The proposed Ring Road: ପ୍ରହେଳିକା ପାଲଟିଛି ପରିକଳ୍ପିତ ରିଂ ରୋଡ୍‌

1 day ago 5
ARTICLE AD BOX

ଭୁବନେଶ୍ବର: ରାଜଧାନୀକୁ ଚତୁଃପାର୍ଶ୍ବରୁ ଯୋଡ଼ିବାକୁ ୧୧ବର୍ଷ ତଳେ ବିସ୍ତୃତ ରିଂ ରୋଡ୍‌ର ପରିକଳ୍ପନା କରାଯାଇଥିଲା। ଏହାଦ୍ବାରା ଭୁବନେଶ୍ବର ସହର ଓ ଉପକଣ୍ଠ ଅଞ୍ଚଳବାସୀଙ୍କୁ ଏକ ସୁଗମ ପରିବହନ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏହି ଯୋଜନା ପ୍ରହେଳିକା ପାଲଟିଛି। ୧୧ବର୍ଷ ପରେ ବି ୨୦୦ ଫୁଟିଆ ରାସ୍ତା ପୂର୍ଣ୍ଣରୂପ ନେଇପାରିନି। କେତେବେଳେ ଫ୍ଲାଏ ଆସ୍‌ ଅଭାବ ତ କେତେବେଳେ ଅନ୍ୟାନ୍ୟ ସମସ୍ୟା ଦେଖାଇ ପୂର୍ତ୍ତ ବିଭାଗ ଏହି ପ୍ରକଳ୍ପକୁ ଗଡ଼ାଇ ଚାଲିଛି। ଏଣୁ ଭୁବନେଶ୍ବରକୁ ଚତୁଃପାର୍ଶ୍ବରୁ ଯୋଡ଼ି ଗମନାଗମନ ସୁବିଧା ସହ ସହର ଭିତରେ ଭିଡ଼ କମାଇବାକୁ ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ, ତାହା ପୂର୍ଣ୍ଣରୂପ ନେଇପାରୁନାହିଁ। 

Editorial: ପ୍ରକୃତ ମୁକାବିଲା

ରାଜଧାନୀ କଳେବରର ଦ୍ରୁତ ବୃଦ୍ଧିକୁ ଆଖି ରଖି ୨୦୧୪-୧୫ ମସିହାରେ ୬୫ କିମି ଲମ୍ବର ରିଂ ରୋଡ୍‌ ସହ ୪୫ଟି ଟାଉନ୍‌ ପ୍ଲାନିଂ ଯୋଜନାକୁ ରାଜ୍ୟ ସରକାର ମଞ୍ଜୁରି ଦେଇଥିଲେ। ନିଷ୍ପତ୍ତି ଅନୁଯାୟୀ, ବିଡିଏ ୪୫ଟି ଟାଉନ୍‌ ପ୍ଲାନିଂ ଯୋଜନା ଓ ଏହାର ଅନ୍ତର୍ଭୁକ୍ତ ରାସ୍ତାକୁ ପୂର୍ଣ୍ଣରୂପ ଦେବ। ଟିପିସିଓଡିଏଲ୍‌ ବିଜୁଳି ଓ ୱାଟ୍‌କୋ ପାଣି ସଂଯୋଗ ଦେବେ। ଟାଉନ୍‌ ପ୍ଲାନିଂ ଅଞ୍ଚଳର ପୂର୍ଣ୍ଣାଙ୍ଗ ବିକାଶ ପୂର୍ବରୁ ରାସ୍ତା, ଡ୍ରେନ୍‌ ସଂଯୋଗୀକରଣ ପ୍ରମୁଖ ଆବଶ୍ୟକ। ବିଡିଏ ୯, ୧୨, ୧୫ ଓ ୧୮ ମିଟର ଚଉଡ଼ା ରାସ୍ତା ଓ ପୂର୍ତ୍ତ ବିଭାଗ ୧୮ ମିଟରରୁ ୬୦ ମିଟର(୨୦୦ ଫୁଟ) ଚଉଡ଼ା ରାସ୍ତା ନିର୍ମାଣ କରିବ। ଟାଉନ୍‌ ପ୍ଲାନିଂ ଯୋଜନା-୧, ୨ ଓ ୩ ଅଞ୍ଚଳରେ ୯ରୁ ୧୮ ମିଟର ରାସ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ପୂର୍ତ୍ତ ବିଭାଗ ନେଇଥିବା ରାସ୍ତା ଆଦୌ ଆରମ୍ଭ ହୋଇନି। କେବଳ କିଛି କଲଭର୍ଟ ନିର୍ମାଣ ହୋଇଛି। ବାକି ଜାଗା ଚିହ୍ନଟ ପାଇଁ କେବଳ ସିମେଣ୍ଟ ଖୁଣ୍ଟ ପୋତା ହୋଇଛି। ୧, ୨ ଓ ୩ ଟାଉନ୍‌ ପ୍ଲାନିଂ ଭିତର ଓ ରିଂ ରୋଡ୍‌ ମିଶାଇ ପ୍ରାୟ ୧୪ କିଲୋମିଟର ରାସ୍ତା ୧୮ରୁ ୬୦ ମିଟର ଚଉଡ଼ା ହେବ। ପୂର୍ତ୍ତ ବିଭାଗ ତିନୋଟି ଠିକାସଂସ୍ଥାକୁ ଏହାର ଟେଣ୍ଡର ଦେଇଛି।

କାଳିକା ଷ୍ଟୋନ୍‌ ୱାର୍କସ ସଂସ୍ଥା ପ୍ରାୟ ୪୬.୫୩ କୋଟି ଟଙ୍କାରେ ୫.୪୦ କିଲୋମିଟର ରାସ୍ତା, ଆର୍‌କେଡି କନ୍‌ଷ୍ଟ୍ରକ୍‌ସନ୍‌ ୧୭.୬୯ କୋଟି ଟଙ୍କାରେ ୨.୮୭ କିଲୋମିଟର ରାସ୍ତା ଓ ପ୍ରମୋଦ କୁମାର ସ୍ବାଇଁ ୩୦.୨୬ କୋଟି ଟଙ୍କାରେ ୬.୦୪ କିଲୋମିଟର ରାସ୍ତା ନିର୍ମାଣର ଟେଣ୍ଡର ନେଇଛନ୍ତି। କିନ୍ତୁ କାମର ଅଗ୍ରଗତି ଦେଖିଲେ, କାଳିକା ଷ୍ଟୋନ୍‌ ୱାର୍କସ ମାତ୍ର ୧୪ ପ୍ରତିଶତ କାମ କରିଥିବା‌ ବେଳେ ଆରକେଡି କନ୍‌ଷ୍ଟ୍ରକସନ୍‌ ୬୧.୦୭ ପ୍ରତିଶତ ଓ ପ୍ରମୋଦ କୁମାର ସ୍ବାଇଁ ୨୨.୮୩ ପ୍ରତିଶତ କାମ କରିଛନ୍ତି। ପୂର୍ତ୍ତ ଓ ବିଡିଏ କାମକୁ ତୁଳନା କଲେ ଆକାଶପାତାଳ ଫରକ। ବିଡିଏ ନେଇଥିବା ଅଧିକାଂଶ ରାସ୍ତା ପିଚୁ ହୋଇଗଲାଣି, କିନ୍ତୁ ପୂର୍ତ୍ତ ରାସ୍ତାରେ ମୁଠାଏ ମାଟି ପଡ଼ିନି। ବିଡିଏ କର୍ତ୍ତୃପକ୍ଷ କହିଛନ୍ତି, ଯେହେତୁ ରିଂ ରୋଡ୍‌ କି ଅନ୍ୟ ସଂଲଗ୍ନ ଚଉଡ଼ା ରାସ୍ତା ହୋଇନି, ଅଗ୍ରିମ ଟଙ୍କା ଦେଇଥିଲେ ବି ଟାଉନ୍‌ ପ୍ଲାନିଂ ଅଞ୍ଚଳକୁ ପାଣି, ବିଜୁଳି ସଂଯୋଗକୁ ମିଳିପାରୁନି। ସେପଟେ ପାଣି, ବିଜୁଳି ସଂଯୋଗ ଦେବା ପାଇଁ ରାସ୍ତା ଖୋଳିବାକୁ ପଡ଼ିବ।

Health: ରାମ୍‌କି ପାଇଁ ଦଲକିରେ କିଡ୍‌ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ

ଏଣୁ ସବୁ ରାସ୍ତାକୁ ପିଚୁ କରିବା ପୂର୍ବରୁ ଅନେକ ଥର ଭାବିବାକୁ ପଡ଼ୁଛି। ଯେତେଶୀଘ୍ର ରିଂ ରୋଡ୍‌ ଓ ଅନ୍ୟ ଚଉଡ଼ା ରାସ୍ତା ସରିଯିବ, ସେତେଶୀଘ୍ର ଟାଉନ୍‌ ପ୍ଲାନିଂ ଭିତର ଅଞ୍ଚଳ ବିକାଶରେ ତତ୍ପରତା ଦେଖାଦେବ। ଅପରପକ୍ଷେ ପୂର୍ତ୍ତ ବିଭାଗ ପୂର୍ବରୁ ଫ୍ଲାଏ ଆସ୍‌ ମିଳୁ ନଥିବାରୁ କାମ ହୋଇପାରୁନଥିବା ଦର୍ଶାଇଥିଲା। ଏବେ ଫ୍ଲାଏ ଆସ୍‌ ମିଳିବାରେ ସମସ୍ୟା ନଥିଲେ ବି କାମ ଆଗେଇ ପାରୁନି। ଯାହା ରାଜ୍ୟ ସରକାରଙ୍କ ସମୃଦ୍ଧ ସହର ଗଠନ ଲକ୍ଷ୍ୟକୁ ବାଟବଣା କରୁଛି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏହି ପ୍ରକଳ୍ପକୁ ଖୁବ୍‌ଶୀଘ୍ର ସାରିବାକୁ ଆମେ ଲକ୍ଷ୍ୟ ରଖିଛୁ। କେନ୍ଦ୍ର ସଂସ୍ଥାମାନଙ୍କ ସହଯୋଗରେ ଏହି ପ୍ରକଳ୍ପକୁ ପୂର୍ଣ୍ଣରୂପ ଦିଆଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.