The book: ‘ରାଜୀବ ପ୍ରଧାନମନ୍ତ୍ରୀ ହୁଅନ୍ତୁ ମୁଁ ଚାହୁନଥିଲି’: ନଭେମ୍ବର ୧୦ରେ ବଜାରକୁ ଆସିବ ପୁସ୍ତକ

46 minutes ago 1
ARTICLE AD BOX

ନୂଆଦିଲ୍ଲୀ: ସ୍ୱାମୀ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ସପକ୍ଷରେ ସେ ଆଦୌ ନଥିଲେ ବୋଲି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ନିଜର ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍’ ସମ୍ପର୍କରେ ଆଲୋଚନା କରିବା ଅବସରରେ ସେ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏହି ପୁସ୍ତକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଉପସ୍ଥାପିତ ହୋଇଥିବାରୁ ଏହାକୁ ନେଇ ଏକ ବଡ଼  ହଙ୍ଗାମା ସୃଷ୍ଟି ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ମଙ୍ଗଳବାର ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜାରି ଏକ ଭିଡିଓରେ ସୋନିଆ କହିଛନ୍ତି ଯେ, ଯେତେବେଳେ ମୋ ସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ କୁହାଯାଇଥିଲା, ମୁଁ ତାର ସମ୍ପୂର୍ଣ୍ଣ ବିରୋଧରେ ଥିଲି।

Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା

ଏହି ସ୍ମୃତିଚାରଣ ପୁସ୍ତକ ଲେଖିବାର କାରଣ ସ୍ପଷ୍ଟ କରି ସେ କହିଛନ୍ତି ଯେ, ଏହି ବହି ତାଙ୍କୁ ବିଭିନ୍ନ ଘଟଣାବଳୀକୁ ନିଜ ଦୃଷ୍ଟିକୋଣରୁ ଲିପିବଦ୍ଧ କରିବାର ଏକ ସୁଯୋଗ ଦେଇଛି। ଏହାଦ୍ୱାରା କିଛି ଲୋକଙ୍କର ମୋ ପ୍ରତି ଥିବା ଚିନ୍ତାଧାରା ବଦଳିପାରେ ଏବଂ କିଛି ଲୋକଙ୍କ ଧାରଣା ଅଧିକ ଖରାପ ମଧ୍ୟ ହୋଇପାରେ, ମାତ୍ର ସାଧାରଣ ଜୀବନରେ କିମ୍ବା ବହି ଲେଖିବା ସମୟରେ ଏଭଳି ହେବା ସ୍ୱାଭାବିକ। ଏହାକୁ ନେଇ ଏକ ହଙ୍ଗାମା ନିଶ୍ଚିତ ଭାବେ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଆସନ୍ତା ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବାକୁ ଥିବା ଏହି ପୁସ୍ତକରେ ଇଟାଲୀରେ ବିତିଥିବା ତାଙ୍କ ପିଲାଦିନ ଠାରୁ ଆରମ୍ଭ କରି ଭାରତୀୟ ରାଜନୀତିର କେନ୍ଦ୍ରବିନ୍ଦୁ ସାଜିବା ପର୍ଯ୍ୟନ୍ତ ଅନେକ ଦଶନ୍ଧିର ଯାତ୍ରା ସ୍ଥାନ ପାଇଛି, ଯାହା ଅତ୍ୟନ୍ତ ସମ୍ବେଦନଶୀଳ ରାଜନୈତିକ ପୃଷ୍ଠଭୂମିକୁ ଉନ୍ମୋଚିତ କରୁଛି।

ବହିକୁ ନେଇ ହଙ୍ଗାମା ହେବ କହିଲେ ସୋନିଆ ଗାନ୍ଧୀ
ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶନ ପୂର୍ବରୁ ବଡ଼ ଖୁଲାସା 
ନଭେମ୍ବର ୧୦ରେ ବଜାରକୁ ଆସିବ ପୁସ୍ତକ

ଏହି ପୁସ୍ତକରେ ନେହରୁ-ଗାନ୍ଧୀ ପରିବାରର ଅନେକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, ରାଜୀବ ଗାନ୍ଧୀଙ୍କ ରାଜନୀତିରେ ପ୍ରବେଶ, ପରିବାରକୁ ଦୋହଲାଇ ଦେଇଥିବା ବିଭିନ୍ନ ଦୁଃଖଦ ଘଟଣା ଏବଂ ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟର ବିଜୟ ପରେ ମଧ୍ୟ ସୋନିଆଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ପଦ ପ୍ରତ୍ୟାଖ୍ୟାନ କରାଯିବାର ନିଷ୍ପତ୍ତି ଆଦି ସ୍ଥାନ ପାଇଛି। ନିକଟରେ ଅକ୍ଟୋବର ୨୨ ତାରିଖରେ ସୋନିଆ ଗାନ୍ଧୀ ଇନ୍‌ଷ୍ଟାଗ୍ରାମ ଏବଂ ଏକ୍ସ ପ୍ଲାଟଫର୍ମରେ ପଦାର୍ପଣ କରିଥିବା ବେଳେ ଏବେ ନିଜ ପୁସ୍ତକକୁ ନେଇ ଭିଡିଓ ସେୟାର କରିଛନ୍ତି। ପୂର୍ବରୁ କଂଗ୍ରେସ ଦଳର ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ନିଜର ବାର୍ତ୍ତା ଓ ବିବୃତି ଜାରି କରୁଥିବା ସୋନିଆ ପ୍ରଥମ ଥର ପାଇଁ ନିଜର ବ୍ୟକ୍ତିଗତ ଆକାଉଣ୍ଟ ବ୍ୟବହାର କରିଛନ୍ତି। 

Jio: ଜିଓ ପ୍ଲାଟଫର୍ମସ୍‌ର ଲିଷ୍ଟିଂ ଆଜି

ସୋନିଆ ନିଜ ପୁସ୍ତକକୁ ‘ଭଲପାଇବା, କର୍ତ୍ତବ୍ୟ, ହରାଇବାର ଦୁଃଖ ଏବଂ ନିଜ ପାଇଁ ଏକ ସ୍ଥାନ ଖୋଜିବା’ର କାହାଣୀ ବୋଲି ବର୍ଣ୍ଣନା କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଇଟାଲୀର ଭେନେଟୋରେ ବିତିଥିବା ତାଙ୍କ ପିଲାଦିନ, ଏହାପରେ କେମ୍ବ୍ରିଜ୍‌ ଯାତ୍ରା ଏବଂ ୧୯୬୫ ମସିହାରେ ସେଠାରେ ରାଜୀବ ଗାନ୍ଧୀଙ୍କ ସହ ସାକ୍ଷାତ ଆଦି ବିଷୟରୁ ଏହି ବହିର ଆରମ୍ଭ ହୋଇଛି। ଏହାସହିତ ସେମାନଙ୍କର ବିବାହ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ସାକ୍ଷାତ ଏବଂ ଭାରତୀୟ ଜୀବନଶୈଳୀ ସହ ନିଜକୁ ଖାପଖୁଆଇବା ପ୍ରକ୍ରିୟା ଏଥିରେ ସ୍ଥାନ ପାଇଛି। ଗାନ୍ଧୀ ପରିବାରକୁ ମର୍ମାହତ କରିଥିବା ସଞ୍ଜୟ ଗାନ୍ଧୀଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ, ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ଭଳି ଦୁଃଖଦ ଘଟଣାକୁ ମଧ୍ୟ ଏଥିରେ ଦର୍ଶାଯାଇଛି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.