମ୍ବର ୨୦ର ରାୟରେ ୧୦୦ ମିଟର କିମ୍ବା ତା’ଠାରୁ ଅଧିକ ସ୍ଥାନୀୟ ଉଚ୍ଚତା ଥିବା ଭୂଭାଗକୁ ଆରାବଳୀ ପାହାଡ଼ ଏବଂ ଏଭଳି ଦୁଇ କିମ୍ବା ଅଧିକ ପାହାଡ଼ ୫୦୦ ମିଟର ମଧ୍ୟରେ ଥିଲେ ତାହାକୁ ଆରାବଳୀ ରେଞ୍ଜ ଭାବେ ପରିଭାଷିତ କରାଯାଇଥିଲା। ଏହି ରାୟକୁ ନେଇ ପରିବେଶବିତ୍‌ଙ୍କ ଆପତ୍ତି ପରେ ୨୦୨୫ ଡିସେମ୍ବର ୨୯ରେ ସୁପ୍ରିମ୍‌କୋର୍ଟ ଏହାକୁ ସ୍ଥଗିତ ରଖିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.