ARTICLE AD BOX
ଯାଜପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଏବେକାର ଏନ୍ସି ଅଟୋନୋମସ୍ କଲେଜ୍। ଯାଜପୁରଜିଲ୍ଲା ସମେତ କେନ୍ଦ୍ରାପଡ଼ା, ଭଦ୍ରକ ଓ ଅନ୍ୟ ପଡ଼ୋଶୀ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଏଠାରେ ଶିକ୍ଷାଲାଭ କରି ନିଜ ଭବିଷ୍ୟତ ଗଢ଼ିଛନ୍ତି। ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ଆସିଥିବା ଏହି କଲେଜ ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜ ପ୍ରତିଷ୍ଠା ବଜାୟ ରଖିଛି। ମଝିରେ ଏହା ସ୍ବୟଂଶାସିତ ମାନ୍ୟତା ମଧ୍ୟ ହରାଇଥିଲା। ପରେ ଏହି ମାନ୍ୟତା ଫେରି ପାଇଥିଲେ ମଧ୍ୟ ସରକାରୀ ଭାବେ ଅବହେଳାର ଶିକାର ହୋଇଆସୁଥିବା ଅଭିଯୋଗ ହୋଇଛି। ଏବେ ଏଠାରେ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। ସେହିପରି ସେଲ୍ଫ ଫାଇନାନ୍ସ କୋର୍ସ ମଧ୍ୟ। ଏଠାରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି। ତେବେ ଏତେସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ମାତ୍ର ୭୨ ଅଧ୍ୟାପକ। ବର୍ତ୍ତମାନ ଏହି କଲେଜ୍ରେ ୩୦ଟି ଅଧ୍ୟାପକ ପଦବି ଖାଲି ପଡ଼ିଛି। ୧୫ରୁ ଅଧିକ କିରାଣି ଓ କର୍ମଚାରୀ ପଦବି ମଧ୍ୟ ଫାଙ୍କା ରହିଛି। ସୂଚନା ଅନୁସାରେ, ୯୧ଟି ଅଧ୍ୟାପକ ପଦବି ଥିବାବେଳେ ଅତିଥି ଅଧ୍ୟାପକଙ୍କୁ ମିଶାଇ ୭୨ ଜଣ କାର୍ଯ୍ୟରତ ଅଛନ୍ତି। ସେହିପରି ୭ କିରାଣି ପଦବିରୁ ୩ଟି ଓ ୧୧ଟି ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବିରୁ ୯ଟି ଖାଲି ପଡ଼ିଛି। ୩ ଜଣ ଅନ୍ୟ କର୍ମଚାରୀ ବି ନାହାନ୍ତି।
Education: ‘ଏନ୍ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ
ଏସବୁ ଭିତରେ ମଧ୍ୟ ଏହି କଲେଜ୍ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜ ସ୍ଥାନ ବଜାୟ ରଖିଛି। ଆମେରିକାରେ ଅବସ୍ଥାନ କରୁଥିବା ବୈଜ୍ଞାନିକ ସ୍ବର୍ଗତ ରାମଚନ୍ଦ୍ର ମହାନ୍ତି, ଶ୍ରମିକ ନେତା ମାୟାଧର ନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ରାଧାରମଣ ଦାସ, ଓଏଏସ୍ ରମେଶ ରାଉତ, ପୂର୍ବତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଶିଶିର ନାୟକ, ପୂର୍ବତନ ବିଧାୟକ ସ୍ବର୍ଗତ ଅର୍ଜୁନ ଦାସ ଓ ନାରାୟଣ ସାମନ୍ତଙ୍କ ସମେତ ଶତାଧିକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏଠାରୁ ଶିକ୍ଷାଲାଭ କରିଛନ୍ତି। ସେହିପରି ବହୁ ଛାତ୍ରଛାତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ ଆସୀନ ହୋଇଛନ୍ତି। ଏବେ ଏହି କଲେଜ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।
-ମନୋଜ କୁମାର ରାଉଳ
Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା
ପୁରାତନ ଛାତ୍ରଙ୍କ ମୁହଁରୁ
ପ୍ରାକ୍ ସ୍ବାଧୀନତା ସମୟର ଏହି ମହାବିଦ୍ୟାଳୟ ଏବେ ବିଶ୍ବବିଦ୍ୟାଳୟ ମାନ୍ୟତା ଅପେକ୍ଷାରେ ରହିଛି। ଏଠାରେ ଅଧ୍ୟାପକ ପଦବି ପୂରଣ ସହ ଶିକ୍ଷା ବ୍ୟବସ୍ଥା ସଜାଡ଼ିବା ଓ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ଲାଗି ଆମେ ଦାବି କରୁଛୁ।
-ସନ୍ତୋଷ ନନ୍ଦ, ପୁରାତନ ଛାତ୍ର
୧୯୪୬ର ଏହି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ନମିଳିବା ଦୁର୍ଭାଗ୍ୟଜନକ। ସମସ୍ତ ସର୍ତ୍ତ ପୂରଣ କରୁଥିବା ଏହି କଲେଜ୍କୁ ସରକାର ଗୁରୁତ୍ବ ଦେଉନାହାନ୍ତି। ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଉ।
-ପଦ୍ମାକର ଗୁରୁ, ପୁରାତନ ଛାତ୍ର
ସଂକ୍ଷେପରେ ଶିକ୍ଷାନୁଷ୍ଠାନ
୧୯୪୬ ମସିହାରେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଜମିଦାର ରାୟ ବାହାଦୁର ନରସିଂହ ଚୌଧୁରୀ ମହାପାତ୍ର ଏହାର ପ୍ରତିଷ୍ଠା କରି ପ୍ରଥମେ ଅଧ୍ୟାପକ ଓ କର୍ମଚାରୀଙ୍କୁ ବେତନ ଦେଉଥିଲେ। ଆଦ୍ୟ କାଳରେ ଏଠାରେ ଇଣ୍ଟର୍ମିଡିଏଟ୍ (କଳା)ରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ପରେ ଅନ୍ୟ ବିଭାଗ ଖୋଲିଥିଲା। ୧୯୬୨ରେ ସ୍ନାତକ ବା ବିଏ ଖୋଲିଥିଲା। ୧୯୬୩ରେ ସରକାର ଏହାକୁ ହାତକୁ ନେଲେ। ପରେ ପରେ ଏଠାରେ ସ୍ନାତକୋତ୍ତର ଖୋଲା ଯାଇଥିଲା। ଏବେ ଏହା ସ୍ବୟଂଶାସିତ କଲେଜ୍ର ମାନ୍ୟତା ପାଇସାରିଛି।

4 days ago
3


