Theft: ତହସିଲ କାର୍ଯ୍ୟାଳୟରୁ ୧୫୦ ପଲିଥିନ ଗାଏବ, ଥାନାରେ ଅଭିଯୋଗ

48 minutes ago 2
ARTICLE AD BOX

ହାଟଡିହି:  କେନ୍ଦୁଝରଜିଲ୍ଲା ହାଟଡିହି ତହସିଲ କାର୍ଯ୍ୟାଳୟରୁ ୧୫୦ଟି ପଲିଥିନ ଗାଏବ ହେବା ଘଟଣାକୁ ନେଇ ସନ୍ଦେହ ଦେଖାଦେଇଛି। ଅକ୍ଟୋବର ୨୬ ତାରିଖରେ ପଲିଥିନ ଚୋରି ହୋଇଥିବା ନେଇ ୨୮ ତାରିଖ ରାତିରେ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଘଟଣାରେ ପୁଲିସ ମାମଲା ନଂ ୩୯୨/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଷ୍ଟୋର ରୁମ୍‌ର ତାଲା ଭଙ୍ଗାଯାଇ ନଥିବା ଏବଂ ଅଭିଯୋଗ କରିବାରେ ୪୮ ଘଣ୍ଟା ବିଳମ୍ବ ହୋଇଥିବାରୁ ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ତହସିଲ କାର୍ଯ୍ୟାଳୟର ଷ୍ଟୋର ରୁମ୍‌ରୁ ୧୫୦ଟି ପଲିଥିନ ଗାଏବ ହୋଇଥିବା ନେଇ ଅଭିଯୋଗ ହୋଇଛି। ତେବେ ଷ୍ଟୋର ରୁମ୍‌ର ତାଲା ଅକ୍ଷତ ଥିବାବେଳେ ପଲିଥିନ କିପରି ଗାଏବ ହେଲା, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ନାଜିରଙ୍କ ଅଭିଯୋଗ ଅନୁସାରେ, ତାଲା ଭଙ୍ଗାଯାଇ ନଥିଲା; ଜଞ୍ଜିର ଢିଲା ଥିବାର ସୁଯୋଗ ନେଇ ଚୋରି ହୋଇଛି।

ସତ୍ୟତା ସ୍ପଷ୍ଟ ହୋଇନାହିଁ
ଅନ୍ୟପକ୍ଷରେ, ପଲିଥିନ ପୂର୍ବରୁ ବିକ୍ରି କରିଦିଆଯାଇଥିବା ଏବଂ ଯାଞ୍ଚରୁ ବର୍ତ୍ତିବା ପାଇଁ ଚୋରି ଅଭିଯୋଗ କରାଯାଇଥିବା ନେଇ ସ୍ଥାନୀୟ ସ୍ତରରେ ଆଲୋଚନା ହେଉଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଷ୍ଟୋର ରୁମ୍‌ରୁ ପଲିଥିନ କିପରି ଗାଏବ ହେଲା ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି, ତାହା ପୁଲିସ ତଦନ୍ତ ପରେ ଜଣାପଡ଼ିବ।

ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ କହିବା ଅନୁଯାୟୀ, ତହସିଲର ନାଜିର ଘଟଣା ଘଟିବାର ତୁରନ୍ତ ଅଭିଯୋଗ ନକରି ପ୍ରାୟ ୪୮ ଘଣ୍ଟା ପରେ ଥାନାରେ ଏତଲା ଦେଇଛନ୍ତି। ତାଲା ଭଙ୍ଗାଯାଇ ନଥିବା ସତ୍ତ୍ୱେ ଜଞ୍ଜିର ଢିଲା ଥିବାରୁ ଚୋରି ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏହାକୁ ନେଇ ସନ୍ଦେହ ଦେଖାଦେଇଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

ତହସିଲଦାରଙ୍କ ଅସନ୍ତୋଷ ପ୍ରକାଶ
ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏକ ସରକାରୀ କାର୍ଯ୍ୟରେ ସେ ଗତ ଦୁଇ ଦିନ ଧରି ବାହାରେ ଥିଲେ। ଏହି ସମୟରେ ପଲିଥିନ ଚୋରି ହୋଇଥିବା ନେଇ କୌଣସି କର୍ମଚାରୀ ତାଙ୍କୁ ଜଣାଇ ନଥିଲେ। ବୁଧବାର କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ।

Road Blockade: ଅଧପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ: ବର୍ଷାରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଏହାପରେ ସେ ତୁରନ୍ତ ନାଜିରଙ୍କୁ ଥାନାରେ ଅଭିଯୋଗ କରିବାକୁ କହିବା ସହ ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ଘଟଣାର ତଦନ୍ତ ପାଇଁ ଏକ ବିଭାଗୀୟ ଟିମ୍‌ ଗଠନ କରାଯାଇଛି।

ତହସିଲରେ ନାହିଁ ସିସିଟିଭି କ୍ୟାମେରା
ଏହି ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ହାଟଡିହି ତହସିଲ କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ନାହିଁ। ଫଳରେ ଘଟଣା ସମୟର ଦୃଶ୍ୟ ଯାଞ୍ଚ କରିବାର ସୁଯୋଗ ନାହିଁ। ଷ୍ଟୋର ରୁମ୍‌ର ତାଲା ଅକ୍ଷତ ଥିବା, ଅଭିଯୋଗରେ ବିଳମ୍ବ ଏବଂ ସିସିଟିଭି ବ୍ୟବସ୍ଥା ନଥିବା ଭଳି ଦିଗ ଘଟଣାକୁ ରହସ୍ୟମୟ କରିଛି। ପୁଲିସ ତଦନ୍ତ ଓ ବିଭାଗୀୟ ଯାଞ୍ଚ ପରେ ହିଁ ପଲିଥିନ ଗାଏବ ହେବା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.