ARTICLE AD BOX
ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ପ୍ରାପ୍ତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଗୀତ ଆଜି ବି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରେ। ତାଙ୍କ ଗାୟକ ଜୀବନର ପ୍ରଥମ ଲୋକପ୍ରିୟ ଗୀତ ଥିଲା ‘ସଂସାର’ ଚଳଚ୍ଚିତ୍ରର ‘ନକର ନକର ମନ ତିଳେ ଭାବନା, ଭାବିଲେ କି ଯିବ ଚାଲି ଶୋକ ଯାତନା...’। ଆସନ୍ତୁ ଏହି ଗୀତ ପଛରେ ଥିବା କାହାଣୀକୁ ମନେ ପକାଇବା...
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍ ସହାୟତା ଗ୍ରହଣ କରିବ
ଶିବଶଙ୍କର ଓଝା
ସତୁରି ଦଶକର ମ୍ୟୁଜିକାଲ୍ ହିଟ୍ ‘ସଂସାର’ର ପ୍ରତିଟି ଗୀତ ଥିଲା ଶ୍ରୁତିମଧୁର। ‘ଢେଉ ଢେଉକା ପାହାଡ଼ ତଳେ...’ରୁ ନେଇ ‘ଆଲୋ କାଳା ଶାରୀ...’, ‘ବୋଉଲୋ ହେବି ନାହିଁ...’ ଓ ‘ନକର ନକର ମନ ତିଳେ ଭାବନା...’ ଆଦି ଗୀତ ଶ୍ରୋତାଙ୍କୁ ଚମତ୍କୃତ କରିଥିଲା। ପ୍ରଯୋଜକ-ନିର୍ଦ୍ଦେଶକ ଗୌର ଘୋଷ-ପାର୍ବତୀ ଘୋଷଙ୍କ କଟକ କନିକାଛକସ୍ଥିତ ବାସଭବନରେ ସିନେମାର ମ୍ୟୁଜିକ୍ ସିଟିଂ ଚାଲିଥାଏ। ଉପସ୍ଥିତ ଥାଆନ୍ତି ଗୌର-ପାର୍ବତୀ, ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି, ଗୀତିକାର ସାରଦା ପ୍ରସନ୍ନ ନାୟକ ଓ ସ୍ବରୂପ ନାୟକ। ‘ସଂସାର’ରେ ସ୍ଥାନୀତ ହେବାକୁ ଥିବା ଜୀବନଧର୍ମୀ ଗୀତଟି ଲେଖିବାର ଦାୟିତ୍ବ ମିଳେ ଗୀତିକାର ସାରଦାବାବୁଙ୍କୁ।
ସେ ‘ନକର ନକର ମନ ତିଳେ ଭାବନା...’ ଗୀତଟି ଲେଖିବା ପରେ ସ୍ବରକାର ଅକ୍ଷୟ ହାର୍ମୋନିୟମ୍ ଧରି ସ୍ବର କରିବା ଆରମ୍ଭ କରନ୍ତି। ତାଙ୍କ ସହ ତବଲା ସଙ୍ଗୀତ କରୁଥାଆନ୍ତି ସ୍ବରୂପ। ଅକ୍ଷୟ ଏକ ପାରମ୍ପରିକ ସ୍ବର କଥା ଚିନ୍ତା କରୁଥିବା ବେଳେ ହଠାତ୍ ସ୍ବରୂପ ତବଲାରେ ତାଳର ଏକ ଭିନ୍ନ ଛନ୍ଦ ବଜାନ୍ତି, ଯାହା ଅକ୍ଷୟଙ୍କ ମନକୁ ଛୁଇଁଯାଏ। ସେ ସେହି ତାଳ ଓ ଛନ୍ଦ ଆଧାରେ ଗୀତଟି ସୁର କରିଦିଅନ୍ତି। ବାସ୍ ସେହି ସ୍ବର ଚୂଡ଼ାନ୍ତ ହୋଇଯାଏ।
Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ
ସ୍ବର ସଂଯୋଜନା ସମୟରେ ହିଁ ଅକ୍ଷୟ ଗୀତଟି ନିଜେ ଗାଇବା ପାଇଁ ଭାବିଥାଆନ୍ତି। କିନ୍ତୁ ସ୍ବର ଶୁଣିବା ପରେ ଗୌର ଘୋଷ ଏହି ଗୀତ ପ୍ରଣବ ପଟ୍ଟନାୟକ କଣ୍ଠରେ ଭଲ ହେବ ବୋଲି ମତ ଦିଅନ୍ତି। କାରଣ ଏହା ପୂର୍ବରୁ ଗୌର ଘୋଷଙ୍କ ‘ମା’ ସିନେମାରେ କଣ୍ଠଦାନ କରିସାରି ଥାଆନ୍ତି ପ୍ରଣବ। ଅକ୍ଷୟ ନିଜର ମନକଥା ପ୍ରକାଶ କରିବା ପୂର୍ବରୁ ଗୌର ଘୋଷ କହନ୍ତି, ‘ନକର ନକର ମନ...’ ଗୀତଟି ପ୍ରଣବଙ୍କ କଣ୍ଠରେ ରେକର୍ଡିଂ କରିବା।
Nepal flood: ନେପାଳ-ତିବ୍ବତ ବନ୍ୟା ପରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ସି ଜିନପିଙ୍ଗ
କଲିକତାର ଟେକ୍ନିସିଆନ୍ ଷ୍ଟୁଡିଓରେ ‘ସଂସାର’ ସିନେମାର ସବୁ ଗୀତ ରେକର୍ଡିଂ ହୋଇଥିଲା। ପ୍ରଣବ ପଟ୍ଟନାୟକ ମଧ୍ୟ ଅତ୍ୟନ୍ତ ଭାବାତ୍ମକ ଶୈଳୀରେ ଗୀତଟିକୁ ଗାଆନ୍ତି। ତାଙ୍କୁ ଗୀତ ରେକର୍ଡିଂ ପାଇଁ ବେଶୀ ସମୟ ମଧ୍ୟ ଲାଗେ ନାହିଁ। ସେହିଦିନ ରେକର୍ଡିଂ ସମୟରେ ହିଁ ଜଣାପଡ଼ିଥିଲା ଯେ ଗୀତଟି ପ୍ରଣବଙ୍କର ଅନ୍ୟତମ ସଫଳ ଜୀବନଧର୍ମୀ ଗୀତ ଭାବେ ପରିଗଣିତ ହେବ।

51 minutes ago
1


